ଆଧାରକାର୍ଡ ରେ ଆସିଲା ନୂଆ ଅପଡେଟ, ଆଧାର କାର୍ଡରେ ଏବେ ଆଉ ରହିବ ନାହିଁ ଏହି ଜିନିଷ

ଆଧାରକାର୍ଡ ଧାରକଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । ଯଦି ଆପଣ ଆଧାରକାର୍ଡରେ କୌଣସି ପ୍ରକାରର ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହି ସୂଚନା ଜାଣି ରଖନ୍ତୁ । ଯାହା ଦ୍ଵାରା ନୂଆ ଅପଡେଟ ବିଷୟରେ ବୁଝିବା ଆପଣଙ୍କ ପାଇଁ ସହଜ ହୋଇଯିବ । ଆଧାରକାର୍ଡ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ବର୍ତ୍ତମାନ ସବୁଠି ଦରକାର ପଡୁଛି ଆଧାରକାର୍ଡ । ଏବେ ଏହି ଆଧାରକାର୍ଡରେ କିଛି ପରିବର୍ତ୍ତନ କରାଯାଇଛି ।

ଯଦି ଆପଣ ଆଧାରକାର୍ଡରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଅପ୍ଡ଼େଟେଡ ଆଧାରକାର୍ଡରେ ଆଉ ବାପା କିମ୍ବା ସ୍ବାମୀଙ୍କ ପରିଚୟ ବିଷୟରେ ଲେଖାଯିବ ନାହିଁ । ଏବେ ଆଉ ଆଧାରକାର୍ଡରୁ କୌଣସି ସମ୍ପର୍କର ପରିଚୟ ମିଳିବ ନାହିଁ । ଅର୍ଥାତ ଆଧାରକାର୍ଡରେ ବାପା କିମ୍ବା ସ୍ଵାମୀଙ୍କ ନାମ ଆଉ ବାଧ୍ୟତାମୂଳକ ରହିବ ନାହିଁ । ଏହାକୁ କେବଳ ପରିଚୟ ଭାବେ ବ୍ୟବହାର କରାଯିବ । ଆଧାରକାର୍ଡରେ ବାପା କିମ୍ବା ସ୍ଵାମୀଙ୍କ ନାମ ସ୍ଥାନରେ ‘କେୟାର ଅଫ’ (care of) ଲେଖାଯିବ ।

ଆଧାର ଅପଡେଟ ପାଇଁ ଅଥୋରାଇଜଡ ସିଏସସି ର ମ୍ୟାନେଜିଂ ଡାଇରେକ୍ଟର ଦିନେଶ ତ୍ୟାଗୀ ଏହି ବିଷୟରେ ସୂଚନା ଦେଇଛନ୍ତି । ନୂଆ ନିୟମ ଅନୁଯାୟୀ ଯଦି ଜଣେ ଚାହିଁବେ ତେବେ କେୟାର ଅଫରେ କାହାରି ବି ନାମ ମଧ୍ୟ ଦେଇପାରିବେ । କେବଳ ନାମ ଏବଂ ଠିକଣା ଦେଇ ମଧ୍ୟ ଆଧାରକାର୍ଡ ଅପଡେଟ କରିପାରିବେ । UIDAI ର ଜଣେ ସିନିୟର ଅଫିସରଙ୍କ ମୁତାବକ ୨୦୧୮ରେ ଆଧାରକାର୍ଡକୁ ନେଇ ସୁପ୍ରିମବୋର୍ଟରେ ଏକ ଫଇସଲା ହୋଇଥିଲା । ଯେଉଁଥିରେ ଲୋକଙ୍କୁ ପ୍ରାଇଭେସି ବିଷୟରେ କୁହା ଯାଉଥିଲା ।

ତେବେ ଏହି ପରିବର୍ତ୍ତନ କେବେ ଠାରୁ କରାଯାଇଛି ତାର ସୂଚନା UIDAI ପକ୍ଷରୁ ଦିଆ ଯାଇନାହିଁ । ଜଣେ ବ୍ୟକ୍ତି ଯେତେବେଳେ ନିଜ ପରିବାର ସଦସ୍ୟଙ୍କ ଆଧାରକାର୍ଡରେ ଘରର ଠିକଣା ଅପଡେଟ କରିଥିଲେ ସେତେବେଳେ ଏହି ଖବରଟି ସାମନାକୁ ଆସିଥିଲା । ଯେଉଁଥିରେ ତାଙ୍କ ବାପାଙ୍କ ନାମ ସ୍ଥାନରେ କେୟାର ଅଫ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏହା ଭୁଲରେ ହୋଇଥିବା ଭାବି ଆଧାର ସେଣ୍ଟରକୁ ଯାଇ ପଚରା ଉଚରା କରିବା ପରେ ସଠିକ ଖବର ଜାଣିବାକୁ ପାଇଥିଲେ ।

ଆଧାରକାର୍ଡରେ ଏକ ବାର ଅଙ୍କ ବିଶିଷ୍ଟ ସ୍ଵତନ୍ତ୍ର ନମ୍ବର ରହିଥାଏ ଏବଂ ତାର ବିଶିଷ୍ଟତା ଫିଙ୍ଗର ପ୍ରିଣ୍ଟ ଓ ଆଖି ସହ ଜଡିତ ଥାଏ । ତେବେ ଆଧାରକାର୍ଡର ଏହି ପରିବର୍ତ୍ତନ ସେହି ମାନଙ୍କ ପାଇଁ ସହଜ ହୋଇଯିବ । ଯେଉଁମାନେ ଅନାଥ ବା ଯାହାର ଦୁନିଆରେ କେହି ମଧ୍ୟ ନାହାନ୍ତି । ତେବେ ଏହି ନୂଆ ନିୟମକୁ ନେଇ ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।