ସାଇନସ୍ ସଂକ୍ରମଣ କେମିତି ଦୂର ହେବ ? ଜାଣନ୍ତୁ କର୍ଣ୍ଣ, ନାଶା, ଗଳା ବିଶେଷଜ୍ଞ Dr. Narayan Sahu ଙ୍କ କିଛି ଖାସ୍ Tips

ସାଇନସ୍ ହେଉଛି ଏକ ଆଲର୍ଜି ଜନିତ ସମସ୍ଯା । ନାକ ଏବଂ ଏହାର ଭିତର ଭାଗରେ ସଂକ୍ରମଣ ହେଲେ ଏହାକୁ ସାଇନସାଇଟିଜ ବୋଲି କହିଥାଉ । ସାଇନର ସଂକ୍ରମଣ ହେଲେ ଛିଙ୍କ ହେବା, ମୁଣ୍ଡ ବିନ୍ଧା, ନାକରୁ ପାଣି ଗଡିବା ଭଳି ସମସ୍ଯା ହୋଇପାରେ । ତେବେ ସାଇନସ୍ ସମସ୍ୟାର କାରଣ କଣ, ଏହାର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଆସନ୍ତୁ ଜାଣିବା କର୍ଣ୍ଣ, ନାଶା, ଗଳା ବିଶେଷଜ୍ଞ ଡାକ୍ତର ନାରାୟଣ ସାହୁଙ୍କ ଠାରୁ ।

ସାଇନସ୍ ହେବାର ଅନେକ କାରଣ ରହିଛି । ଯେପରି ଭାଇରସ ଓ ବ୍ୟାକ୍ଟେରିଆ ଯୋଗୁଁ ସାଇନସ୍ ହୋଇପାରେ । କବକ ବା ଫଙ୍ଗସ୍ ଯୋଗୁଁ କିମ୍ବା ଆଜିକାଲି କୌଣସି ଆଲର୍ଜି ଥିବା ହେତୁ ମଧ୍ୟ ସାଇନସାଇଟିସ ହେଉଥିବାର ଦେଖାଯାଉଛି । ନାକରୁ ପାଣି ବାହାରିବା, ଛିଙ୍କ ହେବା, କାଶ ହେବା, ମୁଣ୍ଡ ବିନ୍ଧିବା, ମୁଣ୍ଡ ତଳକୁ କରିବା ବେଳେ ଭାରି ଲାଗିବା, ଫେସିଆଲ ପେନ୍ ହେବା ଆଦି ସାଇନସ୍ ର ଲକ୍ଷଣ ହୋଇପାରେ ।

ସାଇନସ୍ ଥିଲେ ସକାଳେ ମୁଣ୍ଡ ବିନ୍ଧା ଆରମ୍ଭ ହୁଏ, ମଧ୍ୟାହ୍ନ ବେଳକୁ ବିନ୍ଧା ବଢିଯାଏ ଓ ସନ୍ଧ୍ଯା ବେଳକୁ ପୁଣି ଭଲ ହୋଇଯାଏ । ଯେତେବେଳେ ଆମ ପରିବେଶ ପରିବର୍ତ୍ତନ ହୁଏ କିମ୍ବା ଏକ ପ୍ରଦୂଷିତ ପରିବେଶକୁ ଯାଇଥାଉ, ଅଧିକ ମାତ୍ରାରେ ଥଣ୍ଡା ଜିନିଷ ଖାଇଥାଉ କିମ୍ବା ଅଧିକ ମୁଣ୍ଡ ଧୋଇ ଥାଉ ଏହି ସବୁ କ୍ଷେତ୍ରରେ ସାଇନସ୍ ସମସ୍ଯା ଆହୁରି ବଢି ଯାଇଥାଏ । ଯଦି ଏହିସବୁ ସମସ୍ଯା ବଢିବାକୁ ଲାଗେ ତେବେ ଆପଣଙ୍କୁ ନିଶ୍ଚୟ ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ ।

ଡାକ୍ତରଙ୍କ ପାଖକୁ ଯିବା ପରେ ସେ ଆପଣଙ୍କ ନାକ ପରୀକ୍ଷା କରିବା ସହ କିଛି ରୁଟିନ ଟେଷ୍ଟ କରିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହିସବୁରୁ ରୋଗୀର ସାଇନସ୍ ଅଛି କି ନାହିଁ, କେତେ ମାତ୍ରାରେ ଅଛି ଓ କେଉଁ ପ୍ରକାରର ସାଇନସ୍ ଅଛି ତାହା ଡାକ୍ତର ଜାଣି ପାରିଥାନ୍ତି । ଆଉ ସେହି ଅନୁସାରେ ହିଁ ରୋଗୀଙ୍କର ଚିକିତ୍ସା କରିଥାନ୍ତି । ସାଇନସ୍ ର ଚିକିତ୍ସା କରିବା ଦ୍ଵାରା ତାହା ସଂପୂର୍ଣ୍ଣ ଭାବେ ଭଲ ହୋଇପାରିବ ।

ଯଦି ଭାଇରାଲ ସାଇନସ୍ ହୋଇଥାଏ ତେବେ ରୋଗୀଙ୍କୁ ଆଣ୍ଟି ବାୟୋଟିକ ଦେବାକୁ ପଡି ନଥାଏ । ଅଳ୍ପ କିଛି ଔଷଧ ଏବଂ ନାଜାଲ ଡ୍ରପ ସହଜୟରେ ରୋଗୀ ୭ଦିନ ମଧ୍ୟରେ ଭଲ ହୋଇଯାଇ ପାରିବ । କିନ୍ତୁ ବ୍ୟାକ୍ଟେରିଆଲ ସାଇନସ୍ ହୋଇଥିଲେ ଆଣ୍ଟି ବାୟୋଟିକ ଖାଇବାକୁ ପଡିଥାଏ । ଏପରି ରୋଗୀ ୧୦ଦିନରେ ଭଲ ହୋଇଯାନ୍ତି । କିନ୍ତୁ ଫଙ୍ଗାଲ ସଂକ୍ରମଣ ହୋଇଥିଲେ ତାହା ସର୍ଜରୀ କରିବାକୁ ପଡିଥାଏ ।

ଯଦି ସାଇନସ୍ ର ଚିକିତ୍ସା ଠିକ ସମୟରେ କରା ନଯାଏ ତେବେ ତାହା ଏକ୍ଯୁଟ ସାଇନସ୍ ରେ ପରିଣତ ହୋଇ କ୍ରୋନିକ ସାଇନସ୍ ହେବାର ସମ୍ଭାବନା ବଢିଯାଏ । ଆଉ ସବୁ ପ୍ରକାରର ସାଇନସ୍ ହେଲେ ଏହା ପାନ୍ ସାଇନସ୍ ହୋଇ ଆମ ଆଖି ବି ଅନ୍ଧ କରି ଦେଇପାରେ କିମ୍ବା ଏହା ଗଳା ଏବଂ ବ୍ରେନକୁ ମଧ୍ୟ ସଂକ୍ରମଣ କରିପାରେ । ଆଲର୍ଜି ଯେପରି ନହୁଏ ସେଥିପାଇଁ ଆଲର୍ଜି ହେଉଥିବା ଜିନିଷ ଠାରୁ ଦୂରେଇ ରହିବା ଆବଶ୍ୟକ ।

ଯେଉଁମାନଙ୍କୁ ଏସିନୋଫିଲ ରହୁଛି ସେମାନେ ଥଣ୍ଡା ପାଣି ଓ ଥଣ୍ଡାଜାତୀୟ ଖାଦ୍ଯ ଠାରୁ ଦୂରେଇ ରହିବାକୁ ପଡିବ । ବ୍ୟକ୍ତିଙ୍କୁ ପରିଷ୍କାର ପରିଚ୍ଛନ୍ନ ରହିବା ସହ ସିଗାରେଟ ଓ ମଦ ଆଧିର ସେବନ ମଧ୍ୟ ବନ୍ଦ କରିବାକୁ ହେବ । ତାହା ହେଲେ ସାଇନସ୍ ହେବାକୁ ବହୁମାତ୍ରାରେ ଏଡାଇ ଦିଆଯାଇ ପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।