ରାମାୟଣ ର ସୀତା କହିଲେ- ପିଏମ ମୋଦୀ ବର୍ତ୍ତମାନର ରାମ, ସେ ସବୁ ଦିନ କିଛି ନା କିଛି ଭଲ କରୁଛନ୍ତି, ଆଉ ତା ପରେ

ବହୁତ ଲୋକପ୍ରିୟତା ହାସଲ କରିଥିବା ରାମାୟଣ ଧାରାବାହିକରେ ସୀତା ଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ ବର୍ତ୍ତମାନ ସମୟରେ ବହୁତ ଚର୍ଚିତ ଅଛନ୍ତି । ଏହି ଧାରାବାହିକ ଟି ରୀଟେଲିକାଷ୍ଟ ହେବା ପରେ ସେ ସୋସିଆଲ ମିଡିଆରେ ବି ବହୁତ ସକ୍ରିୟ ହୋଇ ଯାଇଛନ୍ତି । ରାମାୟଣ ଧାରାବାହିକ କୁ ନେଇ ସେ ନିଜର ଫ୍ୟାନ୍ସ ମାନଙ୍କ ସହିତ ନିଜର ଅନୁଭୂତି ଶେୟାର କରିଥାନ୍ତି । ଦୀପିକା ଏକ ସାକ୍ଷାତକାର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବର୍ତ୍ତମାନ ସମୟର ରାମ ବୋଲି ସମ୍ବୋଧନ କରିଛନ୍ତି ।

BBC ସହିତ କଥା ହେବା ସମୟରେ ଦୀପିକା ଚିଖଲିଆ କହିଛନ୍ତି ଆଜିର ସମୟରେ ଲୋଭ ହିଁ ସବୁଠାରୁ ବଡ ରାବଣ ଅଟେ । ତାଙ୍କୁ ଯେତବେଳେ ପଚରାଗଲା କି ଆଜିକା ସମୟରେ ରାମ କିଏ ସେତବେଳେ ସେ କହିଲେ ବର୍ତ୍ତମାନ ସମୟର ରାମ ପିଏମ ମୋଦୀ ଅଟନ୍ତି । ଦୀପିକା ପିଏମ ମୋଦୀ ଙ୍କର ପ୍ରଶଂସା କରି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଚେଷ୍ଟା କରୁଛନ୍ତି କିଛି ନୂଆ କରିବା ପାଇଁ ଏଥିପାଇଁ ବର୍ତ୍ତମାନ ସମୟର ସେ ହିଁ ରାମ ଅଟନ୍ତି ।

ଦୀପିକା ଭହୁତ ଶୀଘ୍ର ବଡ ପରଦାରେ ଏକ ଭଲ ଭୂମିକାରେ ଅଭିନୟ କରୁଥିବାର ଦେଖା ଦେବେ । ଏହା ସହିତ ଦୀପିକା ସୋରୋଜିନ ଫିଲ୍ମରେ ମଧ୍ୟ ନଜର ଆସିବେ । କିଛି ଦିନ ପୂର୍ବରୁ ଦୀପିକା ଫିଲ୍ମର ପ୍ରଥମ ଲୁକ ଜାରି କରିଥିଲେ । ଏହା ପୂର୍ବରୁ ମଧ୍ୟ ଦୀପିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ବହୁତ ପ୍ରଶଂସା କରିଛନ୍ତି । ସେ ୨୫ବର୍ଷ ପୂର୍ବେ ଗୋଟିଏ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଲାଲକୃଷ୍ଣ ଆଡବାନୀ ଏବଂ ନରେନ୍ଦ୍ର ମୋଦୀଙ୍କ ସହିତ ଥିଲେ । ସେହି ସମୟରେ ଦୀପିକା ଲୋକସଭା ନିର୍ବାଚନ ଲଢୁଥିଲେ ।

ଏହା ପୂର୍ବରୁ ମଧ୍ୟ ଦୀପିକା ଲକଡାଉନ ସମୟରେ ବି ପିଏମ ମୋଦୀ ଙ୍କର ପ୍ରଶଂସା କରିଥିଲେ । ଦୀପିକା ଙ୍କର ଟୁଇଟର ରେ ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ଏହି ଭିଡିଓ ରେ ସେ ନା ହିଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୀପ ଜଳାଇବାକୁ ସମର୍ଥନ କରିଥଲେ ବରଂ ଦୀପିକା କହିଛନ୍ତି କି ସେ ବି ରବିବାର ଦିନ ନିଜ ଘରର ସବୁ ଲାଇଟ ବନ୍ଦ କରି ଘରେ ଦୀପ, ମହମବତୀ, ଟର୍ଚ ବା ମୋବାଇଲ ଫ୍ଲାସଲାଇଟ ଦ୍ଵାରା ଉଜ୍ଵଳ କରିବେ । ଦୀପିକା ଚିକଲିଆ ଙ୍କ ଏହି ଭିଡିଓ କୁ ଦୀପିକା ଚିଖଲିଆ ଟୋପିୱାଲା ନାମକ ଏକ ଟୁଇଟର ହ୍ୟାଣ୍ଡେଲ ଦ୍ଵାରା ଶେୟାର କରାଯାଇ ଥିଲା ।