ସିକ୍କିମ ର ପ୍ରଳୟଙ୍କାରୀ ବନ୍ୟାରୁ 15 ଦିନ ପରେ ମା କୋଳକୁ ଫେରିଛି ନିଖୋଜ ପୁଅ, ପୁଅକୁ ଦେଖି ମା ଆଖିରୁ ଝଋ ଆସୁଛି ଲୁହ…

ସିକ୍କିମ ର ପ୍ରଳୟଙ୍କାରୀ ବନ୍ୟା ରେ ନିଖୋଜ ଥିଲା ପୁଅ । ଆଉ 15 ଦିନ ପରେ ଆଜି ଘରକୁ ଫେରିଛି ପୁଅ । ପୁଅକୁ ଦେଖି ମା ର ଲୁହ ଆଉ ସମ୍ଭାଳିପାରୁ ନାହିଁ । ହଁ ଦର୍ଶକ ବନ୍ଧୁ ଗତ 4 ଦିନ କାଳ ସିକ୍କିମ ବନ୍ୟାରେ ବିଖୋଜ ଥିଲେ ଚନ୍ଦ୍ରଶେଖର । ସେ କେବେ ଭାବି ନ ଥିଲେ କି ବନ୍ୟାରୁ ବାହାରି ଘରକୁ ଫେରିବେ । ସବୁ ଆଶା ତାଙ୍କର ଭାଙ୍ଗି ଯାଇଥିଲା ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଆଉ ଶେଷରେ 4 ଦିନ ପରେ ଘର ସହ ଯୋଗାଯୋଗ କରି ପାରିଥିଲେ ଚନ୍ଦ୍ରଶେଖର ।

ଆଉ ଆଜି ସୁରକ୍ଷିତ ଭାବେ ପହଞ୍ଚିଛନ୍ତି ନିଜ ଘର ଢେଙ୍କାନାଳ ଜିଲ୍ଲା ଶିମିନାଇ ଗାଁର ଚନ୍ଦ୍ରଶେଖର ସିଂ । ମା ନିଜ ପୁଅ ଫେରିବାର ନେଇ ଭଗବାନଙ୍କୁ ଡାକିବା ବେଳେ ପରିବାର ଲୋକେ ମଧ୍ୟ ପୁଅ ର ନିଖୋଜ ହେବ ଅନେଇ ଭାଙ୍ଗି ପଡିଥିଲେ । ପୁଅ ସହ ଟିକେ ଯୋଗାଯୋଗ ହୋଇପାରୁ ନ ଥିଲେ । ଘରେ କେହି ବି ନ ଖାଇ ନ ପିଇ ପୁଅକୁ ଝୁରି ହେଉଥିଲେ ।

ଚନ୍ଦ୍ରଶେଖର ଙ୍କ ସାନ ଭାଇ ପୁରା ପାଗଳ ହୋଇ ଯାଇଥିଲା । ଭାଇ ର ଫୋଟୋ କୁ ଦେଖି ଖାଲି କାନ୍ଦୁଥିଲା । ଆଉ ଯେବେ ଚନ୍ଦ୍ରଶେଖର ଙ୍କ ଫୋନ ଆସିଲା ସେତେବେଳେ ଘର ଲୋକେ ଖୁସି ରେ ପାଗଳ ହୋଇ ଯାଇଥିଲେ । ଆଜି ପୁଅକୁ ଦେଖି ମା ର ଖୁସି ଦୁଇ ଗୁଣା ହୋଇ ଯାଇଛି । କାହିଁକି ନା 15 ଦିନ ପରେ ସିକ୍କିମ ବନ୍ୟାରେ ବିଖୋଜ ଥିବା ପୁଅ ଆଜି ଘରକୁ ଫେରିଛି ।

ପୁଅକୁ ଦେଖି ବାପା ମା ଙ୍କ ଖୁସି ତ ନ କହିଲେ ସରେ । ମା ଆଜି କହୁଛି ଭଗବାନ ସତରେ ଅଛନ୍ତି । ମୁଁ ଆଜି ମୋ ପୁଅକୁ ଫେରି ପାଇଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚନ୍ଦ୍ରଶେଖର ଙ୍କ ମା । ଭାଇ ନିଖୋଜ ହେବା ପରେ ପ୍ରଥମ ଥର ପାଇଁ ନିଜ ଭଉଣୀ କୁ ଫୋନ କରିଥିଲା । ଆଉ ଭଉଣୀ ସହ କଥା ହୋଇଥିଲା ଯାହା ସମସ୍ତଙ୍କୁ ନୂଆ ଆସା ଦେଖାଇ ଥିଲା ।

ଆଉ ସେହି କଥାକୁ ଆଜି କଳ୍ପନା କରି ପରିପ୍ରକାଶ କରିଛନ୍ତି ଚନ୍ଦ୍ରଶେଖର ଙ୍କ ଭଉଣୀ । ସିକ୍କିମ ର ବନ୍ୟା ପରେ ଚନ୍ଦ୍ରଶେଖର ଓ ତାଙ୍କ ସାଙ୍ଗ ମାନେ 4 ରୁ 5 ଦିନ କ୍ୟାମ୍ପ ରେ ରହିବା ପରେ ଆର୍ମୀ ଯବାନ ଓ ସ୍ଥାନୀୟ ପ୍ରଶାସନ ଙ୍କ ସହାୟତା ରେ ଗତ କାଲି ଘରେ ଆସି ପହଞ୍ଚିଛନ୍ତି । ପୁଅକୁ ଘରେ ଦେଖି ପରିବାର ଆତ୍ମୀୟ ସ୍ଵଜନ ସମସ୍ତେ ଏବେ ଖୁସି ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।