ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରଭୁ ଶିବଙ୍କୁ ସମର୍ପିତ ମାସଟି ହେଉଛି ପବିତ୍ର ଶ୍ରାବଣ ମାସ । ତେବେ ଏହି ମାସରେ ଅନେକ ଲୋକ ସୋମବାର ବ୍ରତ ମଧ୍ୟ ରଖିଥାନ୍ତି । ହେଲେ ଯଦି ଆପଣ ମଧ୍ୟ ଶ୍ରାବଣ ମାସର ବ୍ରତ ରଖୁଥାନ୍ତି । ତେବେ ଏଥିପାଇଁ ସଂପୂର୍ଣ୍ଣ ମାସ ସାରା ଆପଣଙ୍କୁ କଣ ଖାଇବା ଉଚିତ ଓ କଣ ଖାଇବା ଅନୁଚିତ ! ସେଥିପ୍ରତି ମଧ୍ୟ ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଯାହା ଦ୍ଵାରା ଆପଣ ନିଜର ଶ୍ରାବଣ ମାସର ସଂପୂର୍ଣ୍ଣ ପୂଣ୍ୟଫଳ ପ୍ରାପ୍ତ କରିପାରିବେ ।
ଯେଉଁ ମାନେ ମଧ୍ୟ ଶ୍ରାବଣ ମାସର ବ୍ରତ ରଖୁଛନ୍ତି । ସେମାନେ ଏହି ବ୍ରତର ନିଷ୍ଠାର ସହ ପାଳନ କରିବା ଉଚିତ । ନଚେତ ବ୍ରତ ଭାଙ୍ଗିଯାଇଥାଏ । ଫଳ ସ୍ୱରୂପ ମହାଦେବ ସେହି ବ୍ୟକ୍ତିଙ୍କ ଉପରେ କ୍ରୋଧିତ ହୋଇଯାଇଥାନ୍ତି । ସୋମବାର ଦିନ ସକାଳୁ ପ୍ରାତଃ ଉଠି ନିଜର ନିତ୍ୟାଦି କର୍ମ ସାରି ଶୁଦ୍ଧପୁତ୍ତ ହୋଇଯିବ ଆବଶ୍ୟକ । ଏହାପରେ ସମସ୍ତ ପୂଜା ସାମଗ୍ରୀ ନେଇ ଶିବ ମନ୍ଦିର ଯାଇ ସେଠାରେ ପୂଜା ପାଠ କରନ୍ତୁ ।
ପ୍ରଭୁ ଭୋଳାଶଙ୍କରର କ୍ଷୀର, ଜଳ, ବେଲପତ୍ର ଆଦି ଅତ୍ୟନ୍ତ ହିଁ ପ୍ରିୟ ବସ୍ତୁ ହୋଇଥାଏ । ତେବେ ସୋମବାର ବ୍ରତ କରୁଥିବା ଲୋକ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ । ସେମାନେ ଅମୃତ ଭଣ୍ଡା, ତରଭୁଜ, ପାଣି କଖାରୁ, ବିଲାତି ଖାଇ ପାରିବେ । ସେଓ, କଦଳୀ ଜାମୁ ଓ ଆମ୍ବ ଆଦି ଫଳ ଖାଇପାରିବେ । ଏହି ସବୁ ଫଳ ଖାଇବା ଦ୍ଵାରା ଶକ୍ତି ମିଳିଥାଏ । ଏହା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।
ତେବେ ଚାଲନ୍ତୁ କେଉଁ କେଉଁ ଖାଦ୍ୟ ପଦାର୍ଥର ସେବନ ଶ୍ରାବଣ ମାସରେ ଅନୁଚିତ ଜାଣିବା । ଆମିଷ ପଦାର୍ଥର ସେବନ ସଂପୂର୍ଣ୍ଣ ଭାବରେ ବର୍ଜିତ ଅଟେ । ରଶୁଣ, ପିଆଜର ସେବନ ମଧ୍ୟ କରିବା ଅନୁଚିତ । ଏହା ଛଡା ପାଳଙ୍ଗ, ଶାଗ ବାଇଗଣ, ମେଥି ଶାଗ, ବଥୁଆ ଶାଗ, କୋବି ସେବନ ମଧ୍ୟ କରିପାରିବେ ନାହିଁ । ଶ୍ରାବଣ ମାସରେ କ୍ଷୀର ସେବନ ମଧ୍ୟ ବର୍ଜନ କରାଯାଇଅଛି ।
ସାଧାରଣ ଲୁଣ ମଧ୍ୟ ଶ୍ରାବଣ ମାସରେ ସେବନ କରିବା ଉଚିତ ହୋଇନଥାଏ । ଶାସ୍ତ୍ରର ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ପଲାସ ପତ୍ରରେ ନିଜର ଖାଦ୍ୟର ସେବନ କରିଥାଏ । ସେହି ବ୍ୟକ୍ତିର ବର୍ଷ ବର୍ଷର ଦରିଦ୍ରତା ଦୂର ହୋଇଥାଏ । ତେବେ ଆପଣ ମାନେ ମଧ୍ୟ ଏହି ସବୁ ଉପରୋକ୍ତ ନିୟମମାନ ପାଳନ କରି ସୋମବାର ବ୍ରତ ରଖୀ ପାରିବେ ।
ଏହା ଦ୍ଵାରା ଆପଣକ ପାଇଁ ଏହି ଶ୍ରାବଣ ମାସଟି ଶ୍ରେଷ୍ଠ ବିବେଚିତ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ