ଆଜିର ରାଶିଫଳ, 16 ଫେବୃୟାରୀ 2020, ରବିବାର, ଶନି ମଙ୍ଗଳ ହେଲେ ଏକାଠି ଏହି ୪ ରାଶିର ସବୁ କାମ ହେଇଯିବ

ରାଶି ମାନଙ୍କର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶି ଅନୁଯାଇ ବ୍ୟକ୍ତିର ସ୍ଵାଭାବ ଓ ଭବିଷ୍ୟ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ର ମାନଙ୍କ ଚାଲିରେ ରାଶିଫଳ ନିର୍ମାଣ କରାଯାଇଥାଏ । ଗ୍ରହର ଚାଲ ନିୟମିତ ରୂପେ ପରିବର୍ତ୍ତନ ହେଉଥିବାରୁ, ରାଶି ମାନଙ୍କ ଉପରେ ଏହାର ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ । ଆଜି ହେଉଛି ରବିବାର ଫେବୃୟାରୀ ୧୬ । ଆଜିଆମେ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି-

ଆଜି ଆପଣଙ୍କ ମନ ପରିବାର ସମସ୍ଯା ହେତୁ ବିଚଳିତ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟ ଭାର ପଡିପାରେ, ହେଲେ ଏଥିପାଇଁ ଆପଣଙ୍କ ଭଲ ଫଳ ମଧ୍ୟ ମିଳିବ । ଟଙ୍କା ପଇସା ସହିତ ଜଡିତ ମାମଲା ଠିକ ହୋଇଯିବ । ଆଜି ଆପଣ ସୁସ୍ଥ ଅନୁଭବ କରିବା ସହ ନିଜ ସାଙ୍ଗ ମାନଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଯାଇପାରନ୍ତି । ଏହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବ ।

ବୃଷ ରାଶି-

ଆପଣଙ୍କୁ ନିଜଅଧୁରା କାମ ପୂରଣ କରିବା ପାଇଁ ବହୁତ ମଉକା ମିଳିବ । ଆପଣଙ୍କର କିଛି ଜଟିଳ ସମସ୍ଯା ମଧ୍ୟ ଆଜି ଦୂର ହେବାର ସମ୍ଭାବନା ଅଛି । ପରିବାରରେ ସୁଖ ଶାନ୍ତି ରହିବ । ଭାଇ ମାନଙ୍କ ସହାୟତାରେ ବ୍ୟାପାରର ବିସ୍ତାର କରିପାରିବେ । ମାତା ଓ ପିତାଙ୍କ ଆଶୀର୍ବାଦ ଆପଣ ଉପରେ ରହିବା ସହିତ ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ ।

ମିଥୁନ ରାଶି-

ଆଜି ଆପଣ ବ୍ୟାପାର ନିମିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏହା ଆପଣଙ୍କ ପାଇଁ ବହୁତ ଫାଇଦା ରହିବ । ହେଲେ ଆଜି ଆପଣଙ୍କ ସହିତ କାହାର ବାଦବିବାଦ ହୋଇପାରେ, ସେଥିପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଝଗଡା ଆଦିରେ ଆପଣଙ୍କୁ କୌଣସି ଲାଭ ହେବ ନାହିଁ, ହେଲେ ସମସ୍ଯା ବଢିବ । ସେଥିପାଇଁ ଆଜି ସତର୍କ ରୁହନ୍ତୁ ।

କର୍କଟ ରାଶି-

ବ୍ୟାପାରୀ ଓ ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ବହୁତ ଲାଭ ଦାୟକ ରହିବ । ବର୍ତ୍ତମାନର ସମୟରେ ନୂଆ କାର୍ଯ୍ୟ ସମ୍ବନ୍ଧିତ କୌଣସି ଯୋଜନା କରିପାରନ୍ତି । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରମୋଶନ ମିଳିବାର ସମ୍ଭାବନା ଅଛି । ବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । କାରଣ ଆଜି ଆପଣ କୌଣସି ସ୍ଥାନରେ ଆଘାତ ପ୍ରାପ୍ତ ହୋଇପାରନ୍ତି ।

ସିଂହ ରାଶି-

ଆଜି ଆପଣଙ୍କୁ ନିଜ ଲକ୍ଷ ହାସିଲ କରିବା ପାଇଁ ବହୁତ ମଉକା ମିଳିବ । ଆପଣ ନିଜ ସମସ୍ତ ସମସ୍ଯାକୁ ଆଜି ଦୂର କରିପାରିବେ । ମିତ୍ର ମାନଙ୍କ ସହାୟତାରେ ଆପଣଙ୍କୁ ବ୍ୟାପାରରେ ଲାଭ ମିଳିବ । ହେଲେ ଆପଣ କୌଣସି ସ୍ଥାନରେ ନିବେଶ କରିବାରୁ ବଞ୍ଚନ୍ତୁ । ଆପଣଙ୍କ ଦାମ୍ପତ୍ତିକ ଜୀବନ ସୁଖମୟ ରହିବା ସହିତ ପରିବାରରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବ ।

କନ୍ୟା ରାଶି-

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ । ଆଜି ଆପଣ କୌଣସି ସ୍ଥାନରେ ଉତ୍ସବ ମାନେଇବା ପାଇଁ ଯାଇପାରନ୍ତି । ଆପଣ ନିଜ ପରିବାର ଲୋକ ଓ ସମ୍ପର୍କୀୟ ମାନଙ୍କ ସହ ବହୁତ ଏଞ୍ଜୋଏ କରିବେ । ଅଧିକ କାର୍ଯ୍ୟ କରିବାରୁ ବଞ୍ଚନ୍ତୁ । ବ୍ୟବସାୟରେ ମାନସିକ ଚିନ୍ତା ବୃଦ୍ଧି ହୋଇପାରେ । ହେଲେ ଆପଣଙ୍କ ଏହି ଚିନ୍ତା ବହୁତ ଶୀଘ୍ର ଦୂର ହେବ ।

ତୁଳା ରାଶି-

ଆଜିର ଦିନ ଆପଣ ମାନଙ୍କ ପାଇଁ କଷ୍ଟ ଦାୟକ ହୋଇପାରେ । ଆପଣଙ୍କ ଲଭ ଲାଇଫ ବହୁତ ଭଲ ରହିବ । ଆପଣ ସମସ୍ତଙ୍କ ସହ ସୁଖଦ ବ୍ୟବହାର କରନ୍ତ । ଆଜି ଆପଣ କୌଣସି ସ୍ଥାନକୁ ବୁଲିବା ପାଇଁ ଯାଇ ପାରନ୍ତି । ଆପଣ ଆତ୍ମବିଶ୍ଵାସରେ ଭରପୁର ରହିବା ହେତୁ ଆପଣଙ୍କ ସମସ୍ତ କାର୍ଯ୍ୟ ପୂରଣ ହେବ । ହେଲେ ଏହି କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ଅଧିକ ମାନସିକ ଚିନ୍ତା ନିଅନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପାରେ ।

ବିଛା ରାଶି-

ଆଜି ଆପଣଙ୍କୁ ବ୍ୟବସାୟକ କ୍ଷେତ୍ରରେ ବହୁତ ବାଧା ଆସିବ । ଯାହାଫଳରେ ଆପଣଙ୍କ ମନ ଦୁଖ ରହିବ । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିପାରନ୍ତି । ହେଲେ ଏହି ଧାର୍ମିକ କାର୍ଯ୍ୟ କରି ଆପଣଙ୍କ ମନ ପସନ୍ନ ରହିବ । ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ବରିଷ୍ଠ ଅଧିକାରୀଙ୍କ ସହାୟତାରେ ଆପଣ ନିଜ କାର୍ଯ୍ୟକୁ ପୂରଣ କରିବେ ।

ମକର ରାଶି-

ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି । କୌଣସି ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଆଜିର ଦିନ ବହୁତ ଭଲ ରହିବ । ଆଜି ଆପଣ ମାନସିକ ଦୃଷ୍ଠିରୁ ସୁସ୍ଥ ଅନୁଭବ କରିବେ । ହେଲେ ଆଜି ଆପଣଙ୍କ ସହ ନିଜ ମିତ୍ର ମାନଙ୍କ ମଧ୍ୟରେ କିଛି ବାଦବିବାଦ ହୋଇପାରେ, ସେଥିପାଇଁ ଆପଣ ସତର୍କ ରୁହନ୍ତୁ ଓ ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

କୁମ୍ଭ ରାଶି-

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଉଚ ଅଧିକାରୀ ମାନେ ଆପଣଙ୍କ କାମରେ ପ୍ରଭାବିତ ହେବେ ଓ ଆପଣଙ୍କର ପ୍ରଶଂସା କରିବେ । କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ଅବସର ମିଳିବ । ବ୍ୟାପାର କରୁଥିବା ଲୋକମାନଙ୍କୁ ଧନ ଲାଭ ହେବାର ବହୁତ ସମ୍ଭାବନା ଅଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବା ସହିତ ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

ମୀନ ରାଶି-

ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟ କ୍ରମରେ ଭାଗ ନେଇପାରନ୍ତି । ହଠାତ ଆପଣଙ୍କୁ ଧନ ଲାଭ ହେବାର ଯୋଗ ହୋଇପାରେ । ପରିଜନ ମାନଙ୍କ ସହିତ କିଛି ମୁଲ୍ଯବନ ସମୟ ବିତାଇ ପାରନ୍ତି । ଜୀବନ ସାଥିର ପୁରା ସହଯୋଗ ଆପଣଙ୍କ ଉପରେ ରହିବ । ଆପଣଙ୍କ ମାନସିକ ଚିନ୍ତା ଆଜି ଦୂର ହେବ । ଆପଣଙ୍କୁ ନିଜ ଭାଗ୍ୟର ପୁରା ସହଯୋଗ ମିଳିବ । ଯାହାଦ୍ୱାରା ଆପଣ ନିଜ ଅଧୁରା କାର୍ଯ୍ୟକୁ ପୂରଣ କରିପାରିବେ । ଆଜି ଆପଣ ଊର୍ଜାରେ ଭରପୁର ରହିବେ ।