ଶୀତ ଦିନରେ ରୁଖାପଣରୁ ହାତକୁ ବଞ୍ଚେଇବା ପାଇଁ ଏମିତି ପ୍ରୟୋଗ କରନ୍ତୁ ଲେମ୍ବୁ, ହାତ ହୋଇଯିବ ଗୋରା ଓ ସଫ୍ଟ

ଶୀତ ଦିନରେ ପ୍ରାୟତଃ ହାତ, ପାପୁଲି, ଗୋଡ ଆଦି ଶୁଷ୍କ ଏବଂ ଦୁର୍ବଳ ଦେଖାଯାଇଥାଏ । ଏହା ଦ୍ଵାରା ଆପଣଙ୍କୁ ଅନ୍ୟ ଲୋକଙ୍କ ସାମ୍ନାରେ ଖରାପ ଲାଗିଥାଏ । ଏହା ଛଡା ଗରମ ଦିନ ଠାରୁ ଶୀତ ଦିନରେ ଚେହେରାର ରଙ୍ଗ କଳା ପଡିଯାଇଥାଏ । ସାଧାରଣତଃ ଲୋକମାନେ ଏହି ସବୁ ସମସ୍ୟା ପାଇଁ ବଜାରରୁ ବଡିଲୋଶନ ଆଦି ଆଣି ବ୍ୟବହାର କରିଥାନ୍ତି । କିନ୍ତୁ ଏହି ସବୁ କସମେଟିକ ଦ୍ରବ୍ୟ ଚେହେରାକୁ ବହୁତ ଶୀଘ୍ର ନଷ୍ଟ କରିଥାଏ ।

ହେଲେ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯାହାକୁ ଆପଣ ବ୍ୟବହାର କରି, ନିଜ ହାତ ଗୋଡକୁ ଗୋରା ଓ ସଫ୍ଟ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଲେମ୍ବୁ-

ସାଧାରଣତଃ ଲେମ୍ବୁରେ ସାଇଟ୍ରିକ ଏସିଡ ଥାଏ, ଏହା ଚେହେରାକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଲେମ୍ବୁର ପ୍ରୟୋଗରେ ଚେହେରାର ରୁଖାପଣ ଓ ଦାଗ ଆଦି ଦୂର କରାଯାଇପାରେ । ଲେମ୍ବୁ ଚେହେରାକୁ ସଫା କରିଥାଏ ।

ମହୁ-

ମହୁରେ ବହୁତ ଆନ୍ଟି ଅକ୍ସିଡେଣ୍ଟ ରହିଥାଏ ଯାହା ଚେହେରା ପାଇଁ ବହୁତ ଲାଭଦାୟକ ଅଟେ । ମହୁର ବ୍ୟବହାରରେ ଆପଣ ନିଜ ଚେହେରାର ରୁଖାପଣକୁ ଦୂର କରିପାରିବେ ।

ବେକିଙ୍ଗ ସୋଢା-

ବେକିଙ୍ଗ ସୋଢା ଚେହେରାରେ ଥିବା ଡେଡ୍ ସ୍କିନ ସେଲ୍ସକୁ ଦୂର କରିଥାଏ । ତେଣୁ ଏହାକୁ ବ୍ୟବହାର କଲେ ସ୍କିନ ସଫା ହେବା ସହିତ ସତେଜ ଦେଖା ଯାଇଥାଏ ।

ଏହାର ବ୍ୟବହାର-

ସର୍ବ ପ୍ରଥମେ ଆପଣ ଏକ ବାଉଲରେ ଦୁଇ ଚାମଚ ଲେମ୍ବୁ ରସ, ଗୋଟେ ଚାମଚ ମହୁ ଓ ଅଧା ଚାମଚ ବେକିଙ୍ଗ ସୋଢା ପକାନ୍ତୁ ଓ ଏହି ସବୁ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହି ମିକ୍ସକୁ ନିଜର ହାତ, ଗୋଡ, ପାପୁଲି ଓ ହାତର କହୁଣି ଆଦି ରୁଖା ସ୍ଥାନରେ ଭଲ ଭାବରେ ଲଗେଇ ଦିଅନ୍ତୁ ଏବଂ ଏହାକୁ ଧୀରେ ଧୀରେ ମସାଜ କରନ୍ତୁ । ୩-୪ ମିନିଟ ମସାଜ କରିବା ପରେ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଖୋଲାରେ ଛାଡି ଦିଅନ୍ତୁ । ଯାହାଫଳରେ ଏହା ଶୁଖିଯିବ, ଏହା ପରେ ହାତକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାକୁ ବ୍ୟବହାର କଲେ ବହୁତ କମ ଦିନରେ ଆପଣ ନିଜ ଚେହେରାରେ ଆସିଥିବା ପାର୍ଥକ୍ୟ ଜାଣି ପାରିବେ ।