ସିକ୍କିମ ବନ୍ୟାରେ ଚନ୍ଦ୍ରଶେଖର ଫସିଯାଇଥିଲେ କିନ୍ତୁ ଦେବଦୂତ ସାଜି ଆସିଲେ ଜଣେ ମହିଳା ଆଉ ବଞ୍ଚାଇ ଦେଲେ…

ସିକ୍କିମ ର ସେହି କରାଳ ରୂପକ ବନ୍ୟା ଢେଙ୍କାନାଳ ଜିଲ୍ଲା ଶିମିନାଇ ଗାଁ ଚନ୍ଦ୍ରଶେଖର ସିଂ ଦେଖିଛନ୍ତି । ଖାଲି ସେ ଦେଖିଛନ୍ତି ତାହା ନୁହେଁ ସେ ସିକ୍କିମ ର ପ୍ରଳୟଙ୍କାରୀ ବନ୍ୟା ରେ ଫସି ଯାଇଥିଲେ । ପ୍ରାୟ 8 ଦିନ ପରେ ସେ ଘରକୁ ଫୋନ କରି ଜଣାଇଥିଲେ କି ସେ ସୁରକ୍ଷିତ ଅଛନ୍ତି । ଦୀର୍ଘ 15 ଦିନ ପରେ ଏବେ ସେ ଗାଁ କୁ ଫେରିଛନ୍ତି । ଆଉ ସେତେ ବେଳର ଦ୍ରୁଶ୍ଯ ସବୁ କ୍ୟାମେରା ଆଗରେ ବଖାଣିଛନ୍ତି ।

ଚନ୍ଦ୍ରଶେଖର ଜଣେ ମହିଳା ଙ୍କ ବଞ୍ଚି ଯାଇଛନ୍ତି ଯାହା ଏବେ ସବୁଠାରୁ ବଡ ଖବର । ଯଦି ସେ ମହିଳା ନ ଥାନ୍ତେ ତେବେ ବଡ ଅଘଟଣ ଘଟି ଯାଇଥାନ୍ତା । କିନ୍ତୁ ମହିଳା ଙ୍କ ପାଇଁ ସେ ଆଜି ବଞ୍ଚି ଯାଇଛନ୍ତି । ଯେବେ ଚନ୍ଦ୍ରଶେଖର ସିକ୍କିମ ବୁଲିବାକୁ ଯାଇଥିଲେ ସେ କହିଥିଲେ କି ଲାଚିନ ବୁଲିବାକୁ ଯାଇ ପାରିବେନି । କାରଣ  ଦୂରରେ ଗୋଟେ ବ୍ରିଜ ଭାଙ୍ଗି ଯାଇଛି । ଆଉ ସେହି ବ୍ରିଜ ନିକଟକୁ ନ ଯିବା ପାଇଁ ମହିଳା ଜଣକ ବାରଣ କରିଥିଲେ ।

ତେବେ ଚନ୍ଦ୍ରଶେଖର ଯେବେ ଘରକୁ ଫେରିଛନ୍ତି ସେହି ମହିଳା ଆଙ୍କୁ ସେ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଦେଇଛନ୍ତି । ଖାଲି ସେହି ମହିଳାଙ୍କୁ ଧନ୍ୟବାଦ ଦେଇଛନ୍ତି ତାହା ନୁହେଁ ସେଠାରେ ଥିବା ଆର୍ମୀ ଯବାନ ଓ ପ୍ରଶାସନ କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଚନ୍ଦ୍ରଶେଖର ସିଂ । ସେ ଯାହା ବି ହେଉ ନା କାହିଁକି ଏବେ ସୁରକ୍ଷିତ ଅବସ୍ଥାରେ ନିଜ ଘରକୁ ଫେରିଛନ୍ତି ଚନ୍ଦ୍ରଶେଖର । ସିକ୍କିମ ରେ ପ୍ରଳୟଙ୍କାରି ବନ୍ୟା ଆସିବାରୁ ସେମାନେ 4 ରୁ 5 ଦିନ ଆର୍ମୀ କ୍ୟାମ୍ପ ରେ ରହିବା ପରେ ଆର୍ମୀ ଯବାନ ଓ ସ୍ଥାନୀୟ ପ୍ରଶାସନ ର ସହାୟତାରେ ଏବେ ସେ ଘରକୁ ଫେରିଛନ୍ତି ।

ପୁଅକୁ ଦେଖି ବାପା ମା ଓ ପୁରା ପରିବାର ରେ ସମସ୍ତେ ଖୁସି ଅଛନ୍ତି । ସେ 15 ଦିନ ପରେ ଘରେ ପହଞ୍ଚିବା ପରେ ଆର୍ମୀ ଯବାନ ଓ ପ୍ରଶାସନ କୁ ଧନ୍ୟବାଦ ଦେଇଛନ୍ତି । ପୁଅକୁ ଘରକୁ ଫେରିବା ପରେ ଏବେ ଘରେ ଖୁସି ର ଲହରୀ ଖେଳି ଯାଇଛି । ତେବେ ଚନ୍ଦ୍ରଶେଖର ସିକ୍କିମ ର ବନ୍ୟା ର କରୁଣା କାହାଣୀ ଏବେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ।

ଏତେ ବଡ ଅଘଟଣ ରୁ ବଞ୍ଚିକି ନିଜ ଘରକୁ ଫେରିବା ପରେ ବେଶ ଖୁସି ଅଛନ୍ତି ଚନ୍ଦ୍ରଶେଖର ସିଂ । ଆଉ ତାଙ୍କ ପରିବାର ମଧ୍ୟ ହଜିଲା ପୁଅ କୁ ପାଇ ବେଶ ଖୁସି ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।