ଲକଡାଉନ ୪.୦ ର ଗାଇଡଲାଇନ ଜାରି, ସ୍କୁଲ, କଲେଜ, ବସ, ମେଟ୍ରୋ କଣ ରହିବ ବନ୍ଦ କଣ ରହିବା ଖୋଲା, ଦେଖନ୍ତୁ ପୁରା ଲିଷ୍ଟ

ଦେଶରେ କରୋନାଭାଇରସ୍ ରୋଗ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ-୧୯ ର ୯୦୯୨୭ ମାମଲା ଆସି ସାରିଲାଣି ଓ ୨୮୭୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୭ ମେ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଲକଡାଉନ୍ ୩୧ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଲକଡାଉନ୍ ର ଚତୁର୍ଥ ପର୍ଯ୍ୟାୟ ହେବ । ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ କିଛି ଏହି ପ୍ରକାରର ।

୧. ସକାଳ ୭ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବା ସମ୍ବନ୍ଧିତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ବି ବାହାରକୁ ବାହାରିବା ମନା ।

ରାଜ୍ୟ ସରକାର ନିଷ୍ପତ୍ତି ନେବେ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍

୨. ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ତଥା ୟୁନିଅନ୍ ଅଞ୍ଚଳଗୁଡିକ କୋଭିଡ ୧୯ ର ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍ ନିର୍ଣ୍ଣୟ କରିବେ ।

୩. ରେଡ ଓ ଅରେଞ୍ଜ ହୋନ ଭିତରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ସୂଚନା ସହିତ ଓ ସ୍ୱାସ୍ଥ୍ୟ ମନ୍ତରାଳୟ ର ନିର୍ଦ୍ଦେଶକୁ ଧ୍ୟାନରେ ରଖି ସ୍ଥାନୀୟ ସ୍ତରରେ ପ୍ରତିରୋଧ ଓ ବଫର ଜୋନ ର ଚିହ୍ନଟ କରାଯିବ । କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ କଡା ନିୟମ ସହିତ ନିୟନ୍ତ୍ରଣ ଜାରି ରହିବ । ଚିକିତ୍ସା ଜରୁରୀକାଳୀନ ସେବା ତଥା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ କଣ୍ଟେନମେଣ୍ଟ ଜୋନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରହିବ ।

୪. କଣ୍ଟେନମେଣ୍ଟ ଜୋନ୍ ବାହାରେ ଏକ ବଫର୍ ଜୋନ୍ ରହିବ । ଯେଉଁଠି କୋଭିଡ ୧୯ ର ନୂଆ ମାମଲା ଆସିବାର ଅଧିକ ସମ୍ଭାବନା ଅଛି । ଏଠାରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି ।

ମେଟ୍ରୋ, ହୋଟେଲ, ସ୍କୁଲ, ରେଷ୍ଟୁରାଣ୍ଟ

୫. ମେଟ୍ରୋ ରେଳ ସେବା ବନ୍ଦ ରହିବ

୬. ୩୧ ମେ ପର୍ଯ୍ୟନ୍ତ ସାରା ଦେଶରେ ବିଦ୍ୟାଳୟ, କଲେଜ, ଶିକ୍ଷାଗତ ତଥା ତାଲିମ / କୋଚିଂ ପ୍ରତିଷ୍ଠାନଗୁଡିକର କାର୍ଯ୍ୟ ବନ୍ଦ ରହିବ । ସରକାର ଅନଲାଇନ୍ ଅଧ୍ୟୟନକୁ ଅନୁମୋଦନ କରିଛନ୍ତି । ଏହାକୁ ପ୍ରୋତ୍ସାହିତ ମଧ୍ୟ କରାଯିବ ।

୭. ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ।
୮. ରେଳ ଷ୍ଟେସନ, ବିମାନବନ୍ଦର ବସ୍ ଡିପୋରେ କ୍ୟାଣ୍ଟିନ ଖୋଲିବା ପାଇଁ ଛାଡ ରହିବ ।

୯. ରେଷ୍ଟୁରାଣ୍ଟରେ ହୋମ ଡେଲିଭରି ପାଇଁ ରୋଷେଇ ଘରେ ଖାଦ୍ଯ ତିଆରି କରିବା ପାଇଁ ରିହାତି ମିଳିବ ।

ସିନେମା ହଲ୍ ଏବଂ ସମାରୋହରେ କଣ ହେବ

୧୦. ସମସ୍ତ ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ପାର୍କ, ପ୍ରେକ୍ଷାଳୟ, ବାର୍, ଅଡିଟୋରିୟମ୍, ଆସେମ୍ବିଲ ହଲ୍ ବନ୍ଦ ରହିବ ।

୧୧. ସମସ୍ତ ପ୍ରକାର ସାମାଜିକ, ରାଜନୈତିକ , କ୍ରୀଡା, ମନୋରଞ୍ଜନ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ତଥା ଏହିପରି ଅନ୍ୟାନ୍ୟ ସମାରୋହ ୩୧ ମେ ପର୍ଯ୍ୟନ୍ତ ଦେଶରେ ନିଷିଦ୍ଧ ହେବ ।

୧୨. ସମସ୍ତ ଧାର୍ମିକ ଏବଂ ପ୍ରାର୍ଥନା ସ୍ଥାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ।
କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସ୍ଥାନରେ ମିଳିବ ଏହି ସୁବିଧା

୧୩. ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଅନ୍ତରାଜ୍ଯ ଯାତ୍ରୀବାହୀ ଯାନ ଏବଂ ବସ୍ ଚାଲିବ ।

୧୪. ରାଜ୍ୟ ତଥା କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ସରକାର ବସ୍ ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଇବା ଉପରେ ନିଷ୍ପତ୍ତି ନେଇପାରିବେ ।

ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ

୧୫. ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲାମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି ଆବଶ୍ୟକ କାର୍ଯ୍ୟ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ଅନୁମତି ଦିଆଯିବ ।

୧୬. ମାଲ ପରିବହନ ଯାନ, ଟ୍ରକକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ଅନୁମତି ଦିଆଯିବ ।

୧୭. କୌଣସି ରାଜ୍ୟ ମାଲ ପରିବହନ ଯାନ କିମ୍ବା ଟ୍ରକକୁ ଅନ୍ତରାଜୀୟ ଗତିରୁ ରୋକି ପାରିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।