ମଙ୍ଗଳବାର ଦିନ ବଜରଙ୍ଗବଲିଙ୍କର ଏହି ପୂଜା ଓ ଉପାୟ କରିବା ଦ୍ଵାରା ହୋଇଥାଏ ଧନ ଲାଭ, ଜାଣନ୍ତୁ ଏହା ସହିତ ଜଡିତ ୧୦ ଟି କଥା

ସମସ୍ତ ଦେବତାଙ୍କ ମଧ୍ୟରେ ଯଦି କେହି ବଳଶାଳୀ ଦେବତା ଅଛନ୍ତି ତେବେ ସେ ହେଉଛନ୍ତି ହନୁମାନ । ଯାହାଙ୍କର ପୂଜା ଭାରତ ବର୍ଷର ସମସ୍ତ ଲୋକମାନେ କରନ୍ତି । ହନୁମାନଙ୍କର ଶକ୍ତିର ଚର୍ଚ୍ଚା ରାମାୟଣ ଓ ମହାଭାରତର କିଛି ଅଂଶରେ ଶୁଣିବାକୁ ମିଳେ । ହନୁମାନଙ୍କୁ ସଙ୍କଟମୋଚନ କୁହାଯାଏ କାରଣ ନିଜ ଭକ୍ତ ମାନଙ୍କର ସବୁ ସଙ୍କଟକୁ ହନୁମାନ ସର୍ବଦା ଦୂର କରିଥାନ୍ତି ।

ମଙ୍ଗଳବାର ଦିନକୁ ହନୁମାନଙ୍କର ଦିନ ବୋଲି କୁହାଯାଏ କାରଣ ଏହି ଦିନରେ ହନୁମାନଙ୍କର ଜନ୍ମ ହୋଇଥିଲା । ମଙ୍ଗଳବାର ଦିନ ଏହି ପୂଜା ଓ ଉପାୟ କରିବା ଦ୍ଵାରା ମିଳିଥାଏ ଲାଭ ।

ମଙ୍ଗଳବାର ଦିନ ବଜରଙ୍ଗବଲିଙ୍କର ଏହି ପୂଜା ଓ ଉପାୟରେ ମିଳିଥାଏ ଲାଭ

ମଙ୍ଗଳବାର ଦିନ ହନୁମାନଙ୍କର ସବୁ ବିଧିବିଧାନ କରିବା ଦ୍ଵାରା ଜୀବନରେ ବହୁତ ଖୁସି ମିଳିଥାଏ ଓ ଧନପ୍ରାପ୍ତି ହୋଇ ଥାଏ । ଯଦି ଆପଣଙ୍କୁ ତାଙ୍କୁ ଖୁସି କରିବାର ଅଛି ତେବେ ଏହି ୧୦ ଟି ଉପାୟରେ ହନୁମାନଙ୍କର ଆରାଧନା କରନ୍ତୁ ।

 

୧. ଆପଣ ସବୁ ମଙ୍ଗଳବାର ଦିନ ସିନ୍ଦୁର ଲଗାଇ ହନୁମାନଙ୍କର ପୂଜା କରିବା ଦ୍ଵାରା ଆପଣ ସବୁ ଦୁଃଖରୁ ମୁକ୍ତି ପାଇ ପାରିବେ ।

୨. ହନୁମାନଙ୍କର ପୂଜା ବହୁତ ସାବଧାନ ସହ କରିବା ଉଚିତ । ମଙ୍ଗଳବାର ଦିନ ସକାଳେ ବର ଗଛର ଏକ ପତ୍ରକୁ ତୋଳି ଗଙ୍ଗା ଜଳରେ ଧୋଇ ହନୁମାନଙ୍କୁ ଅର୍ପଣ କରିବା ଦ୍ଵାରା ଆପଣଙ୍କର ସବୁ ଆର୍ଥିକ ସଙ୍କଟ ଦୂର ହୋଇଯିବ ।

୩. ମଙ୍ଗଳବାର ଦିନ ହନୁମାନଙ୍କୁ ପାନର ବିଡା ଚଢାଇବା ଦ୍ଵାରା ଆପଣଙ୍କୁ ଭଲ ରୋଜଗାର ମିଳିପାରେ ।

୪. ମଙ୍ଗଳବାର ସନ୍ଧ୍ୟାରେ ହନୁମାନଙ୍କୁ ଗୋଲାପର ମାଳା ଚଢାନ୍ତୁ ଓ ଚେଷ୍ଟା କରନ୍ତୁ ଆପଣ ମଧ୍ୟ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ପାଇଁ ।

୫. ମଙ୍ଗଳବାର ଦିନ ସନ୍ଧ୍ୟାରେ ବ୍ରତ କରି ବୁନ୍ଦିର ଲଡୁ କିମ୍ବା ବୁନ୍ଦି ପ୍ରସାଦ ବାଣ୍ଟିବା ଦ୍ଵାରା ସନ୍ତାନ ସମସ୍ୟା ଦୂର ହୋଇଥାଏ ।

୬. ମଙ୍ଗଳବାର ଦିନ ହନୁମାନଙ୍କର ଗୋଡରେ ଫିଟକରୀ ରଖିବା ଦ୍ଵାରା ଖରାପ ସ୍ଵପ୍ନରୁ ଆପଣ ବଞ୍ଚି ପାରିବେ ।

୭. ହନୁମାନଙ୍କର ମନ୍ଦିରରେ ଆସି ରାମରକ୍ଷାସ୍ତ୍ରୋତ ପାଠ କରିବା ଦ୍ଵାରା ଆପଣ ସମସ୍ତ କାମରେ ସଫଳତା ପାଇବେ ।

୮. ମଙ୍ଗଳବାର ଦିନ ହନୁମାନଙ୍କର ପ୍ରତିମା ସାମ୍ନାରେ ରାମ ନାମକୁ ୧୦୮ ଥର ଜପ କରିବା ଦ୍ଵାରା ହନୁମାନଙ୍କର ବିଶେଷ କୃପା ଆପଣଙ୍କୁ ମିଳିବ ।

୯. ମଙ୍ଗଳବାର ଦିନ ହନୁମାନଙ୍କ ସାମ୍ନାରେ ଶୋରିଷ ତେଲର ଦୀପ ଲାଗାଇବା ବହୁତ ଭଲ ଅଟେ ।

୧୦. “ଓଁ ହଂ ହନୁମଂତୟେ ନମ:” ଜପ କରିବା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।