କଣ ଘୁଙ୍ଗୁଡି ଆବାଜ ରେ ରାତିରେ ଠିକ ସେ ଶୋଇ ପାରୁ ନାହାଁନ୍ତି, ଆପଣାନ୍ତୁ ଏହି ଉପାୟ ତୁରନ୍ତ ଘୁଙ୍ଗୁଡି ବନ୍ଦ ହୋଇଯିବ

ଅନେକ ଲୋକମାନେ ନିଦ୍ରା ରେ ଶୋଇବା ସମୟରେ ସେମାନଙ୍କ ନିଦରେ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ରହିଥାଏ । ନାକ ଏବଂ ପାଟି ଯେତେ ବେଳେ ଉପରକୁ ରହିଥାଏ ସେହି ସମୟରେ ହିଁ ଘୁଙ୍ଗୁଡ଼ି ହୋଇଥାଏ । ଘୁଙ୍ଗୁଡ଼ି ମାରିବାର ଅନେକ ଫାଇଦା ରହିଛି କିନ୍ତୁ ଏହାର ଶବ୍ଦ ନିଜ ପରିଜନ ମାନଙ୍କ ପାଇଁ ସାଧାରଣତଃ ଖରାପ ହୋଇଥାଏ । ଘୁଙ୍ଗୁଡ଼ି ସେତେବେଳେ ହୁଏ ଯେତେବେଳେ ଆମର ବାୟୁମଣ୍ଡଳରୁ ଅଧିକ ଅକ୍ସିଜେନ ନେବାର ଆବଶ୍ୟକତା ପଡିଥାଏ । ସାଧାରଣତଃ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି ମାନେ ଅଧିକ ଘୁଙ୍ଗୁଡି ନେଇଥାନ୍ତି । ତାଙ୍କ ପରିଜନ ମାନଙ୍କ ପାଇଁ ଶୋଇବା ସମୟରେ ଏହି ଘୁଙ୍ଗୁଡ଼ି ର ଶବ୍ଦ ଗୋଟିଏ ସମସ୍ୟା ବୋଲି ମନେ ହୁଏ ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଶୋଇବା ସମୟରେ ଘୁଙ୍ଗୁଡ଼ି କୁ ବନ୍ଦ କରିବେ । ତଥା ଏକ ଘରୋଇ ଉପାୟ ଆଣିଛୁ ଯେଉଁଥିରେ ଆପଣ ନିଜ ଘୁଙ୍ଗୁଡ଼ି ସମସ୍ୟା କୁ ଦୂର କରି ପାରିବେ । ଯଦି ଆପଣ ଘୁଙ୍ଗୁଡି ମାରୁଛନ୍ତି ତେବେ ଏଥିପାଇଁ ଲୋକଙ୍କ ଆଗରେ ଲଜ୍ଜା ଅନୁଭବ କରିବାକୁ ପଡେ । ଘୁଙ୍ଗୁଡି ପାଇଁ ଆପଣଙ୍କ ସାଥୀ ଆପଣଙ୍କ ଉପରେ ବିରକ୍ତ ହୁଅନ୍ତି । ତେବେ ଏନେଇ ଆଉ ଚିନ୍ତା କରିବାର ନାହିଁ, ଆପଣ ନିଜ ରୋଷେଇ ଘରେ ଥିବା ଔଷଧକୁ ବ୍ୟବହାର କରିପାରିବେ । ଏହି ଘରୋଇ ଉପାୟରେ ଆପଣ ଘୁଙ୍ଗୁଡିରୁ ମୁକ୍ତି ପାଇପାରିବେ ।

୧. ଏକ କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଓ ଏକ ଚାମଚ ମହୁ ପକାଇ ଭଲରେ ମିଶାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଣିକୁ ପିଅନ୍ତୁ । ଏମିତି କିଛି ଦିନ କରିବା ପରେ ଆପଣଙ୍କୁ କିଛି ଦିନ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ମିଳିବ ।

୨. ଏହା ସହ ପ୍ରତିଦିନ ଅଳ୍ପ ଉଷୁମ ପାଣିରେ ଅଳେଇଚ ପାଉଡର ମିଶାଇ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟା ଦୂର ହୁଏ ।

୩. ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀମିଶା କ୍ଷୀର ପିଅନ୍ତୁ ଓ ଘୁଙ୍ଗୁଡିରୁ ରକ୍ଷା ପାଆନ୍ତୁ ।

୪. ଶୋଇବା ପୂର୍ବରୁ ପୁଦିନା ତେଲର କିଛି ବୁନ୍ଦା ନାକରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ମିଳେଏହି ସବୁ ସାଧରଣ ଉପାୟ କୁ ପ୍ରୟୋଗ କରି ଆପଣ ଘୁଙ୍ଗୁଡ଼ି ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।