ପ୍ରତିଦିନ ଏହାକୁ ଖାଇବେ ତ ମସ୍ତିସ୍କ କମ୍ପ୍ୟୁଟରଠୁ ବି ହେଇଯିବ ଫାଷ୍ଟ, ପିଲାମାନଙ୍କ ପାଇଁ ବହୁତ ଉପକାରୀ

ଆଜିକାଲିର ଦୁନିଆରେ ସବୁ ଲୋକ ଟଙ୍କା କମେଇବାର ବ୍ୟସ୍ତ ରହୁଛନ୍ତି । ଏହା ଦ୍ଵାରା ସେମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିପାରନ୍ତି ନାହିଁ । ଏମିତିରେ ଅଧିକାଂଶ ଲୋକଙ୍କର ସ୍ମରଣ ଶକ୍ତି କମିବାରେ ଲାଗିଛି । ଏହି ସମସ୍ୟାକୁ ଲୋକମାନେ ଅନୁଭବ ମଧ୍ୟ କରିଛନ୍ତି । ସ୍ମରଣ ଶକ୍ତି ଦୁର୍ବଳ ହୋଇଯିବାରୁ ଲୋକମାନେ ଛୋଟ ଛୋଟ କଥା ମଧ୍ୟ ଭୁଲିଯାନ୍ତି, ସେମାନେ କୌଣସି ତଥ୍ୟ ବା ଜିନିଷ ବିଷୟରେ ମନେ ରଖିପାରନ୍ତି ନାହିଁ ।

ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଖାଦ୍ୟ ବିଷୟରେ କହିବୁ ଯାହାକୁ ଆପଣ ସବୁବେଳେ ଖାଇଲେ ଆପଣଙ୍କ ସ୍ମରଣ ଶକ୍ତି ବଢିବା ସହିତ ଆପଣଙ୍କ ବୁଦ୍ଧି ସତେଜ ରହିବ । ଏହା ଦ୍ଵାରା ଆପଣ କୌଣସି ଜିନିଷ ବିଷୟରେ ଭଲ ଭାବରେ ମନ ରଖିପାରିବେ ଓ କୌଣସି ତଥ୍ୟ ବିଷୟରେ ଭୁଲିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଖାଦ୍ୟକୁ କେମିତି ତିଆରି କରିବେ ।

ପ୍ରଥମେ ଆପଣ ଗ୍ୟାସ ଅନ କରନ୍ତୁ ଓ କଡେଇ ରଖନ୍ତୁ । ଏହି କଡେଇ ରେ ୧୦ ରୁ ୧୨ ଟି କାଜୁ ପକାନ୍ତୁ ଓ ଏହାକୁ ଭଲ ଭାବରେ ରୋଷ୍ଟ କରନ୍ତୁ । ରୋଷ୍ଟ ହେବା ପରେ ଏହାକୁ କଡେଇ ରୁ କାଢି ଦିଅନ୍ତୁ । ଏହା ପରେ କଡେଇ ରେ ୧୦ ରୁ ୧୨ ଟି ପିସ୍ତା ବାଦାମ ପକାନ୍ତୁ, ଏହାକୁ ଅଳ୍ପ ରୋଷ୍ଟ କଲା ପରେ ଏଥିରେ ୪ ଟି ଅଖରୋଟ ପକାନ୍ତୁ ।

 

୧ ମିନିଟ ରୋଷ୍ଟ ହେଲା ପରେ ଏହାକୁ କଡେଇରୁ କାଢି ଦିଅନ୍ତୁ । ତା’ପରେ କଡେଇରେ କିଛି ମଖାନେ( ପଦ୍ମଫୁଲର ମଞ୍ଜି) ନିଅନ୍ତୁ ଓ ଏହାକୁ ଭଲ ଭାବରେ ରୋଷ୍ଟ କରି ଦିଅନ୍ତୁ । ୧ ମିନିଟ ରୋଷ୍ଟ ହେଲାପରେ ଏହାକୁ କଡେଇରୁ କାଢି ଦିଅନ୍ତୁ ଓ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

ଏହାପରେ ଏକ ମିକ୍ସରରେ ଅଖରୋଟ, ପିସ୍ତା ବାଦାମ ଓ କାଜୁକୁ ପକାନ୍ତୁ ଓ ଏହାକୁ ଭଲ ଭାବରେ ପେଶି ଦିଅନ୍ତୁ । ଏହା ପରେ ଏକ ଛଣା ମାଧ୍ୟମରେ ଏହି ପାଉଡରକୁ ଭଲ ଭାବରେ ଛାଣି ଦିଅନ୍ତୁ । ଛାଣିବା ଦ୍ଵାରା ପାଉଡରରେ କୌଣସି ମୋଟା ଦାନା ରହିବ ନାହିଁ । ଏହାପରେ ମଖାନେକୁ ମଧ୍ୟ ସେହି ପରି ମିକ୍ସରରେ ପେଶି ଦିଅନ୍ତୁ ଓ ଛଣା ମାଧ୍ୟମରେ ଛାଣି ଦିଅନ୍ତୁ ।

ଏହାପରେ ଦୁଇଟି ମିଶ୍ରଣକୁ ମିକ୍ସ କରି ଦିଅନ୍ତୁ ଓ ଏହାକୁ ଦୁଇଟି ବାଉଲରେ ଅଲଗା କରି ଦିଅନ୍ତୁ । ଗୋଟେ ବାଉଲରେ ଗୁଜୁରାତି ଗୁଣ୍ଡ ମିଶାନ୍ତୁ ଓ ଅନ୍ୟ ବାଉଲରେ କୋକୋ ପାଉଡର । ଏହି ଦୁଇଟି ଫ୍ଲେବର ପାଉଡରକୁ ଆପଣ କ୍ଷୀର ସହିତ ନିଜେ ଖାଇପାରିବେ ଓ ନିଜ ପିଲାମାନଙ୍କୁ ମଧ୍ୟ ଦେଇପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।