ନାଳରେ ଫିଙ୍ଗି ଦେଇଥିଲେ ନବଜାତ ଶିଶୁକନ୍ୟାକୁ, ଦେବଦୂତ ସାଜି ଆସିଲେ ଏହି ଯବାନ, ଏମିତି ବଞ୍ଚାଇଲେ ତା’ର ଜୀବନ

କହିବାକୁ ଗଲେ ତ ଆମ ଦେଶ ଆଜି ଦ୍ରୁତ ଗତିରେ ପ୍ରଗତି ଆଗଡୁ ଅଗ୍ରସର ହେଉଛି କିନ୍ତୁ କିଛି ଲୋକଙ୍କର ଚିନ୍ତାଧାରା ଆଜି ବି ଛୋଟ ଅଟେ । ସେମାନେ ଆଜି ମଧ୍ୟ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ଯ ଦେଖିଥାନ୍ତି । ଯାହାର ଫଳ ସ୍ୱରୂପ ଆମେ ପ୍ରତିଦିନ ଏମିତି ଖବର ଶୁଣିବାକୁ ପାଉ କି ଶିଶୁ କନ୍ୟାକୁ ଅଳିଆ ଡବାରେ ଫୋପାଡି ଦିଆ ଯାଇଥାଏ । ଏମିତି ହିଁ ଏକ ମାମଲା ଉତ୍ତର ପ୍ରଦେଶର ବଦାୟୁ ସହରରେ ଦେଖିବାକୁ ମିଳିଛି । ଏଠାରେ କେହି ଗୋଟିଏ ନବଜାତ ଶିଶୁ କନ୍ୟାକୁ

ନାଳରେ ଫିଙ୍ଗି ଦେଇଛି । ଏମିତିରେ ବଦାୟୁ ପୋଲିସ ସେହି ଶିଶୁର ଜୀବନରେ ଭାଗବାନ ସାଜି ତା’ର ଜୀବନ ବଞ୍ଚାଇଛି । ବଦାୟୁ ପୋଲିସ ଋଷି ପାଲଙ୍କୁ ଯେମିତି ହିଁ ଏହା ବିଷୟରେ ସୂଚନା ମିଳିଲା ସେ ତୁରନ୍ତ ସେଠାରେ ପହଞ୍ଚି ଶିଶୁଟିକୁ ନାଳରୁ ଉଦ୍ଧାର କରି ନିଜ କୋଳରେ ନେଇଥିଲେ । ତାହା ପରେ ସେ ତା’କୁ ହସ୍ପିଟାଲ ନେଇଗଲେ ।

ଭଗବାନଙ୍କ ଦୟାରୁ ଶିଶୁଟିର ଅବସ୍ଥା ଭଲ ଅଛି । ଏହି ପୁରା ମାମଲାର ସୂଚନା ବଦାୟୁ ପୋଲିସ ନିଜର ଅଧିକାରିକ ଟ୍ବିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି “ଭଗବାନ ସାଜି ପହଞ୍ଚିଲେ #budaunpolice, @up100 ରେ କାର୍ଯ୍ୟରତ ଥିବା ଋଷି ପାଲ, ନାଳରେ ଅଜ୍ଞାତ ଶିଶୁ କନ୍ୟା ପଡିଥିବାର ସୂଚନା ପାଇ ଡେରି ନ କରି ତୁରନ୍ତ ସେଠାରେ ପହଞ୍ଚି ଶିଶୁକୁ କୋଳରେ ନେଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା, ଶିଶୁଟି ଏବେ ଭଲ ଅଛି ।

ଏହା ଟ୍ଵିଟ ହେବା ପରେ ଏହି ଖବର ବହୁତ ଜଲ୍ଦି ଭାଇରାଲ ହେଉଛି । ସମସ୍ତେ ଏହି ମାମଲାରେ ବଦାୟୁ ପୋଲିସର ପ୍ରଶଂସା କରୁଛନ୍ତି । ଲୋକମାନେ ଏହି ଘଟଣାରେ ନିଜ ନିଜର ମତ ରଖିଛନ୍ତି ।

ଜଣେ ୟୁଜର ଲେଖିଲେ “କେମିତିକା ଲୋକ ଅଛନ୍ତି ଏହି ଦୁନିଆରେ…ଯାହାକୁ ଏହି କୁନି ନିଷ୍ପାପ ଶିଶୁ ପ୍ରତି ଦୟା ନାହିଁ, ଫୋପାଡି ଦେଲେ ଅଳିଆ ଗଦାରେ ମରିବା ପାଇଁ…ଭଗବାନ ମଙ୍ଗଳ କରନ୍ତୁ ସେହି ଯବାନଙ୍କର ଯିଏ ସେହି ପିଲାଟିର ଜୀବନ ବଞ୍ଚାଇଲେ । ଗୋଟିଏ ଜୀବନ ବଞ୍ଚାଇବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।”

ଅନ୍ୟ ଜଣେ ୟୁଜର ଲେଖିଲେ “ଋଷି ପାଲଙ୍କ ଭଳି ଯବାନ UP ପୋଲିସ ପାଇଁ ଗର୍ବ ଅଟନ୍ତି, ବଦାୟୁ ପୋଲିସ ଓ ଋଷି ପାଲଙ୍କୁ ସାଲ୍ୟୁଟ।”

ଆଉ ଜଣେ ଲେଖିଛନ୍ତି “ବହୁତ ଭଲ, ମଣିଷପଣିଆ ଆପଣଙ୍କ ଭଳି ଲୋକଙ୍କ ପାଇଁ ବଞ୍ଚିଛି, ଋଷି ପାଲ। ଏମିତି ହିଁ ଭଲ କାମ କରୁଥାନ୍ତୁ । ଜୟ ହିନ୍ଦ ।”

ବନ୍ଧୁମାନେ ଆମକୁ ଏହି କଥା ବୁଝିବା ଅତ୍ୟନ୍ତ ଆବଶ୍ୟକ କି ଝିଅ ହେଉ ବା ପୁଅ ଏଥିରେ କୌଣସି ତଫାତ ନାହିଁ । ଯଦି ଆପଣ ଏକ ପିଲାକୁ ଜନ୍ମ ଦେଇଛନ୍ତି ତେବେ ଆପଣଙ୍କର କର୍ତ୍ତବ୍ୟ ଅଟେ ତା’କୁ ପାଳି ପୋଷି ବଡ କରିବା । ଝିଅ ପୁଅ ମଧ୍ୟରେ ପାତର ଅନ୍ତର ଭଳି ବେକାର ଭାବନାକୁ ନିଜ ମୁଣ୍ଡରୁ ବାହାର କରି ଦିଅନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।