କିଏ କହିଲା କି କେବଳ ସଚ୍ଚା ପ୍ରେମ ଫିଲ୍ମରେ ଦେଖା ଯାଇଥାଏ ? କିଛି ଲୋକମାନେ ଫିଲ୍ମରେ ଦେଖା ଯାଊଥିବା ଭଲ ପାଇବାକୁ ନିଜ ଅସଲ ଜୀବନରେ ମଧ୍ୟ ସତ କରି ଦେଖାଇ ଥାନ୍ତି ଏବଂ ଯେଉଁ ଝିଅକୁ ଏହି ଭଲ ପାଇବା ମିଳେ ସେ ଦୁନିଆର ସବୁଠୁ ସୁଖି ଝିଅ ହୋଇଥାଏ । ବଲୀଉଡରେ ଭଲ ପାଇବାର କାହାଣୀ ଆପଣ ମାନେ ବହୁତ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ କ୍ରିକେଟ ଦୁନିଆର ଏକ ଲୋକପ୍ରିୟ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ।
ଆଜି ଆମେ ଏହି ପୋଷ୍ଟରେ ବ୍ୟାଟସମ୍ୟାନ ଶିଖର ଧବନଙ୍କ ବିଷୟରେ କହିବାକୁ ଯାଉଛୁ । ଶିଖର ଧବନଙ୍କ ବାହାଘର ୩୦ ଅକ୍ଟୋବର ୨୦୧୨ରେ ଆଏଶା ମୁଖର୍ଜୀଙ୍କ ସହ ହୋଇଥିଲା । ଆଏଶା ବୟସରେ ଶିଖର ଧବନଙ୍କ ଠାରୁ ୭ ବର୍ଷ ବଡ ଅଟନ୍ତି ଏବଂ ବାହଘର ସମୟରେ ତାଙ୍କର ଦୁଇଟି ପିଲା ମଧ୍ୟ ଥିଲା । ଚାଲନ୍ତୁ ଦେଖିବା କଣ ଅଟେ ପୁରା କାହାଣୀ ?
ଫେସବୁକ ଜରିଆରେ ହୋଇଥିଲା ଦେଖା
କହିଦେଉଛୁ ଯେ ଆଏଶା ଏବଂ ଶିଖର ପ୍ରଥମେ ପରସ୍ପରଙ୍କୁ ଜାଣି ନଥିଲେ । ପ୍ରଥମେ ତାଙ୍କର ଫେସବୁକ ଜରିଆରେ ଦେଖା ହୋଇଥିଲା । ଏହା ପରେ ଧୀରେ ଧୀରେ ସେମାନେ କଥା ହେବାକୁ ଲାଗିଲେ ଏବଂ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ଶିଖର କିନ୍ତୁ ଜାଣି ନଥିଲେ କି ଆଏଶା ପୂର୍ବରୁ ବିବାହିତ ଅଟନ୍ତି ଏବଂ ତାଙ୍କର ତଲାକ ମଧ୍ୟ ହୋଇ ଯାଇଛି । ଏହା ଛଡା ତାଙ୍କର ଦୁଇଟି ପିଲା ମଧ୍ୟ ଅଛି । ଯେତେବେଳେ ଶିଖର ଆଏଶାଙ୍କୁ ନିଜର ଭଲ ପାଇବା କଥା କହିଲେ ସେତେବେଳେ ଯାଇ ଆଏଶା ତାଙ୍କୁ ନିଜ ବିଷୟରେ ସବୁକିଛି କହିଥିଲେ ।
ଶିଖର ଦେଲେ ଏହି ଉତ୍ତର
ଶିଖର ଆଏଶାଙ୍କର ସବୁ କଥା ଶୁଣି ହସିକି କହିଲେ ଯେ, ”ତ କଣ ହେଲା ? ମୋର ଏହି କଥାରେ କିଛି ଅସୁବିଧା ନାହିଁ ।“ ଏହି କଥା ଶୁଣି ଆଏଶା ବି ଶିଖରଙ୍କୁ ଭଲ ପାଇଲେ ଏବଂ ବର୍ଷ ୨୦୧୨ରେ ଦୁଇଜଣ ବାହା ହୋଇଗଲେ । ଶିଖର ସେହି ଦୁଇ ପିଲାଙ୍କୁ ବହୁତ ଭଲ ପାଆନ୍ତି । ଏବଂ ଆଜି ସେ ଏକ ସୁଖୀ ପରିବାର ଭଳି ରହୁଛନ୍ତି ।
ଅଷ୍ଟ୍ରେଲିୟାରେ ଥିଲେ ଆଏଶା
କହିଦେଉଛୁ ଯେ ଆଏଶା ପିଲାଦିନେ ଅଷ୍ଟ୍ରେଲିୟାରେ ରହୁଥିଲେ । ଆଏଶାଙ୍କ ମା ବେଙ୍ଗଲି ଥିଲେ ଏବଂ ସେ ଅଷ୍ଟ୍ରେଲିୟାର ନାଗରିକଙ୍କ ସହ ବାହା ହୋଇଥିଲେ । ଭାରତରେ ଜନ୍ମ ହୋଇଥିବା ଆଏଶା ନିଜ ଜୀବନର ଅଧିକ ସମୟ ଅଷ୍ଟ୍ରେଲିୟାରେ ବିତାଇଛନ୍ତି। ଆଏଶାଙ୍କୁ ପିଲାବେଳୁ ହିଁ ବକ୍ସିଂଗ, ଟେନିସ ଏବଂ କ୍ରିକେଟ ପ୍ରତି ରୁଚି ଥିଲା । କିନ୍ତୁ ସବୁଠୁ ଅଧିକ ସେ କ୍ରିକେଟ କୁ ପସନ୍ଦ କରନ୍ତି।
ବାହାଘର ପୂର୍ବରୁ କେୟାରଲେସ ଥିଲେ ଶିଖର
ଆଏଶା କହିଲେ କି ବାହାଘର ପୂର୍ବରୁ ଶିଖର ବହୁତ କେୟାରଲେସ ଥିଲେ । କିନ୍ତୁ ବାହାଘର ପରେ ସେ ତାଙ୍କର ଦାୟିତ୍ଵ ବିଷୟରେ ଜାଣି ପାରିଲେ । ଆଏଶା ଶିଖରଙ୍କ ଜୀବନର ସବୁ ପରିସ୍ଥିରେ ତାଙ୍କ ସାଥ ଦିଅନ୍ତି ଓ ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦିଅନ୍ତି । ଶିଖର ଥରେ କହିଲେ କି ଯେତେବେଳେ ସେ ଖରାପ ଖେଳନ୍ତି କୋଚଙ୍କ ଠାରୁ ବେଶି ତ ସେ ତାଙ୍କ ସ୍ତ୍ରୀଙ୍କୁ ଡରନ୍ତି ।
ଶିଖର ଓ ଆଏଶାଙ୍କ ପ୍ରେମ କାହାଣୀ ଆପଣ ମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣେଇବେ। ପସନ୍ଦ ଆସିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି।