ଦିବ୍ୟାଙ୍ଗ ଯୁବକଙ୍କ ଅଦ୍ଭୁତ ଟ୍ୟାଲେଣ୍ଟ, କଣ୍ଠ ରୁ ବାହାର କରୁଛନ୍ତି ପଶୁପକ୍ଷୀଙ୍କ ସ୍ଵର, ଆପଣ ବି ଶୁଣିଲେ ହେଇଯିବେ ତାଜୁବ, ଦେଖନ୍ତୁ Video

ଝାରସୁଗୁଡାର ଏହି ଦିବ୍ୟାଙ୍ଗ ଯୁବକଙ୍କ ଟ୍ୟାଲେଣ୍ଟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କୁକୁଡ଼ା, ଗାଈ, ଛେଳି ଆଦି ଅନେକ ପ୍ରକାର ପଶୁ ପକ୍ଷୀଙ୍କ ସ୍ଵର ଅବିକଳ ନକଲ କରି ଦେଉଛନ୍ତି ଏହି ଦିବ୍ୟାଙ୍ଗ ଯୁବକ । ଏହା ସହ ଅନେକ ପ୍ରକାର ବାଦ୍ୟଯନ୍ତ୍ର ଏବଂ ରିଂଟୋନ ଆଦି ମଧ୍ୟ ଖୁବ ସହଜରେ ନକଲ କରି ଦେଉଛନ୍ତି । ଏପରି ଏକ ସ୍ଵତନ୍ତ୍ର ପ୍ରତିଭାର ଅଧିଆକରି ଏହି ଦିବ୍ୟାଙ୍ଗ ଯୁବକ ଖୁବ ଭଲ ଗାୟକ ମଧ୍ୟ ଅଟନ୍ତି । ତାଙ୍କ ସୁମଧୁର କଣ୍ଠ ସ୍ଵର ଶୁଣିଲେ ଆପଣ ମଧ୍ୟ ଦିୱାନା ହୋଇଯିବେ ।

ନିଜ ଅନନ୍ୟ ପ୍ରତିଭା ଯୋଗୁଁ ଆଜି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ଦିବ୍ୟଙ୍ଗ ଯୁବକ । ଯୁବକ ଜଣକ ଦୃ-ଷ୍ଟି-ହୀ-ନ ଅଟନ୍ତି ଓ ତାଙ୍କ ନାମ ହେଉଛି ଭୀମ ସା । ପଶୁପକ୍ଷୀଙ୍କ ବିଭିନ୍ନ ପ୍ରକାର ପ୍ରତିକ୍ରିୟାର ସ୍ଵର ମଧ୍ୟ ସେ କରି ପାରୁଛନ୍ତି । ପଶୁ ରାଗିଲେ, ଭୋକ ଲାଗିଲେ କିମ୍ବା ତାଙ୍କୁ ମା-ଡ ମା-ରି-ଲେ କିଭଳି ଭିନ୍ନ ଭିନ୍ନ ସ୍ଵର କରିଥାନ୍ତି ସେ ସମସ୍ତ ସେ ଅବିକଳ କରି ଶୁଣେଇ ପାରୁଛନ୍ତି । ଭୀମ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟୂଡିଓ ରେ ୧୫ଟି ଗୀତ ଗାଈ ସାରିଲେଣି ।

RK ମିଡିଆ ଓ PK ମ୍ୟୁଜିକରେ ଆପଣ ତାଙ୍କ ଗୀତମାନ ଶୁଣିବାକୁ ପାଇ ପାରିବେ ଯାହା ‘ସମ୍ବଲପୁରୀ ଅନଲାଇନ ତଡକା’ ନାମକ ଚ୍ଯାନେଲରେ ପ୍ରସାରିତ ହେଉଛି । ଏହା ସହ ତାଙ୍କ ନିଜର ମଧ୍ୟ ଗୋଟିଏ ୟୁଟ୍ଯୂବ ଚ୍ଯାନେଲ ଅଛି, ଝର ନାମ ହେଉଛି ‘ଭୀମ ପ୍ରଡ଼କ୍ସନ । ସେଥିରେ ମଧ୍ୟ ସେ ଅନେକ ଗୀତ ଗାଇ ଅଫଲୋଡ କରୁଛନ୍ତି । ଷ୍ଟୂଡିଓରେ ଗୀତ ଗାଇବା ସହ ଭୀମ ବାଦ୍ୟକାର ମାନଙ୍କଉ ମଧ୍ୟ କିପ୍ରକାର ବାଦ୍ୟ ପରିବେଷଣ କରିବେ ତାହା ନିଜ ପାଟିରେ ବଜାଇ ଶୁଣାନ୍ତି ଓ ସେହି ଅନୁସାରେ ବାଦ୍ୟକାର ମାନେ ବାଦ୍ୟଯନ୍ତ୍ର ବଜାନ୍ତି ।

ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏହିପରି ଅନନ୍ୟ ପ୍ରତିଭାର ଅଧିକାରୀ ଅଟନ୍ତି ଭୀମ ସା ଓ ସଙ୍ଗୀତ ପ୍ରତି ତାଙ୍କର ଖୁବ ରୁଚି ରହିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।