ଚୀନରେ ସବୁଠାରୁ ବଡ଼ ଘୋଟାଲା, ବାହାରିଲା 83 ଟନ ସୁନା ନକଲି, ବର୍ତ୍ତମାନର ବଡ଼ ଖବର

ଚୀନ ନିଜର ନକଲି ଜିନିଷ ପାଇଁ ଦୁନିଆରେ ପରିଚିତ । କିନ୍ତୁ ଏବେ ଧରା ପଡିଲା ଧୋକାବାଜ୍ ଚୀନର ଘୋଟାଲା । ଦେଶର 85 ଟନ୍ ସୁନା ପିତଳ । ନକଲି ଜିନିଷ ପାଇଁ ଚୀନ୍ ସାରା ବିଶ୍ୱରେ ଜଣାଶୁଣା । ଏହା ଏକ ଶିଳ୍ପ ଉତ୍ପାଦ ହେଉ କିମ୍ବା ବ୍ୟାଙ୍କରୁ ନକଲି ଟଙ୍କା ମିଳିବା ଘଟଣା ଏହି ସବୁ ଜିନିଷରେ ଚିନ୍ ଆଗୁଆ । ଲୋକ ଙ୍କୁ ଠକିବାରେ ଆଗୁଆ ଅଟେ ଚୀନ ର ସାମଗ୍ରୀ । ଅନେକ ନକଲି ଜିନିଷଗୁଡିକ ଦେଖାଇ ଚୀନ ଭାରତୀୟ ମାନଙ୍କୁ ଅସଲି ନକଲି ବ୍ରାଣ୍ଡ ମଧ୍ୟରେ ଦ୍ୱନ୍ଦ୍ୱରେ ପକାଇ ଥାଏ । ସାମ୍ପ୍ରତିକ ଇତିହାସରେ ଏହା ଚାଇନାର ସବୁଠାରୁ ବଡ ସୁନା ସ୍କାମ ବୋଲି ବିଶ୍ୱାସ କରାଯାଏ ।

ଏହି ଘୋଟାଲାରେ ୱୁହାନ ସହରର ନାମ ପୁଣି ଆସିଛି । ଯେଉଁଠାରେ ଛଅ ମାସ ପୂର୍ବେ କରୋନା ଜୀବାଣୁ ସାରା ବିଶ୍ୱରେ ବ୍ୟାପିଗଲା । କିଙ୍ଗ ଗୋଲ୍ଡ ଜୁଏଲାରୀ କମ୍ପାନୀ ନାସଡାକ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଅଟେ । ଏହା ହେଉଛି ବିଶ୍ୱର ସର୍ବବୃହତ ଘରୋଇ କମ୍ପାନୀ ଯାହା ସୁନା ଜିନିଷ ଉପରେ କାମ କରେ । ଏହି ସୁନା କମ୍ପାନୀ ଅନେକ ଦେଶ ବିଦେଶ କୁ ସୁନା ରପ୍ତାନି କରେ । ତା ମଧ୍ୟରୁ ଏହାର ବଜାର ମୂଲ୍ୟ ହେଉଛି 8 ମିଲିୟନ୍ ଡଲାର୍ ଅର୍ଥାତ୍ 60.41 କୋଟି | କମ୍ପାନୀ ପୂର୍ବତନ ସାମରିକ ଅଧିକାରୀ ଜିଆ ଜିହୋଙ୍ଗଙ୍କର ଅଟେ ।

ବର୍ତ୍ତମାନ ଏହା ଜାଣିବାକୁ ମିଳିଛି ଯେ ଚାଇନାର 4 ପ୍ରତିଶତରୁ ଅଧିକ ସୁନା ସଂରକ୍ଷଣ ସୁନା, ପ୍ରାୟ 83 ଟନ୍ ସୁନା ନକଲି । ଶୁଣିବାକୁ ମିଳୁଛି ଯେ ଚାଇନାର ଏକ ବଡ଼ ଅଳଙ୍କାର କମ୍ପାନୀର ୱୁହାନରେ ଏହାର ମୁଖ୍ୟାଳୟ ଅଛି । ଏହା ଚାଇନା ର ଏକ ନାମୀ ଦାମୀ କମ୍ପାନୀ ଅଟେ । ବ୍ରାଣ୍ଡ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ହେଲେ କଣ ହେବ ଚାଇନା ମାଲ୍ ନୋ ଗ୍ୟାରେଣ୍ଟି ନୋ ୱାରେଣ୍ଟି ।

ଜିରୋ ହେଜ୍ ନାମକ ଏକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କିଙ୍ଗୋଲ୍ଡ ଗହଣା କମ୍ପାନୀ ୱୁହାନରେ ଅଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା 14 ବିଲିୟନ ଚାଇନିଜ୍ କମ୍ପାନୀ (ଛାଇୟା ବ୍ୟାଙ୍କ) ର 2.8 ବିଲିୟନ ଡ଼ଲାର୍ କିମ୍ବା 21,148 କୋଟି ଟଙ୍କା ନେଇଥିଲା । ଏହି ରୁଣ ନେବାକୁ କମ୍ପାନୀ 83 ଟନ୍ ନକଲି ସୁନା ବିସ୍କୁଟ (ସୁନା ଇଟା କିମ୍ବା ବିସ୍କୁଟ) କୁ ସୁରକ୍ଷା ଭାବରେ ବନ୍ଧକ ରଖିଥିଲା ​​ । ଏହା ସମ୍ପୂର୍ଣ୍ଣ ଗୋଲଡ଼ ଲୋନ୍ ଥିଲା । ଏତେ ବଡ଼ ବ୍ରାଣ୍ଡ ସୁନା କମ୍ପାନୀ ତେଣୁ ଟେଷ୍ଟ କରିବାକୁ ବ୍ୟାଙ୍କ ବାଲା ସଂକୋଚ ପ୍ରକାଶ କରିଥିଲେ ।

ତଥ୍ୟ ଅନୁଯାୟୀ, କିଙ୍ଗୋଲ୍ଡ ଜୁଏଲାରୀ କମ୍ପାନୀ 16 ବିଲିୟନ ୟୁଆନ୍ କିମ୍ବା 17,017 କୋଟି ଟଙ୍କା ରୁଣ ପାଇଁ ବିସ୍କୁଟ ରିଜର୍ଭରେ 83 ଟନ୍ ସୁନା ଇଟା ରଖିଛି, ବନ୍ଧକ, ସୁରକ୍ଷା ଏବଂ ବୀମା ଭାବରେ । କିନ୍ତୁ ଅନୁସନ୍ଧାନ ବେଳେ ଏହା ତମ୍ବା ଆଉ ପିତଳ ବା ନକଲି ସୁନା ବୋଲି ଜଣାପଡିଛି । କିଙ୍ଗହୋଲ୍ଡ ମାଲିକ ଜିଆ ଜିହୋଙ୍ଗ ଠକେଇର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଜିଆ କହିଛନ୍ତି ଯେ ଆମେ ଜାଲ୍ ସୁନା ଇଟା କୁ କୌଣସି ଠକେଇ ପାଇଁର ରଖି ନାହୁଁ । କିମ୍ବା ସେ ଏହାକୁ ଠକିବା ଉଦ୍ଧେଶ୍ୟ ବ୍ୟବହାର କରିନାହାଁନ୍ତି । ଏବେ କମ୍ପାନୀ ର ଆର୍ଥିକ ପରିସ୍ଥିତି ଭଲ ନାହିଁ । କମ୍ପାନୀ ଲାଭବାନ ହୋଇଥିଲେ, ଆମେ ନିଜେ ଏହି ସୁନା ଇଟାକୁ ବ୍ୟାଙ୍କ ରୁ ଫେରାଇ ଆଣି ସମସ୍ତ ଲୋନ ସୁଝି ଦେଇଥାନ୍ତୁ ।

କିଙ୍ଗୋଲ୍ଡ କମ୍ପାନୀ 2002 ରେ ପ୍ରତିଷ୍ଠିତ ହୋଇଥିଲା । ତା’ପରେ ଏହା ଏକ ସୁନା କାରଖାନା ହୋଇଥିଲା । ବ୍ୟାଙ୍କ ସନ୍ଦେହ ଦୃଷ୍ଟି ରୁ ସୁନା ଟେଷ୍ଟ ପାଇଁ ଲ୍ୟାବ କୁ ପଠାଇ ଥିଲା । ଏହା ପରେ ଏହି କେଳେଙ୍କାରୀ ଧରା ପଡିଯାଇଥିଲା ।

ସୂଚନାଯୋଗ୍ୟ ଏହା ଯେ ସମଗ୍ର ବିଶ୍ୱରେ ଆମେରିକାର ସର୍ବୋଚ୍ଚ ସୁନା ସଂରକ୍ଷଣ ରହିଛି । ଏଠାରେ 8134 ଟନ୍ ସୁନା ଅଛି । ଜର୍ମାନୀରେ 3364 ଟନ୍ ଏବଂ ତୃତୀୟରେ ଇଟାଲୀ 2452 ଟନ୍ ରହିଛି । 1948.30 ଟନ୍ ସୁନା ସଂରକ୍ଷଣ ସହିତ ଚୀନ୍ ଷଷ୍ଠ ସ୍ଥାନରେ ରହିଛି । ଏହି ତାଲିକାରେ ଭାରତ ନବମ ସ୍ଥାନରେ ରହିଛି । ଏହାର ସଂରକ୍ଷଣରେ 642 ଟନ୍ ସୁନା ଅଛି ।