କଙ୍ଗନା ରନୌତଙ୍କ ସହ ଜଡିତ ୬ ବଡ ବିବାଦ, ୪ନଂ ଘଟଣା ବିଷୟରେ ବହୁତ କମ ଲୋକ ଜାଣିଥିବେ

ବଲୀଉଡର ସବୁଠୁ ଫେମସ ଓ ପପୁଳାର ଅଭିନେତ୍ରୀ କଙ୍ଗନା ରନୌତ ସବୁବେଳେ କୌଣସି ନା କୌଣସି କାରଣରୁ ବିବାଦ ମଧ୍ୟରେ ଘେରି ରହିଥାନ୍ତି । କଙ୍ଗନା ରନୌତ କିଛି ଦିନ ତଳେ ସୁଶାନ୍ତଙ୍କ ମାମଲାକୁ ନେଇ ମହାରଷ୍ଟ୍ରର ସରକାରଙ୍କୁ ଆକ୍ଷେପ କରି ବହୁତ କିଛି କହିଥିଲେ । ଏମିତିରେ ଶିବସେନା ସରକାର କଙ୍ଗନା ରନୌତଙ୍କୁ ବି ମୁମ୍ବାଇ ନ ଆସିବା ପାଇଁ ଧମକ ଦେଇଥିଲେ । କିନ୍ତୁ କଡା ସୁରକ୍ଷା ମଧ୍ୟରେ ବର୍ତ୍ତମାନ କଙ୍ଗନା ରନୌତ ମୁମ୍ବାଇ ଚାଲି ଆସିଛନ୍ତି ।

କହିବାକୁ ଗଲେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କଙ୍ଗନା ରନୌତ କୌଣସି ବିବାଦ ମଧ୍ୟରେ ଘେରିଛନ୍ତି । ଏହା ପୂର୍ବରୁ ବି ସେ ବହୁତ ବିବାଦ ମଧ୍ୟରେ ଫସି ସାରିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କଙ୍ଗନା ରନୌତଙ୍କ କିଛି ବଡ ବିବାଦ ବିଷୟରେ କହିବାକୁ ଯାଉଛୁ ।

କଙ୍ଗନା ରନୌତଙ୍କ ସବୁଠୁ ବଡ ବିବାଦ ବିଷୟରେ କହିବା ତ ବର୍ତ୍ତମାନ କିଛି ଦିନ ହେବ ଚାଲିଥିବା ତାଙ୍କର ଟ୍ବିଟ ଓ ମିଡିଆ ସହ କରିଥିବା କଥାବାର୍ତ୍ତା ଅଟେ । ଏହା ପରେ ସେ ମହାରାଷ୍ଟ୍ରର ସରକାରଙ୍କୁ ଧମକ ଦେବା ପରେ ମହାରାଷ୍ଟ୍ର ସରକାର BMC ସାହାର୍ଯ୍ୟରେ କଙ୍ଗନା ରନୌତଙ୍କ ଅଫିସକୁ ଭାଙ୍ଗି ଦେଇଛନ୍ତି । ଏହା ପରେ କଙ୍ଗନା ରନୌତ ଆହୁରି ରାଗିହି ଯାଇ ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ଟ୍ବିଟ କରି ମହାରାଷ୍ଟ୍ରର ସରକାରଙ୍କୁ ଖରାପ ସରକାର ବୋଲି କହୁଛନ୍ତି ।

କଙ୍ଗନା ରନୌତଙ୍କ ଦ୍ଵିତୀୟ ବିବାଦ ବିଷୟରେ କହିବା ତ ମହେଶ ଭଟ୍ଟଙ୍କ ଗୋଟିଏ ଫିଲ୍ମର ସ୍କିନିଙ୍ଗ ସମୟରେ ମହେଶ ଭଟ୍ଟ କଙ୍ଗନାଙ୍କୁ ହିଁ ତାଙ୍କ ଫିଲ୍ମ ଦେଖିବାକୁ ଦେଇ ନ ଥିଲେ । ଏହା ଛଡା କଙ୍ଗନାଙ୍କୁ ଚପଲ ଫୋପାଡି ମାରିଥିଲେ । ଏହା ବିଷୟରେ କିଛି ଦିନ ପୂର୍ବେ ହିଁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି କହିଥିଲେ ।

କଙ୍ଗନା ରନୌତଙ୍କ ତୃତୀୟ ବଡ ବିବାଦ ହେଲା ତାଙ୍କର ଲଭ ଅଫେୟାର । ବଲୀଉଡରେ ଆସିବା ପରେ ପ୍ରଥମେ ସେ ଆଦିତ୍ୟ ପଞ୍ଚୋଳିଙ୍କୁ ଡେଟ କରୁଥିଲେ । ଯିଏକି ତାଙ୍କ ଠାରୁ ୨୦ ବର୍ଷ ବଡ ବି ଥିଲେ । ଏହା ପରେ ତାଙ୍କର ବ୍ରେକଅପ ପରେ କଙ୍ଗନା ରନୌତ ମିଡିଆ ସାମ୍ନାରେ କହିଲେ କି ଆଦିତ୍ୟ ତାଙ୍କ ସହ ମାରପିଟ କରୁଥିଲେ ଓ ତାଙ୍କର କ୍ୟାରିୟର ଖରାପ କରିବାକୁ ଚାହୁଁଥିଲେ ।

ଏହା ପରେ କଙ୍ଗନା ରନୌତଙ୍କ ଅଫେୟାର ଅଜୟ ଦେବଗନଙ୍କ ସହ ଚାଲିଲା । ଗୋଟିଏ ଫିଲ୍ମରେ ଏକାଠି କାମ କରୁଥିବା ସମୟରେ ଏମାନଙ୍କ ଅଫେୟାରର ଖବର ସାମ୍ନାକୁ ଆସିଥିଲା । କଙ୍ଗନା ଓ ଅଜୟଙ୍କ ଅଫେୟାର ଖବର ସେହି ସମୟରେ ବହୁତ ବଡ ବିବାଦ ହୋଇ ଯାଇ ଥିଲା । କାରଣ କଙ୍ଗନା ଅଜୟଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଅନ୍ୟ ପଟେ ଅଜୟ ବିବାହ କରିବାକୁ ଚାହୁଁ ନ ଥିଲେ ।

କଙ୍ଗନାଙ୍କ ତୃତୀୟ ସବୁଠୁ ବଡ ଲଭ ଅଫେୟାର ହ୍ରିତିକ ରୋଶନଙ୍କ ସହ ଥିଲା । ଏମାନଙ୍କ ଲଭ ଅଫେୟାର ଗୋଟିଏ ସମୟରେ ବଲୀଉଡର ସବୁଠୁ ବଡ ଚର୍ଚିତ ଅଫେୟାର ହୋଇ ଯାଇଥିଲା । କିନ୍ତୁ ସେମାନଙ୍କର ବ୍ରେକଅପ ପରେ କଙ୍ଗନା ଋତିକ ରୋଶନଙ୍କ ଉପରେ ଆରୋପ ଲଗାଇ ଥିଲେ କି ଋତିକ ରୋଶନ ତାଙ୍କୁ ବର୍ବାଦ କରିବା ପାଇଁ ଧମ ଦେଇଥିଲେ । ଏହିଭଳି କଙ୍ଗନା ଋତିକ ରୋଶନଙ୍କ ବିଷୟରେ ବହୁତ କିଛି କହିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।