କାହିଁକି ଆସୁ ନାହିଁ ଏବେ ଗ୍ୟାସ ସିଲିଣ୍ଡରର ସବସିଡି, ଜାଣନ୍ତୁ କଣ ଅଟେ ପୁରା ମାମଲା

ଗତ ଏକ ବର୍ଷ ମଧ୍ୟରେ କଞ୍ଚା ତେଲର ଦାମ ୪୦ ପ୍ରତିଶତ କମ ହୋଇ ଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ରନ୍ଧା ଗ୍ୟାସର ଦାମ ୨୦ ପ୍ରତିଶତ ବଢି ଯାଇଛି । ରନ୍ଧା ଗ୍ୟାସର ଶୁଦ୍ଧ ଦାମରେ ୨୦ ପ୍ରତିଶତ ବୁଦ୍ଧି ହେବା ଦ୍ଵାରା ବହୁତ ଗ୍ରାହକମାନଙ୍କ ରୋଷେଇ ଗ୍ୟାସର ସବସିଡି ଜୀରୋ ହୋଇ ଯାଇଛି । କିଛି ଗ୍ରାହକମାନଙ୍କୁ ବର୍ତ୍ତମାନ ବି ବହୁତ ଅଳ୍ପ ସବସିଡି ମିଳୁଛି । କାରଣ ତାଙ୍କ ପାଇଁ ଅନ୍ତିମ ଦାମ ସ୍ଥାନୀୟ ପରିବହନ ଦର ଉପରେ ନିର୍ଭର ରହିଥାଏ ।

ସବସିଡି ଶେଷ ହେବାର ଦୁଇଟି ବଡ କାରଣ ଅଛି, ଯେଉଁଥିରେ ସବସିଡି ବାଲା ଗ୍ରାହକମାନଙ୍କ ପାଇଁ ଶୁଦ୍ଧ ମୂଲ୍ୟରେ ମାସିକ ବୃଦ୍ଧି ଓ ବାର୍ଷିକ ଦରରେ ବର୍ତ୍ତମାନ ହିଁ କମ ଦର ସାମିଲ ଅଛି । କେରୋସିନ ସବସିଡି ମାର୍ଚରେ ହିଁ ଶେଷ ହୋଇ ଯାଇଛି । ବର୍ତ୍ତମାନ ଲିକ୍ୱିଫାଇଡ ପେଟ୍ରୋଲିୟମ ଗ୍ୟାସ (ଏଲପୀଜୀ) ରେ ସବସିଡି ଶେଷ ହେବା ସରକାର ପାଇଁ ଏକ ମୁକ୍ତିର କଥା ଅଟେ, କାରଣ ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା ମହାମାରୀ ଦ୍ଵାରା ଏହାର ଆୟ ପ୍ରଭାବିତ ହୋଇଛି ।

ଦିଲ୍ଲୀରେ ସବସିଡି ବାଲା ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ଗତ ବର୍ଷ ଜୁନରେ ୪୯୭ ଟଙ୍କା ବଢି ୫୯୩ ଟଙ୍କା ହୋଇ ଯାଇଛି । ଦିଲ୍ଲୀରେ କୌଣସି ଗ୍ରାହକ ପାଇଁ ସବସିଡି ଏହି ଅବଧିରେ ୨୪୦ ଟଙ୍କା ତଳକୁ ହୋଇ ଜିରୋ ହୋଇ ଯାଇଛି । କହିବାକୁ ଗଲେ ଯଦି ଏଲପିଜିର ଦାମ ବଢିବ ଦେବେ ଏଥିରେ ପରିବର୍ତ୍ତନ ହୋଇପାରେ । ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ପେଟ୍ରୋଲିଯମ ମନ୍ତ୍ରାଳୟ ଅନୁସାରେ ମେ ଓ ଜୁନ ମାସରେ ସବସିଡି ମିଳିବ ନାହିଁ ।

ଭବିଷ୍ୟତରେ ଏଲପିଜିର ଦାମ ପରିବର୍ତ୍ତନ ହେବା ଦ୍ଵାରା ସବସିଡି ସେହି ଅନୁସାରେ ନିର୍ଧାରିତ କରାଯିବ । ଏମିତି ନାହିଁ କି କାହାକୁ ବି ସବସିଡି ମିଳୁ ନାହିଁ । ସେହି ଲୋକମାନଙ୍କୁ ବହୁତ କମ ଅର୍ଥାତ ୧୦ – ୧୨ ଟଙ୍କା ସବସିଡି ମିଳୁଛି, ଯେଉଁମାନେ ଉଚ୍ଚ ମାର୍କେଲ ଦାମ ଦେଉଛନ୍ତି । ଅସଲରେ ଦାମ ସହିତ ରନ୍ଧା ଗ୍ୟାସର ଦାମ ବଦଳି ଥାଏ । ଦେଶର ମୋଟ ୨୮ କୋଟି ଏଲପିଜି ଗ୍ରାହକମାନଙ୍କ ମଧ୍ୟରେ ପାଖପାଖି ୧୫ କୋଟି ଗ୍ରାହକମାନଙ୍କୁ ସବସିଡି ମିଳୁ ନାହିଁ ଓ ଅନ୍ୟ ୮ କୋଟି ଉଜ୍ଜ୍ୱଳା ଲାଭାର୍ଥୀ ଅଛନ୍ତି ।

୨୦୧୯ – ୨୦ରେ ସରକାରଙ୍କ ତରଫରୁ ଦିଆଯାଇଥିବା ରନ୍ଧା ଗ୍ୟାସ ସବସିଡି ୨୨,୬୩୫ କୋଟି ଟଙ୍କା ଥିଲା । ଯେତେବେଳେ କି ତାହା ପୂର୍ବ ବର୍ଷ ଏହା ୩୧,୪୪୭ ଟଙ୍କା ଥିଲା । ଗୋଟିଏ ବର୍ଷରେ ଏଲପିଜି ରିଫିଲର ବଜାର ମୂଲ୍ୟ ୭୩୭.୫ ଟଙ୍କା ପ୍ରତି ସିଲିଣ୍ଡରରୁ କମ କରି ୫୯୩ ଟଙ୍କା ହୋଇ ଯାଇଛି, ଏହା ପଛର ଅସଲ କାରଣ କରୋନା ଭାଇରସ । ମହାମାରୀ କାରଣରୁ ମାରକେଟ ତଳକୁ ଖସିବା କାରଣରୁ କଞ୍ଚା ତେଲର ଦାମ ବହୁତ ତଳକୁ ହୋଇ ଯାଇଛି ।

କହିଦେଉଛୁ କି ଏଲପିଜି କଞ୍ଚା ତେଲରୁ ପ୍ରାପ୍ତ ହୋଇଥାଏ । ଏହି ସମୟରେ ସରକାରଙ୍କ ନିର୍ଦେଶ ଉପରେ ସବସିଡି ବାଲା ସିଲିଣ୍ଡରର ଦାମ ୯୬ ଟଙ୍କା ବଢି ୫୯୩ ଟଙ୍କା ହୋଇ ଯାଇଛି । ସରକାର କମ୍ପାନୀମନଙ୍କୁ ଅଗଷ୍ଟ ଠାରୁ ସବୁ ଗ୍ରାହକମାନଙ୍କ ପାଇଁ ସବୁ ମାସରେ ଦାମ ବଢାଇଛନ୍ତି । ଉଜ୍ଜୱଲା ଯୋଜନା ଅନୁସାରେ ଗ୍ୟାସ କନେକ୍ଶନ ପ୍ରାପ୍ତ କରିବା ପାଇଁ ଅଗଷ୍ଟରେ ୮ ଟଙ୍କାର ବୁଦ୍ଧି ହୋଇଛି । ଯେତେବେଳ କି ଅନ୍ୟ ମାନଙ୍କ ପାଇଁ ୨୯ ଟଙ୍କା ବୁଦ୍ଧି ହୋଇଛି । ସେହି ସମୟରୁ ଉଜ୍ଜୱଲା ଗ୍ରାହକମାନଙ୍କ ପାଇଁ ରିଫିଲର ଦର ବି ବଢୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।