ମହିନ୍ଦ୍ରା ଭାରତୀୟ ସେନାଙ୍କୁ ଜଣେଇଲେ ଧନ୍ୟବାଦ, କହିଲେ- ଯିଏ ଟୁର ଅଫ ଡିୟୁଟି କରିବେ ତାଙ୍କୁ କମ୍ପାନୀରେ ଚାକିରି ଦେବି

ଦେଶର ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସାଧାରଣ ଭାରତୀୟ ମାନଙ୍କୁ ସେନାରେ ୩ବର୍ଷ ପାଇଁ କାମ କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ମହିନ୍ଦ୍ରା ଭାରତୀୟ ସେନାଙ୍କୁ ଗୋଟିଏ ମେଲ ଲେଖି କହିଛନ୍ତି କି ଯଦି ଏମିତି କରାଯାଏ ତାହେଲେ ସେନାରେ ୩ବର୍ଷ ପର୍ଯ୍ୟନ୍ତ ଟୁର ଅଫ ଡିୟୁଟି କରିଥିବା ଯୁବକ ମାନଙ୍କୁ ତାଙ୍କ କମ୍ପାନୀରେ ଚାକିରି ଦେବେ । ସେ ସେନା ମାନଙ୍କୁ କହିଛନ୍ତି କି ମତେ ଜଣାପଡିଛି କି ଭାରତୀୟ ସେନା ଟୁର ଅଫ ଡିୟୁଟି ସମ୍ବନ୍ଧିତ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଏହା ଅଧୀନରେ ଯୁବକ, ଫିଟ ନାଗରିକ ମାନଙ୍କୁ ସ୍ଵେଛାକୃତ ଭିତ୍ତିରେ ସେନାଙ୍କ ସହିତ ଯବାନ ବା ଅଧିକାରୀ ଭାବରେ ଯୋଡି ହୋଇ କାର୍ଯ୍ୟକ୍ଷମ ଅଭିଜ୍ଞତା ପାଇବାର ମୌକା ମିଳିବ ।

ଇମେଲ ରେ ମହିନ୍ଦ୍ରା ଲେଖିଛନ୍ତି କି ମୋର ପୁରା ବିଶ୍ଵାସ ଅଛି କି ଟୁର ଅଫ ଡିୟୁଟି ଅଧୀନରେ ମିଲଟରି ଟ୍ରେନିଂ ପରେ ଯେତେବେଳେ ସେମାନେ କାର୍ଯ୍ୟକ୍ଷେତ୍ରକୁ ଆସିବେ ସେତେବେଳେ ତାହା ବହୁତ ଲାଭ ବୋଲି ପ୍ରମାଣିତ ହେବ । ଭାରତୀୟ ସେନାରେ ଚୟନ ଏବଂ ଟ୍ରେନିଂ ନେଇଥିବା ଯୁବକ ମାନଙ୍କୁ ମହିନ୍ଦ୍ରା ଗୃପ ଚାକିରି ଦେବା ପାଇଁ ବିଚାର କରିବ ।

ଭାରତୀୟ ସେନା ସାଧାରଣ ଭାରତୀୟ ମାନଙ୍କ ପାଇଁ ୩ବର୍ଷର ଟୁର ଅଫ ଡିୟୁଟି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ଯଦି ଏହି ପ୍ରସ୍ତାବ ମଞ୍ଜୁରୀ ହୋଇଗଲା ଏହା ଦେଶର ଇତିହାସର ସବୁଠାରୁ ବଡ କ୍ରାନ୍ତିକାରୀ ପଦକ୍ଷେପ ହେବ । ଆରମ୍ଭରୁ ଏଥିରେ ୧୦୦ ଅଫିସର ଏବଂ ୧୦୦୦ ଯବାନ ମାନଙ୍କୁ ସେନାରେ ୩ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳରେ ରଖିବା ପାଇଁ ଯୋଜନା କରାଯାଉଛି । ଭାରତୀୟ ସେନା ଦେଶର ସବୁଠାର ଭଲ ପ୍ରତିଭାକୁ ନିଜର ଦଳରେ ସାମିଲ କରିବା ପାଇଁ ଚାହୁଁଛନ୍ତି । ବର୍ତ୍ତମାନ ସମୟରେ ଶର୍ଟ ସର୍ଭିସ କମିଶନ ମାଧ୍ୟମରେ ସେନାରେ ଯୋଗ ଦେବା ଲୋକଙ୍କୁ ଅତି କମ ରେ ୧୦ବର୍ଷ ଚାକିରି କରିବାକୁ ପଡିଥାଏ । ସେନାରେ ବର୍ତ୍ତମାନ ଏହାଠାରୁ କମ ଅବଧିର ଡିୟୁଟିର ପ୍ରାବଧାନ ନାହିଁ ।

ସେନାର ବରିଷ୍ଠ ଅଧିକାରୀ ଯୁବକ ମାନଙ୍କୁ ଆକର୍ଷିତ କରିବା ପାଇଁ ଶର୍ଟ ସର୍ଭିସ କମିଶନ ବ୍ୟବସ୍ଥାକୁ ମଧ୍ୟ ସମୀକ୍ଷା କରୁଛନ୍ତି । ବହୁତ ବର୍ଷ ହେଲା ଭାରତୀୟ ସେନାରେ ଅଧିକାରୀ ମାନଙ୍କର ଅଭାବ ହେଉଛି ,ଏଥିପାଇଁ କମିଶନରେ ପରିବର୍ତ୍ତନର କାମ ବହୁତ ଶୀଘ୍ର କରିବା ପାଇଁ ଭାବୁଛନ୍ତି । ଶର୍ଟ ସର୍ଭିସ କମିଶନର ଆରମ୍ଭ ନ୍ୟୁନତମ ୫ବର୍ଷ ର ସର୍ଭିସ ସହିତ ହୋଇଥିଲା କିନ୍ତୁ ଏହାକୁ ଅଧିକ ଆକର୍ଷିତ କରିବା ପାଇଁ ବଢାଇ ୧୦ବର୍ଷ ପର୍ଯ୍ୟନ୍ତ କରିଦିଆ ଗଲା ।