ଭଗବାନ ବିଷ୍ଣୁଙ୍କୁ ଗୁଡ ଓ ଚଣା ପ୍ରସାଦ ଚଢାଇବା ଦ୍ଵାରା ପୁରା ହୁଏ ସବୁ ମନୋକାମନା, ଜାଣନ୍ତୁ ଏହା ସହ ଜଡିତ ପୌରଣିକ କଥା

ବିଷ୍ଣୁଙ୍କର ପୂଜା ସମୟରେ ତାଙ୍କୁ ଗୁଡ ଓ ଚଣା ପ୍ରସାଦ ଚଢାଇବା ଦ୍ଵାରା ଆପଣଙ୍କର ମନୋକାମନା ପୁରା ହୋଇଥାଏ । ଏହାକୁ ପ୍ରସାଦ ରୂପେ ଚଢାଇବାର ଏକ କଥା ରହିଛି । ଆସନ୍ତୁ ଜାଣିବା ସେହି କଥା ସମ୍ବନ୍ଧରେ । ସେହି କଥା ଅନୁସାରେ ଦେବର୍ଷି ନାରଦ ମୁନି ଥରେ ଆତ୍ମା ଜ୍ଞାନ ଲାଭ କରିବା ପାଇଁ ଭଗବାନ ବିଷ୍ଣୁଙ୍କ ପାଖକୁ ଆସିଥିଲେ । ଭଗବାନ ବିଷ୍ଣୁ ତାଙ୍କୁ କହିଥିଲେ ଆତ୍ମାଜ୍ଞାନ ପାଇବା ପାଇଁ ନିଜକୁ ଆଗେ ସେହି ଜ୍ଞାନର ଯୋଗ୍ୟ ବନାନ୍ତୁ । ଭଗବାନ ବିଷ୍ଣୁ କହିଥିଲେ ଯୋଗ୍ୟ ହୋଇସାରିଲା ପରେ ସେ ଦେବର୍ଷି ନାରଦଙ୍କୁ ଆତ୍ମାଜ୍ଞାନ ପ୍ରଦାନ କରିବେ ।

ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଦେବର୍ଷି ନାରଦ କଠୋର ତପସ୍ୟା କଲେ । ଭଗବାନ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଲେ ନାହିଁ । ଏହା ପରେ ଦେବର୍ଷି ନାରଦ ପୃଥିବୀ ପୁଷ୍ଟକୁ ଯିବାର ନିସ୍ପତି ନେଲେ । ଦେବର୍ଷି ନାରଦ ପୃଥିବୀ ପୁଷ୍ଟରେ ଦେଖିଲେ ଭଗବାନ ବିଷ୍ଣୁ ଜଣେ ବୃଦ୍ଧ ମହିଳାଙ୍କ ନିକଟରେ ବସିଥିଲେ । ଏହା ଦେଖି ଦେବର୍ଷି ନାରଦ ଆଶ୍ଚର୍ଯ୍ୟ ହୋଇଗଲେ ।

ଭଗବାନ ବିଷ୍ଣୁ ଗଲା ପରେ ସେ ଯାଇ ସେ ବୃଦ୍ଧ ମହିଳାଙ୍କୁ ପଚାରିଲେ ଆପଣ କିପରି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କଲେ । ବୃଦ୍ଧ ମହିଳା ଜଣଙ୍କ କହିଲେ ସେ ଭଗବାନ ବିଷ୍ଣୁଙ୍କୁ ଗୁଡ ଓ ଚଣା ପ୍ରସାଦ ଚଢାଇ ତାଙ୍କୁ ପ୍ରସନ୍ନ କଲେ ଏବଂ ଏହା ମଧ୍ୟ କହିଲେ କି ଗୁଡ ଓ ଚଣା ଭଗବାନଙ୍କର ପ୍ରିୟ ଅଟେ । ସେ ଏହା ମଧ୍ୟ କହିଲେ କି ଗୁଡ ଓ ଚଣା ପ୍ରସାଦ ଚଢାଇଲେ ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ଏହି ସବୁ କଥା ଶୁଣି ଦେବର୍ଷି ନାରଦ ଭଗବାନ ବିଷ୍ଣୁଙ୍କର ବ୍ରତ କଲେ ଓ ପ୍ରସାଦରେ ଗୁଡ ଓ ଚଣା ଭୋଗ କଲେ । ଏହା ଦେଖି ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଗଲେ ଓ ତାଙ୍କୁ ଆତ୍ମାଜ୍ଞାନ ପ୍ରଦାନ କଲେ । ସେହି ଦିନରୁ ଭଗବାନ ବିଷ୍ଣୁଙ୍କୁ ଚଣା ଓ ଗୁଡ ପ୍ରସାଦ ରୂପେ ଅର୍ପଣ କରିବାର ପରମ୍ପରା ଆରମ୍ଭ ହୋଇଥିଲା । ଏହା ଦ୍ଵାରା ମନୋସ୍କାମନା ମଧ୍ୟ ପୁରା ହୁଏ ।