ଅଟୋମେଟିକ ସିଢିରେ ଫସିଗଲା ୫ ବର୍ଷ ଝିଅର ହାତ, ପୁଣି କଣ ହେଲା ଦେଖନ୍ତୁ ଭିଡିଓ

ଆମ ସମସ୍ତଙ୍କୁ ଶପିଂଗ ମଲରେ ବୁଲିବାକୁ ଭଲ ଲାଗିଥାଏ । ଖାସକରି ପିଲାମାନେ ଯେତେବେଳେ ମଲକୁ ଯାଇଥାନ୍ତି ତେବେ ତାଙ୍କୁ ସ୍ଵଚାଳିତ ସିଢି ଗୁଡିକ (ଏସ୍କେଲେଟର) ଉପରେ ଚଢିବାକୁ ବହୁତ ମଜା ଲାଗିଥାଏ । କିନ୍ତୁ ଯଦି ଏଥିରେ ସାବଧାନୀ ଦେଖାଇବେ ନାହିଁ ତେବେ ଆରମଦାୟକ ଦେଖାଯାଉଥିବା ଏହି ସ୍ଵଚାଳିତ ସିଢି ଆପଣଙ୍କ ପାଇଁ ଆସୁବିଧା ବି ଆଣିପାରେ । ଖାସକରି ଛୋଟ ପିଲାମାନଙ୍କ ପ୍ରତି ସାବଧାନ ରହିବା ଉଚିତ ।

ଚୀନର ମଧ୍ୟ ହୁବେଈ ପ୍ରାନ୍ତର ହେଂଚୁଆନ ସହରରୁ ଏକ ଏହିଭଳି କିଛି ମାମଲା ସାମନାକୁ ଆସିଛି । ଏଠି ଏକ ୫ ବର୍ଷର ଝିଅର ହାତ ଏହି ସ୍ଵଚାଳିତ ସିଢରେ ଫସି ଯାଉଛି । କହିବାକୁ ଗଲେ ଏହି ଝିଅଟି ସିଢିରୁ ତଳକୁ ଆସୁଥିଲା । ସେହି ସମୟରେ ସେ ନିଜର ହାତକୁ ସାଇଡ ରେଲିଙ୍ଗ ଉପରେ ରଖି ଥିଲା । ଏହି ସାଇଡ ରେଲିଙ୍ଗ ଏକ ପଟ୍ଟେ ଭଳି ହୋଇଥାଏ ଯାହା ସିଢି ସହିତ ତଳକୁ ଯାଇଥାଏ ।

ଏମିତିରେ ଝିଅଟି ଯେତେବେଳେ ପୁରା ତଳକୁ ଓଲହାଇ ଯାଇଥିଲା ତେବେ ବି ସେ ଏହା ଉପରୁ ହାତ ହଟାଇଲା ନାହିଁ । ଯାହା ପରେ ଝିଅଟିର ହାତ ସେହି ସାଇଡ ରେଲିଙ୍ଗ ଭିତରେ ହିଁ ଫସି ରହିଗଲା । ଏହା ପରେ ଝିଅଟିକୁ ବହୁ ବ୍ୟଥା ହେଲା ଓ ତଳେ ପଡି ଯାଇ ସେ କାନ୍ଦିବାକୁ ଲାଗିଲା ।

ଏହା ପରେ ଜଣେ ବ୍ୟକ୍ତି  ସଙ୍ଗେ ସଙ୍ଗେ ଏସ୍କେଲେଟରକୁ ବନ୍ଦ କରି ଦେଲା । ଏହା ଦ୍ଵାରା ଝିଅଟି ର ହାତ ଅଧିକ ଭିତରକୁ ଗଲା ନାହିଁ । ଏହା ପରେ ୧୦ ମିନିଟରେ ଫାୟାର ସର୍ବିସ ବାଲା ସେଠି ପହଞ୍ଚିଗଲେ । ଏହା ମଧ୍ୟରେ ଝିଅଟିର ଧ୍ୟାନ ଅନ୍ୟ ଆଡକୁ କରିବା ପାଇଁ ତାକୁ ମୋବାଇଲରେ କିଛି ଭିଡିଓ ଦେଖା ଗଲା । ଏହା ପରେ ସିଢିକୁ କଟାଯାଇ ଝିଅଟିର ହାତକୁ ବାହାର କରି ଦିଆଗଲା । ଭଲ କଥା ଏହା ଅଟେ କି ଝିଅଟିକୁ କୌଣସି ବି ଗମ୍ଭୀର ଆଘାତ ଲାଗି ନାହିଁ । କେବଳ କିଛି ଖଣ୍ଡିଆ ହୋଇ ଯାଇଛି ।

ଏହି ପୁରା ଘଟଣାକୁ ଏକ ବ୍ୟକ୍ତି ମୋବାଇଲରେ ଭିଡିଓ କରି ନେଇଛି । ଯାହା ବର୍ତ୍ତମାନ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ଏହା ସେହି ସମସ୍ତ ଲୋକମାନଙ୍କ ପାଇଁ ଏକ ଶିକ୍ଷା ଅଟେ ଯେଉଁମାନେ ନିଜର ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଦେଖନ୍ତୁ ଭିଡିଓ:

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।