ମହାଶିବରାତ୍ରିରେ ଶିବଙ୍କ ପୂଜାରେ ଶୃଙ୍ଗାରର ଏହି ସବୁ ଜିନିଷ କରନ୍ତୁ ପ୍ରୟୋଗ, ଭୋଲେବାବା ସବୁ ଆଶା କରିବେ ପୁରା

ମହାଶିବରାତ୍ରି ପର୍ବରେ ଭଗବାନ ଶିବଙ୍କ ଅଭିଷେକ ହୋଇଥାଏ । ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ମହାଶିବରାତ୍ରି ପର୍ବରେ ଭଗବାନ ଶିବଙ୍କ ପୂଜା ଅର୍ଚନା ପାଇଁ ମଧ୍ୟ ବହୁତ ମାନ୍ୟତା ରହିଛି । ଶିବରାତ୍ରିରେ ଭଗବାନ ଶିବଙ୍କ ଶୃଙ୍ଗାର ମଧ୍ୟ କରାଯାଇଥାଏ । ଯଦି ଆପଣ ଶିବରାତ୍ରି ଦିନ ଶିବଙ୍କର ଶୃଙ୍ଗାର କରିବେ, ତେବେ ଏହା ଦ୍ଵାରା ଆପଣଙ୍କର ମଧ୍ୟ ବହୁତ ମନୋକାମନା ପୂର୍ଣ୍ଣ ହେବ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଶିବଙ୍କ ଶୃଙ୍ଗାର ପାଇଁ ବ୍ୟବହାର ହେଉଥିବା କିଛି ଜିନିଷ ବିଷୟରେ କହିବୁ, ଯାହାକୁ ଆପଣ ବ୍ୟବହାର କରି ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ ।

ଗଙ୍ଗା ଜଳ-

ଭଗବାନ ଶିବଙ୍କର ଜଟାରେ ଗଙ୍ଗା ବାସ କରନ୍ତି । ଯେତେବେଳେ ପୃଥିବୀର ବିକାଶ ପାଇଁ ଗଙ୍ଗା ନଦୀକୁ ସ୍ଵର୍ଗରୁ ପୃଥିବୀକୁ ଅଣାଯାଇଥିଲା, ସେତେବେଳେ ପୃଥିବୀର କ୍ଷମତା ଗଙ୍ଗା ଆବେଶକୁ ସହନ କରିପାରିଲା ନାହିଁ । ସେଥିପାଇଁ ଭଗବାନ ଶିବ ନିଜ ଜଟାରେ ଗଙ୍ଗାକୁ ରଖିଦେଇଥିଲେ । ସେଥିପାଇଁ ସର୍ବ ପ୍ରଥମ ଶୃଙ୍ଗାର ହେଉଛି ଗଙ୍ଗା । ସେଥିପାଇଁ ପୂଜାରେ ଗଙ୍ଗା ଜଳର ପ୍ରୟୋଗ ଅବଶ୍ୟ କରନ୍ତୁ ।

ତ୍ରିଶୂଳ-

ସବୁବେଳେ ଭଗବାନ ଶିବଙ୍କ ସହିତ ତ୍ରିଶୂଳ ରହିଥାଏ । ଭଗବାନ ଶିବ ଏହା ଦ୍ଵାରା ସୃଷ୍ଟିର ଅନ୍ତ କରିଥିଲେ । ତେଣୁ ଶୃଙ୍ଗାର ସମୟରେ ତ୍ରିଶୂଳର ପ୍ରୟୋଗ ଅବଶ୍ୟ କରନ୍ତୁ ।

ମୁକୁଟ ତଥା ଚନ୍ଦ୍ର-

ଭଗବାନ ଶିବଙ୍କ ମୁକୁଟ ରୂପରେ ଚନ୍ଦ୍ର ରହିଛନ୍ତି । ତେଣୁ ଆପଣ ଏହି ପୂଜାରେ ଶୃଙ୍ଗାର ରେ ଚନ୍ଦ୍ରମାର ଉପଯୋଗ ନିଶ୍ଚିନ୍ତ କରନ୍ତୁ ।

ଡମ୍ବରୁ-

ଭଗବାନ ଶିବଙ୍କ ହାତରେ ସବୁବେଳେ ଡମ୍ବରୁ ଥାଏ । ଯଦି ଆପଣ ଡମ୍ବରୁକୁ ଶୃଙ୍ଗାର ରୂପରେ ବ୍ୟବହାର କରିବେ, ତେବେ ଆପଣଙ୍କୁ ଏହାର ଶୁଭ ଫଳ ଅବଶ୍ୟ ମିଳିବ ।

ରୁଦ୍ରାକ୍ଷ-

ରୁଦ୍ରାକ୍ଷର ବହୁତ ଖାସ ମାନ୍ୟତା ରହିଛି । ଭଗବାନ ଶିବ ନିଜ ବେକରେ ରୁଦ୍ରାକ୍ଷ ମାଳା ଧାରଣ କରିଥାନ୍ତି । ତେଣୁ ଆପଣ ମଧ୍ୟ ପୂଜାରେ ଏହି ରୁଦ୍ରାକ୍ଷକୁ ବ୍ୟବହାର କରନ୍ତୁ ।

ନାଗ ଦେବତା-

ଭଗବାନ ଶିବଙ୍କ ଶୃଙ୍ଗାର ପାଇଁ ନାଗର ବ୍ୟବହାର ନିଶ୍ଚିନ୍ତ କରନ୍ତୁ । ଆପଣ ମାନେ ଦେଖିଥିବେ ଭଗବାନ ଶିବଙ୍କ ବେକରେ ନାଗ ଦେବତା ଥାଆନ୍ତି ।

ଭସ୍ମ-

ଭଗବାନ ଶିବଙ୍କର ମହତ୍ଵପୂର୍ଣ୍ଣ ଶୃଙ୍ଗାର ଭସ୍ମ ହୋଇଥାଏ । ଯଦି ଆପଣ ପୂଜାରେ ଭସ୍ମର ବ୍ୟବହାର କରିବେ, ତେବେ ଏହା ଦ୍ଵାରା ଶିବ ପ୍ରସନ୍ନ ହେବେ ।