ଗରୁଡ ପୁରାଣର ଏହି କଥା ଗୁଡିକ ପ୍ରତି ରଖନ୍ତୁ ଧ୍ୟାନ, ଜୀବନରେ ଦୌଡି ଚାଲି ଆସିବ ସଫଳତା ଓ ମିଳିବ ସୌଭାଗ୍ୟ

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଗରୁଡ ପୁରାଣ ବିଷୟରେ ଜାଣିଛନ୍ତି । ଗରୁଡ ପୁରାଣରେ ସ୍ଵର୍ଗ – ନର୍କ ପାପ – ପୂଣ୍ୟ ବ୍ୟତିତ ବହୁତ କିଛି କଥା ବିଷୟରେ ମଧ୍ୟ କୁହା ଯାଇଛି । ସେଥିରେ ଜ୍ଞାନ – ବିଜ୍ଞାନ ନୀତି ନିୟମ ଏବଂ ଧର୍ମର କଥା କୁହା ଯାଇଛି । ଗରୁଡ ପୁରାଣରେ ବ୍ୟକ୍ତିଙ୍କର ଜୀବନ ସମାପ୍ତ ହେବା ପୂର୍ବରୁ ଏବଂ ତାହା ପରେ ସ୍ଥିତି ବିଷୟରେ କୁହା ଯାଇଛି ।

ଏହି ପୁରାଣ ଭଗବାନ ବିଷ୍ଣୁଙ୍କର ଭକ୍ତି ଏବଂ ତାଙ୍କର ଜ୍ଞାନ ଉପରେ ଆଧାରିତ ଅଟେ । ପ୍ରତ୍ୟକ ବ୍ୟକ୍ତିଙ୍କୁ ଏହି ଗରୁଡ ପୁରାଣ ଅବଶ୍ୟ ପଢିବା ଉଚିତ । ଗରୁଡ ପୁରାଣରେ ମନୁଷ୍ୟ ଜାତିର ଜୀବନକୁ ନେଇ ବିଭିନ୍ନ ଭଲ କଥା ବିଷୟରେ କୁହା ଯାଇଛି । ସେହି ସୂଚନା ଗୁଡିକୁ ଆପଣ ନିଶ୍ଚିତ ଜାଣିବା ଉଚିତ ।

ଆସନ୍ତୁ ଜାଣିବା ଗରୁଡ ପୁରାଣରେ କୁହାଯାଇଥିବା କଥା ବିଷୟରେ

ସତର୍କତା ଏବଂ ସଂଯମତା

ଗରୁଡ ପୁରାଣରେ କୁହାଯାଇଛି ଯେ ଶତ୍ରୁଙ୍କ ସହ ଲଢିବା ପାଇଁ ସତର୍କତା ଏବଂ ଚତୁରତାର ସାହାରା ନେବା ଉଚିତ । ଶତ୍ରୁ ଲଗାତାର ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରେ ଏହି ସ୍ଥିତିରେ ଯଦି ଆପଣ ଚତୁରତା ନ ଦେଖାଇବେ ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରିବେ ।

ସଫା ଏବଂ ସୁଗନ୍ଧିତ ବସ୍ତ୍ର

ଯଦି କୌଣସି ବ୍ୟକ୍ତିକୁ ଧନୀ ହେବାର ଇଛା ଅଛି ଏବଂ ସେ ନିଜର ଶୋଭାଗ୍ୟ ତିଆରି କରିବାକୁ ଚାହୁଁଛି ତେବେ ସେଥିପାଇଁ ଆପଣ ସଫା ସୁତୁରା ଏବଂ ସୁଗନ୍ଧିତ ବସ୍ତ୍ର ପିନ୍ଧିବା ଦରକାର । ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଦୁର୍ଗନ୍ଧ ଯୁକ୍ତ ବସ୍ତ୍ର ଧାରଣ କରିଥାଏ ତାହର ସୌଭାଗ୍ୟ ନଷ୍ଟ ହୋଇଯାଇଥାଏ । ସେଥିପାଇଁ ସଫା ସୁତୁରା ବସ୍ତ୍ର ଧାରଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିଥାଏ ।

ଶରୀର ରହିବ ନିରୋଗ

ଯଦି ବ୍ୟକ୍ତି ସନ୍ତୁଳିତ ଭୋଜନ କରିଥାଏ ତେବେ ତାହାର ଶରୀର ସୁସ୍ଥ ରହିଥାଏ । ସନ୍ତୁଳିତ ଆହାର ଦ୍ଵାରା ହିଁ ଏକ ଭଲ ସ୍ୱାସ୍ଥ୍ୟ ମିଳିଥାଏ ଏବଂ ରୋଗ ଗୁଡିକ ଦୂର ହୋଇ ଯାଇଥାଏ । ଅସନ୍ତୁଳିତ ଖାଇବା ଦ୍ଵାରା ଆମର ପାଚନ ତନ୍ତ୍ର ସଠିକ ରୂପରେ କାମ କରେ ନାହିଁ ଯାହାଦ୍ଵାରା ଆମମାନଙ୍କୁ ବିଭିନ୍ନ ରୋଗଗୁଡିକ ହୋଇଥାଏ । ସେଥିପାଇଁ ସନ୍ତୁଳିତ ଆହାର ହିଁ ସେବନ କରିବା ଉଚିତ ।

ତୁଳସୀ ଗଛର ମହତ୍ଵ

ଗରୁଡ ପୁରାଣ ଅନୁସାରେ ତୁଳସୀ ଗଛକୁ ଯଦି ଘରେ ରଖାଯାଏ ତେବେ ଏଥିରୁ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଯଦି ଆପଣ ସବୁଦିନ ତୁଳସୀ ପତ୍ର ସେବନ କରୁଛନ୍ତି ତେବ ଆପଣଙ୍କୁ କୌଣସି ପ୍ରକାରର ରୋଗ ହୋଇନଥାଏ । ତୁଳସୀ ଗଛରେ ପାଣି ଅର୍ପଣ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ବାଧାଗୁଡିକ ଦୂର ହୋଇଯାଇଥାଏ । ବିଷ୍ଣୁଙ୍କର ପୂଜା କରିବା ପଶ୍ଚାତ ତୁଳସୀର ପୂଜା କରିବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ଯଦି ପସନ୍ଦ ଆସେ ଗୋଟେ ଶେୟାର କରିବେ, ଏହିଭଳି ଅନେକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରିବେ।