ଝିଅ ବାହାଘରରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଏହି ଉଦ୍ୟୋଗପତି ଏବେ ହେଇଗଲେ ଦେବାଳିଆ

ଦୁନିଆର ସବୁଠାରୁ ବଡ ଷ୍ଟିଲ ନିର୍ମାତା କମ୍ପାନୀ ଆର୍ସେଲର ମିତ୍ତଲର ମାଲିକ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ପୁଣି ଥରେ ଚର୍ଚାରେ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ପ୍ରମୋଦ ମିତ୍ତଲ କେବେ ନିଜ ଝିଅ ସୃଷ୍ଟିଙ୍କ ବିବାହରେ ୫୦୦ କୋଟି ଟଙ୍କା ଖର୍ଚ କରିଥିଲେ କିନ୍ତୁ ଆଜି ସେ ନିଜର ୧୩୦ମିଲିୟନ ପାଉଣ୍ଡର ଲୋନ ସୁଝି ପାରୁ ନାହାଁନ୍ତି ଏବଂ ଶେଷରେ ତାଙ୍କୁ ଦେବାଳିଆ ଘୋଷଣା କରାଯାଇଛି ।

ଟାଇମ୍ସ ରିପୋର୍ଟ ଅନୁସାରେ ୬୪ ବର୍ଷୀୟ ପ୍ରମୋଦ ଅନେକ ଲୋନର ଗ୍ୟାରେଣ୍ଟି ଥିଲେ, କିନ୍ତୁ ଏକ ଠକେଇ ମାମଲାରେ ଫସିବା ପରେ ସେ ନିଜର ଲୋନ ସୁଝି ପାରିଲେ ନାହିଁ । ବାପାଙ୍କ ସମ୍ପତ୍ତିକୁ ନେଇ ଲକ୍ଷ୍ମୀ ମିତ୍ତଲ ଏବଂ ପ୍ରମୋଦ ମିତ୍ତଲଙ୍କ ମଧ୍ୟରେ ବିବାଦ ଚାଲିଥିଲା । ଏଥିପାଇଁ ଲକ୍ଷ୍ମୀ ମିତ୍ତଲ ପ୍ରମୋଦଙ୍କୁ ଜାମିନ ଦେବାରେ ଏବଂ ଲୋନ ସୁଝିବାରେ ସାହାଯ୍ୟ କରୁ ନାହାଁନ୍ତି । ଏହା ପୂର୍ବରୁ ଲକ୍ଷ୍ମୀ ମିତ୍ତଲ ନିଜ ଭାଇଙ୍କର କେତେ ଥର ସାହାଯ୍ୟ କରିଛନ୍ତି । ଏହା ସହିତ ପ୍ରମୋଦଙ୍କ ଉପରେ ଷ୍ଟେଟ ଟ୍ରେଡିଙ୍ଗ କର୍ପୋରେସନର ୨,୨୧୦କୋଟି ଟଙ୍କାର ଋଣ ଥିଲା ।

୨୦୧୯ରେ ଠକେଇ ଅଭିଯୋଗରେ ପ୍ରମୋଦ ମିତ୍ତଲ ଗିରଫ ହୋଇଥିଲେ

ଏହା ପୂର୍ବରୁ ୨୦୧୯ ମସିହାରେ ପ୍ରମୋଦ ମିତ୍ତଲଙ୍କୁ ସନ୍ଧିଗ୍ଧ ଠକେଇ ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗରେ ଗିରଫ କରାଯାଇ ଥିଲା । ଏହି ମାମଲା ଲୁକାବାସର ଉତ୍ତର-ପୂର୍ବ ସହରରେ କୋକିଙ୍ଗ ପ୍ଳାଣ୍ଟ ଜିଆଇକେଆଇଏଲ ସହିତ ସମ୍ବନ୍ଧିତ ଠକେଇ ମାମଲାରେ ଜଡିତ ଥିଲେ । ଯାହାକୁ ପ୍ରମୋଦ ୨୦୦୩ରୁ ସଞ୍ଚାଳିତ କରୁଥିଲେ । ଷ୍ଟିକ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ଏବଂ ଶିଲ୍ପପତି ପ୍ରମୋଦ ମିତ୍ତଲଙ୍କୁ ସନ୍ଦିଗ୍ଧ ଠକେଇ ଏବଂ କ୍ଷମତାର ଦୁରୁପଯୋଗ ଅଭିଯୋଗରେ ବୋସନିଆରେ ଗିରଫ କରାଯାଇ ଥିଲା । ତାଙ୍କୁ ବୁଧବାର ଦିନ କୋର୍ଟରେ ହାଜିର କରାଯିବ ।

ପ୍ରମୋଦ ଏକ ହଜାର କର୍ମଚାରୀଙ୍କ ସହିତ ଏହି ଫର୍ମକୁ ୨୦୦୩ ମସିହା ଠାରୁ ସଞ୍ଚାଳିତ କରୁଥିଲେ । ସେ ଜିଆଇକେଆଇଏଲର ସୁପରଭାଇଜର ବୋର୍ଡର ପ୍ରେସିଡେଣ୍ଟ ଥିଲେ । ବୋସନିଆର ସରକାରୀ ଓକିଲ କେଜିମ ସେରହେଟଲିକ କହିଛନ୍ତି କି ଏହି ମାମଲାରେ ଦୋଷୀ ପ୍ରମାଣିତ ହେବା ପରେ ୪୫ବର୍ଷ ପର୍ଯ୍ୟନ୍ତ ସଜା ହୋଇ ପାରେ । ସେ କହିଛନ୍ତି କି ଏହି ସଂଗଠିତ ଅପରାଧିକ ଗୃପରୁ ସମ୍ବନ୍ଧିତ ଚତୁର୍ଥ ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଗିରଫ ୱାରେଣ୍ଟ ଜାରି କରାଯାଇଛି । ମିଡିଆ ରିପୋଟ ଅନୁସାରେ ମିତ୍ତଲ ଏବଂ ଅନ୍ୟ ଲୋକଙ୍କ ଉପରେ ୨୮ଲକ୍ଷ ଡଲାରର ହେରା ଫେରି କରିବାର ଅଭିଯୋଗ ଅଛି ।