ଶୋଇବା ସମୟରେ ଏହି ଜିନିଷଗୁଡିକ କେବେ ବି ନିଜ ପାଖରେ ରଖନ୍ତୁ ନାହିଁ, ମିଳିଥାଏ ମାନସିକ ଓ ଆର୍ଥିକ ସମସ୍ୟା

ଶାସ୍ତ୍ରରେ ସମସ୍ତ ଜରୁରୀ କାମ ପାଇଁ ବିଭିନ୍ନ ମହତ୍ଵ ପୂର୍ଣ୍ଣ କଥା କୁହାଯାଇଛି । ଏହି କଥାର ଧ୍ୟାନ ରଖିବା ଦ୍ଵାରା ଆପଣ ସୁସ୍ଥ ରହି ପାରିବେ ଓ ଆପଣଙ୍କୁ ସୁଖ – ସମୃଦ୍ଧି ମଧ୍ୟ ମିଳିବ । ଶୋଇବା ଆମ ଦୈନିକ ଜୀବନରେ ଏକ ବହୁତ ଜରୁରୀ କାମ ଅଟେ । ଶୋଇବା ସମୟରେ କିଛି ଭୁଲ କଲେ ତାହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ଥାଏ । ଶୋଇବା ସମୟରେ କେଉଁ ଦିଗରେ ମୁଣ୍ଡ ରଖିବା ଉଚିତ ଏହିକଥା ପ୍ରତି ଧ୍ୟାନ ରଖିବା ଉଚିତ ।

ଏହା ସହିତ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନିଷ ଅଛି ଯାହାକୁ ଶୋଇବା ସମୟରେ ପାଖରେ ରଖିବା ଉଚିତ ନୁହେଁ । ଆମେ ଆପଣମାନଙ୍କୁ ଏମିତି ହିଁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୋଇବା ସମୟରେ ନିଜ ପାଖରେ ରଖିବେ ନାହିଁ ।

୧. ପର୍ସ

ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କିମ୍ବା ବିଛଣାରେ ପର୍ସ ରଖିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ବ୍ୟକ୍ତିକୁ ସବୁବେଳେ ଆର୍ଥିକ ସମସ୍ୟାର ଚିନ୍ତା ରହିଥାଏ ।

୨. ଘଣ୍ଟା, ମୋବାଇଲ ଏବଂ ଲ୍ୟାପଟପ ଭଳି ଜିନିଷ

ରାତିରେ ଶୋଇବା ସମୟରେ ଘଣ୍ଟା, ମୋବାଇଲ ଓ ଲ୍ୟାପଟପ ଭଳି ଇଲେକ୍ଟ୍ରୋନିକ୍ସ ଜିନିଷ ନିଜ ମୁଣ୍ଡ ପାଖରେ କିମ୍ବା ବିଛଣାରେ ରଖିବା ଉଚିତ ନୁହେଁ ।

୩. ଭୟାନକ ଫଟୋ କିମ୍ବା ଶୋପିସ

ବିଛଣା ପାଖରେ କୌଣସି ପ୍ରକାରର ଫଟୋ, ସୋପିସ କିମ୍ବା ପଶୁମାନଙ୍କର ଚିତ୍ର ଓ କଳାକୃତି ଭଳି ଜିନିଷ ବିଲକୁଲ ରଖନ୍ତୁ ନାହିଁ କାରଣ ଏହା ଦ୍ଵାରା ନକାରାତ୍ମକ ପ୍ରଭାବ ପଡିଥାଏ ।

୪. ବହି ଓ ଖବର କାଗଜ

କିଛି ଲୋକମାନେ ରାତିରେ ବହି ପଢି ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ବହି ରଖି ଦିଅନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ମୁଣ୍ଡ ପାଖରେ ବହି କିମ୍ବା ଖବର କାଗଜ ରଖିବା ଉଚିତ ନୁହେଁ ।

୫. ଜୋତା ଚପଲ

ଶୋଇବା ସମୟରେ ଆଖ ପାଖରେ ଜୋତା ଚପଲ ରଖିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ଉପରେ ଶାରୀରିକ ଓ ଆର୍ଥିକ ରୂପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।