ସିରିଡି ସାଇବାବାଙ୍କ ମନ୍ଦିରର ଦାନପାତ୍ରରୁ ମିଳିଲା ଏମିତି ବସ୍ତୁ, ଯାହାକୁ ଦେଖି ପୁଜାରି ବୁଝି ହିଁ ପାରିଲେ ନାହିଁ କି ସେ କଣ କରିବେ

ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ଘଟିଛି ସିରିଡି ସାଇ ବାବାଙ୍କ ମନ୍ଦିରରେ । ସାଇ ବାବାଙ୍କ ମନ୍ଦିରରେ ଥିବା ଦାନପାତ୍ରରେ ଏମିତି ଏକ ବସ୍ତୁ ବାହାରିଲା ଯାହାକୁ ପୂଜାରୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।ସାଧାରଣତଃ ନୋଟ ବନ୍ଦୀ ହେବା ପରେ ମଧ୍ୟ ବହୁତ ଲୋକଙ୍କ ପାଖରେ ପୁରୁଣା ନୋଟ ରହିଯାଇଛି । ଏହି ନୋଟ ଗୁଡିକ ଚଳୁ ନଥିବାରୁ ଲୋକମାନେ ଏହାକୁ ଦାନ ରୂପରେ ମନ୍ଦିରକୁ ଦେଇଦେଉଛନ୍ତି । ଏମିତି ହିଁ କିଛି ଚଣ୍ଡିଗଢରେ ମଧ୍ୟ ହୋଇଥିଲା ।

ସେକ୍ଟର-୨୯ରେ ସ୍ଥିତ ସିରିଡି ସାଇ ବାବା ମନ୍ଦିରର ଦାନପାତ୍ରରୁ ପୁରୁଣା ନୋଟ ବାହାରିଥିଲା । ରବିବାର ଦିନ ଦାନପାତ୍ରରୁ ସବୁ ନୋଟ କଢା ଯାଇଥିଲା ଓ ଏହାକୁ ଗଣା ଯାଇଥିଲା । ଗଣା ହେବା ପରେ ଜଣାପଡିଥିଲା କି ୧୩ ହଜାର ଟଙ୍କାର ପୁରୁଣା ନୋଟ ଅଛି । ଏଥିରେ ୩ ବର୍ଷ ପୂର୍ବରୁ ବନ୍ଦ ହୋଇସାରିଥିବା ୫୦୦ ଓ ୧୦୦୦ ଟଙ୍କାର ନୋଟ ମିଳିଥିଲା ।

୮ଟି ହଜାର ଟଙ୍କା ନୋଟ ଓ ୧୦ଟି ୫୦୦ ଟଙ୍କା ନୋଟ ମନ୍ଦିରର ଦାନପାତ୍ରରେ ମିଳିଥିଲା । ମନ୍ଦିର କମିଟି ଏହି ସବୁ ନୋଟକୁ ନିଜ ପାଖରେ ଜମା କରିଦେଇଛନ୍ତି । ହେଲେ ବର୍ତ୍ତମାନ ସେହି ନୋଟକୁ କେମିତି ଉପଯୋଗ କରିବେ, କମିଟି ବୁଝିପାରୁ ନାହିଁ ।