ପତ୍ନୀ Shriya ଓ ଛୁଆକୁ ବହୁତ ମିସ୍ କରୁଥିବା କହିଲେ Humane Sagar, ଆପୋସ ବୁଝାମଣା ପାଇଁ ରାଜି ଥିବା ନେଇ ସ୍ଵୀକାର କଲେ, ଦେଖନ୍ତୁ video

ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନ ସାଗରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏହି ଖବର ସବୁଆଡେ ଶିରୋନାମା ସାଜିଛି । ତେବେ ଏହାକୁ ନେଇ ଉଭୟ ପକ୍ଷ ପରସ୍ପର ଉପରେ ଆରୋପ ଲଗାଉଥିବା ବେଳେ ପତ୍ନୀ ଶ୍ରୀୟା ଓ ଛୁଆକୁ ଖୁବ୍ ମିସ୍ କରୁଥିବା କହିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ହ୍ୟୁମାନ କହିଛନ୍ତି କି, ଗତ 5ରୁ 6 ମାସ ଧରି ଶ୍ରୀୟା ତାଙ୍କ ଠାରୁ ଅଲଗା ରହୁଥିବା ବେଳେ ସେ ଶ୍ରୀୟା ଓ ଛୁଆକୁ ମିସ୍ କରୁଛନ୍ତି । କେବଳ ସେ ନୁହେଁ ବରଂ ତାଙ୍କ ପୁରା ପରିବାର ତାଙ୍କୁ ବହୁତ ମିସ୍ କରୁଛନ୍ତି । କାରଣ ହ୍ୟୁମାନ, ତାଙ୍କ ମାଆ ଓ ତାଙ୍କ ପୁରା ପରିବାର ଶ୍ରୀୟା, ତାଙ୍କ ଝିଅ ଏବଂ ତାଙ୍କ ବାପଘର ପରିବାରକୁ ଖୁବ୍ ଭଲପାଆନ୍ତି । ଗତ ଗୁରୁବାର ଦିନ ହ୍ୟୁମାନ ସାଗର, ତାଙ୍କ ମାଆ ଏବଂ ଶ୍ରୀୟାଙ୍କ ପରିବାର ମହିଳା ଥାନାରେ ଉପସ୍ଥିତ ହୋଇଥିଲେ ।

ସେଠାରେ ପୋଲିସ ପକ୍ଷରୁ ଉଭୟଙ୍କ ମାମଲା ସମାଧାନ କରାଯିବାକୁ ଚେଷ୍ଟା କରା ଯାଇଥିଲା । ହ୍ୟୁମାନ ତାଙ୍କ ମାଆଙ୍କ ସହ କଥା ହେବାକୁ 5 ମିନିଟ ନେଇଥିଲେ ଓ ତା’ପରେ ଜଣାଇଥିଲେ କି ସେମାନେ ବୁଝାମଣା କରିବାକୁ ବିଲକୁଲ ରାଜି ଅଛନ୍ତି । କିନ୍ତୁ ଶ୍ରୀୟାଙ୍କ ପକ୍ଷରୁ ସେମାନେ ଦୁଇଦିନ ସମୟ ମାଗିଥିଲେ । ଦୁଇଦିନ ପରେ ସେମାନେ ନିଜ ନିଷ୍ପତ୍ତି ଜଣାଇବେ କହିଥିଲେ ।

ତେବେ ଶ୍ରୀୟାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା, ଯୌତୁକ ନିର୍ଯ୍ୟାତନା, ଝିଅ ଜନ୍ମ ହେବାକୁ ନେଇ ନିର୍ଯ୍ୟାତନା ଆଦି ଅନେକ ସଙ୍ଗୀନ ଅଭିଯୋଗ ଶ୍ରୀୟା ହ୍ୟୁମାନଙ୍କ ନାଁରେ ଆଣିଛନ୍ତି । ଏପରିକି ହ୍ୟୁମାନଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରୀୟା । ଏସବୁ ମଧ୍ୟରେ ଦୁଇଦିନ ପରେ ଶ୍ରୀୟା କଣ ନିଷ୍ପତ୍ତି ନେବେ ତାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ହ୍ୟୁମାନ ଝିଅ ଓ ଶ୍ରୀୟାଙ୍କୁ ବହୁତ ମିସ୍ କରିଥିବା କହିଛନ୍ତି ।

ଏହା ମଧ୍ୟ ଆଶା ରଖିଛନ୍ତି ଯେ ସେମାନଙ୍କ ପାରିବାରିକ ବିବାଦ ବହୁତ ଶୀଘ୍ର ସମାଧାନ ହୋଇଯିବ । ତେବେ ସେ ଯାହା ହେଉ ଏଇଟା ତାଙ୍କ ବ୍ୟକ୍ତିଗତ ମାମଲା । ବ୍ୟକ୍ତିଗତ ମାମଲା ଯାହା ହେଉ ନା କାହିଁକି ସେ ଓଡିଶାବାସୀଙ୍କ ପାଇଁ ମରିବା ଯାଏଁ ଗୀତ ଗାଇବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।