ଝାଡୁର ପ୍ରୟୋଗ ଏହିପରି କରିଲେ ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ, ଆର୍ଥିକ କ୍ଷେତ୍ରରେ ଉନ୍ନତି ମିଳିଥାଏ

ହିନ୍ଦୁ ଧର୍ମରେ ଝାଡୁର ବହୁତ ଗୁରୁତ୍ଵ ରହିଛି । ହେଲେ ଅଧିକାଂଶ ଲୋକ ଝାଡୁର ସଠିକ ଉପଯୋଗ ବିଷୟରେ ଜାଣି ନାହାନ୍ତି । ଆଜି ଆମେ ଆପଣମାନଙ୍କୁ ଝାଡୁ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବୁ କି ନୂଆ ଝାଡୁ କେବେ କିଣିବା ଉଚିତ, ଝାଡୁକୁ ଘରେ କେଉଁ ସ୍ଥାନରେ ରଖିବା ଉଚିତ ଓ ଝାଡୁକୁ କେଉଁ ପରି ରଖିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ବିଶେଷ କଥା ବିଷୟରେ କହିବୁ । ଯଦି ଆପଣ ଏହାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବେ, ତେବେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ରହିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ପୌରଣିକ ମାନ୍ୟତା ଅନୁସାରେ ଝାଡୁ ଆମ ଘରକୁ ସଫା କରିବା ସହ ଘରର ଦରିଦ୍ରତାକୁ ମଧ୍ୟ ଦୂର କରିଥାଏ । ଝାଡୁରେ ଧନର ଦେବୀ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଆସନ୍ତୁ ଜାଣିବା ଝାଡୁର ସଠିକ ଉପଯୋଗ ।

୧. ଝାଡୁ କେମିତି ଲଗାଇବା ଉଚିତ

ଝାଡୁ ଲଗାଇବା ସମୟରେ ମୌନ ରହିବା ଉଚିତ ଓ ଝାଡୁରେ ପାଦ ଲଗାଇବା ଉଚିତ ନୁହେଁ । ଯଦି ଝାଡୁରେ ପାଦ ଲାଗିଯାଏ, ତେବେ ଏହା ଦ୍ଵାରା ମା’ ଲକ୍ଷ୍ମୀ ରାଗିଥାନ୍ତି । ତେଣୁ ଯଦି ଏହି ଭୁଲ ଆପଣଙ୍କ ଦ୍ଵାରା ହେଉଛି, ତେବେ ଯଥା ଶୀଘ୍ର ମା’ ଲକ୍ଷ୍ମୀଙ୍କୁ ଭୁଲ ମାଗିଦିଅନ୍ତୁ ।

୨. ଝାଡୁ କେବେ ଲଗାଇବା ଉଚିତ

ସର୍ବ ପ୍ରଥମେ ସକାଳ ସମୟର ସୂର୍ଯ୍ୟଉଦୟ ହେବା ପୂର୍ବରୁ ଝାଡୁ ଲଗାଇବା ଉଚିତ ଓ ଦ୍ଵିତୀୟ ଥର ସୂର୍ଯ୍ୟାସ୍ତର ୧୦ ମିନିଟ ପୂର୍ବରୁ ଝାଡୁ ଲଗାଇବା ଉଚିତ । ଏହାର ଅର୍ଥ ହେଉଛି ସକାଳ ଓ ସନ୍ଧ୍ୟାର ପୂଜା ପୂର୍ବରୁ ଘରେ ଝାଡୁ ଲଗାଇବା ଉଚିତ । ଯଦି ଆପଣ ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାଇବେ, ତେବେ ଆପଣଙ୍କ ଜୀବନରେ ଖରାପ ଦିନର ଆରମ୍ଭ ହୋଇପାରେ ।

୩. ଘରର କେଉଁ କୋଣରୁ ଝାଡୁ ଲଗାଇବା ଉଚିତ

ସର୍ବ ପ୍ରଥମେ ଉତ୍ତର- ପୂର୍ବ କୋଣରୁ ଝାଡୁ ଲଗାଇବା ଉଚିତ, ଏହା ପରେ ପୂର୍ବ କୋଣ, ପୂର୍ବ- ପଶ୍ଚିମ କୋଣ, ଏହାପରେ ପଶ୍ଚିମ- ଦକ୍ଷିଣ କୋଣ ଓ ଶେଷରେ ଦକ୍ଷିଣ କୋଣରେ ଝାଡୁ ଲଗାଇବା ଉଚିତ । ଘରେ ଥିବା ପୂଜା ମନ୍ଦିରରେ ଝାଡୁ ଲଗାନ୍ତୁ ନାହିଁ । କେବଳ ଏକ କପଡାରେ ସଫା କରନ୍ତୁ । ଏହାପରେ ସବୁ ଅଳିଆ ଆବର୍ଜନାକୁ ନ ଫୋପାଡି ଡଷ୍ଟବିନରେ ରଖିଦିଅନ୍ତୁ ।

୪. ଝାଡୁ କେଉଁଠି ରଖିବା ଉଚିତ

ଝାଡୁକୁ ସବୁବେଳେ ଲୁଚାଇ ରଖନ୍ତୁ । ଝାଡୁକୁ ଆପଣଙ୍କ ନଜର ଓ ଘରକୁ ଆସୁଥିବା ଅତିଥିଙ୍କ ନଜରରୁ ଲୁଚାଇ ରଖନ୍ତୁ । ଝାଡୁକୁ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିବା ଉଚିତ । ଝାଡୁକୁ କେବେ ବି ଭୁଲ ରେ ମଧ୍ୟ ପୂର୍ବ କୋଣରେ ରଖନ୍ତୁ ନାହିଁ । କାରଣ ସେହି କୋଣ ହେଉଛି ଦେବୀ ଦେବତାଙ୍କ କୋଣ ।

ଝାଡୁର ସଠିକ ସ୍ଥାନ ହେଉଛି ଦକ୍ଷିଣ ଓ ପଶ୍ଚିମ କୋଣ । ସବୁବେଳେ ଝାଡୁକୁ ଏହି ଦୁଇଟି କୋଣରେ ରଖନ୍ତୁ । ହେଲେ ଧ୍ୟାନ ରଖିବେ ଝାଡୁକୁ ରୋଷେଇ ଘର, ପୂଜା ମନ୍ଦିର ଓ ବେଡରୁମରେ ଭୁଲ ରେ ମଧ୍ୟ ରଖିବେ ନାହିଁ । ଝାଡୁକୁ ସୋଫା ତଳେ ବା କବାଟ କଣରେ ରଖିପାରିବେ ।

ଏହି ସବୁ ଉପାୟକୁ ଯଦି ସଠିକ ଭାବରେ ଉପଯୋଗ କରିବେ, ତେବେ ଏହା ଦ୍ଵାରା ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଓ ଏହା ସହିତ ଲକ୍ଷ୍ମୀ ମା ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଯାହାଫଳରେ ଘରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।