ଶୋଇବା ପୂର୍ବରୁ ପାଣି କାହିଁକି ପିଇବା ଉଚିତ ? ଏହା ସହିତ ଆହୁରି ମଧ୍ୟ ପଢନ୍ତୁ 20 ଅନୁଚିନ୍ତା

ସକାଳୁ ଉଠି ଖାଲି ପେଟରେ ତିନି ଗ୍ଲାସ ପାଣି ପିଇବା ଦ୍ଵାରା ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ । ଏକ ଗ୍ଲାସ ପାଣି ଗାଧୋଇ ସାରି ପିଇଲେ ବ୍ଲଡପ୍ରେସର ନିୟନ୍ତ୍ରଣ ହୋଇଥାଏ । ଦୁଇ ଗ୍ଲାସ ପାଣି ଖାଇବାର ଅଧଘଣ୍ଟା ପୂର୍ବରୁ ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଅଧଗ୍ଳାସ ପାଣି ପିଇଲେ ହୃଦଘାତ ସମ୍ଭାବନା କମ ହୋଇଥାଏ । ପାଞ୍ଚୋଟି ଗୋଲମରିଚ, ଗୋଟେ ପିଆଜ, ଓ ଅଧାଚମଚ ଲୁଣକୁ ବାଟି କେଶରେ ଲଗାଇବା ଦ୍ଵାରା କେସ ଝଡିବା ବନ୍ଦ ହୋଇଥାଏ ।

ମୁହଁ ରେ କଳା ଦାଗ ଥିଲେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ମୁହଁ ଧୋଇଲେ ମୁହଁ ସଫା ହୋଇଥାଏ । ମୁହଁ ର ରଙ୍ଗ ସଫା କରିବା ପାଇଁ ଆଳୁ ର ରସ କୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ।

ଦୁଇଟି ଗୁଜୁରାତି କୁ ଗୁଣ୍ଡ କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ । ଅଣ୍ଟା ଦରଜ ହେଉଥିଲେ ପଞ୍ଚୋଟି ଖଜୁରୀ କୋଳି ସହିତ ମେଥିଗୁଣ୍ଡକୁ ସିଝାଇ ଖାଇବା ଦ୍ଵାରା ଏହା ଦୂର ହୋଇଯାଇଥାଏ । ଯଦି ଆପଣଙ୍କ ପେଟରେ ଗ୍ଯାସ ସମସ୍ୟା ହେଉଥିଲେ ଏକ ଚାମଚ ଜୁଆଣୀ ସହିତ ଟିକେ କଳାଲୁଣ ମିଶାଇ ଉଷୁମ ପାଣିରେ ଖାଇବା ଦ୍ଵାରା ଏହା ଦୂର ହୋଇଥାଏ । ରୋଷେଇ କରି ସାରିବା ପରେ ଚୂଲାକୁ ଭଲ ଭାବେ ସଫା କରିବା ଉଚିତ ଏହା ସମୃଦ୍ଧିର ପ୍ରତୀକ ଅଟେ ।

ରାତିରେ ରୋଷେଇ ଘରେ କେବେବ୍ବି ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ଅଶୁଭ ବୋଲି ମାନାଯାଇଥାଏ । ଭଙ୍ଗା ବାସନ ରେ କେବେ ବି ଖାଆନ୍ତୁ ନାହିଁ କିମ୍ବା ରୋଷେଇ କରନ୍ତୁ ନାହିଁ । ଏହା ମଧ୍ୟ ଅଶୁଭ ମାନାଯାଇଥାଏ । ରୋଷେଇ ଘରେ କେବେ ବି ଔଷଧ ଏବଂ ପୂଜା ସ୍ଥାନ ରଖନ୍ତୁ ନାହିଁ । ଏହା ଅମଙ୍ଗଳ ହୋଇଥାଏ । ଘରର ଉତ୍ତର ପୂର୍ବ କୋଣରେ କାଚ ପାତ୍ର ରେ ଲୁଣ ରଖିଲେ ଶୁଭ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଘର ଭିତରେ ମହାଦେବଙ୍କର ପରିବାର ସହିତ ଫଟୋ ରଖିଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି ।

ପଇସା ରଖୁଥିବା ସ୍ଥାନରେ କିମ୍ବା ଆଲମରୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ । ଏବଂ ଆର୍ଥିକ ସମସ୍ୟା ହୋଇ ନଥାଏ । ଘରର ପଇସା ରଖୁଥିବା ଆଲମାରି ଘରର ଦକ୍ଷିଣ ଦିଗରେ ରଖିଲେ ଶୁଭ ହୋଇଥାଏ । ଘରର ଗାଧୁଆଘର କିମ୍ବା ପାଇଖାନା କବାଟ ସବୁବେଳେ ବନ୍ଦ ରହିବା ଉଚିତ ।

ଏହା କରିବା ଦ୍ଵାରା ମଙ୍ଗଲ ହୋଇଥାଏ । ଘରର ଉତ୍ତର ଦିଗରେ ବିବାହ ଫଟୋ ଲଗାଇବା ଶୁଭ ହୋଇଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।