ଆଜି ହିଁ ନିଜ ଘରର ଏହି ସ୍ଥାନରେ ରଖନ୍ତୁ ମୟୂର ପଙ୍ଖ, ତାପରେ ଦେଖନ୍ତୁ କେମିତି ହେଉଛି ଧନ ଲାଭ

ସବୁ ମଣିଷ ସୁଖମୟ ଜୀବନ ଯାପନ କରିବା ପାଇଁ ଚାହାନ୍ତି । ସେଥିପାଇଁ ମଣିଷ ରାତି ଦିନ କଷ୍ଟ କରିଥାଏ । ଯାହାଫଳରେ ସେ ତାର ପରିବାରରକୁ ସବୁ ପ୍ରକାରର ସୁଖ ଦେଇପାରିବ । ହେଲେ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଆପଣଙ୍କ ଘରେ ସକରାତ୍ମକ ପ୍ରଭାବ ରହିବା ନିହାତି ଦରକାର । ଏହି ସକରାତ୍ମକ ପ୍ରଭାବ ପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜ ଜୀବନରେ ଧନଲାଭ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭଗବାନ ବିଷ୍ଣୁଙ୍କ ପୂଜା ବହୁତ ଅଧିକ ମହତପୂର୍ଣ୍ଣ ହୋଇଥାଏ । ଯଦି ଆପଣଙ୍କ କାମ ବହୁତ ଦିନ ହେଲାଣି ଅଟକି ରହିଛି ଓ ଧନ ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ଆପଣଙ୍କୁ ଗୋଟିଏ କାମ କରିବା ପାଇଁ ହେବ । ଏହି ଉପାୟକୁ ଉପଯୋଗ କଲେ ସବୁ ପ୍ରକାରର ସମସ୍ୟାର ସମାଧାନ ହୋଇଯିବ । ଯଦି ଆପଣ ଏହି ଉପାୟକୁ ପୁରା ଶ୍ରଦ୍ଧାରେ କରିବେ ତେବେ ଆପଣଙ୍କ ମନୋକାମନା ନିଶ୍ଚିନ୍ତ ପୂର୍ଣ୍ଣ ହୋଇଯିବ ।

ଏଥି ପାଇଁ ଆପଣଙ୍କୁ ଗୁରୁବାର ଦିନ ଏକ ମୟୂର ପଙ୍ଖ ଆଣିବାକୁ ହେବ । ଆପଣ ଏହି ମୟୂର ପଙ୍ଖକୁ ରାଧାକୃଷ୍ଣଙ୍କ ମନ୍ଦିର ନେଇ କୃଷ୍ଣଙ୍କ ମୁକୁଟରେ ୧୦ ଦିନ ପର୍ଯ୍ୟନ୍ତ ସ୍ଥାପନ କରିବାକୁ ହେବ । ଯଦି ଆପଣଙ୍କ ଘରେ ଶ୍ରୀ ରାଧାକୃଷ୍ଣଙ୍କର ମୂର୍ତି ଅଛି ତେବେ ଆପଣ ନିଜ ଘରେ ମଧ୍ୟ ସ୍ଥାପ କରିପାରିବେ ।

ଆପଣଙ୍କୁ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଲହୁଣୀ ଓ ମିଶ୍ରିର ଭୋଗ ଚଢାଇବାକୁ ହେବ । ୧୦ ଦିନ ପରେ ମୟୂର ପଙ୍ଖକୁ କୃଷ୍ଣଙ୍କ ମୁକୁଟରୁ କାଢି ନିଜ ଘରେ ଯେଉଁଠି ଧନ ରଖୁଛନ୍ତି ସେଠାରେ ରଖିଦେବାର ଅଛି । ଏହି ଉପାୟ କରିବା ଦ୍ଵାରା କିଛି ଦିନ ମଧ୍ୟରେ ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।