ଦୃଢ ଇଚ୍ଛାଶକ୍ତି ଆଗରେ ମୁଣ୍ଡ ନୁଆଁଇଛି ସବୁ ସମସ୍ଯା, ଶ୍ରମିକରୁ ବନିଗଲେ ବଲିଉଡ କଳାକାର, ଦେଖନ୍ତୁ video

ଘରକୁ ପଶିଲେ ମୁଣ୍ଡରେ ଚାଳ ବାଜୁଛି । ଅଭାବ ଅନଟନରେ ବାପାମା’ ବଡ କରିଥିବା ବେଳେ ଆର୍ଥିକ ଅଭାବ ଯୋଗୁଁ ଅଷ୍ଟମ ଶ୍ରେଣୀରୁ ପାଠ ପଢି ପାରି ନଥିଲେ ଗଞ୍ଜାମର ଚନ୍ଦୁ ନାୟକ । ବାପା ଏକା ପରିଶ୍ରମ କରି ଘର ଚଳାଇ ପାରୁ ନଥିଲେ ତେଣୁ ଦୁଇ ପୁଅଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ହେଲେ ସାନ ପୁଅ ଚନ୍ଦୁର ସ୍ଵପ୍ନ ଥିଲା କିଛି ଅଲଗା । ସେଥିପାଇଁ ସେ ଅଷ୍ଟମ ଶ୍ରେଣୀ ପଢିବା ପରେ ଘରଛାଡି ଭୁବନେଶ୍ବର ପଳେଇଥିଲା ।

ହେଲେ ବୟସ ଖୁବ କମ୍ ଥିବାରୁ ବାପମା’ ଚିନ୍ତିତ ହୋଇ ଯାଇଥିଲେ ଏବଂ ପୋଲିସର ସାହାଯ୍ୟ ନେଇ ତାଙ୍କୁ ଘରକୁ ନେଇ ଆସିଥିଲେ । ଏହାପରେ 4 -5 ବର୍ଷ ଯାଏଁ ଘରେ ରହିଥିଲେ ଚନ୍ଦୁ । ତା’ପରେ ପୁଣି ଥରେ ଭୁବନେଶ୍ବର ଯାଇଥିଲେ ହେଲେ ସେଠାରୁ ନିରାଶ ହୋଇ ଫେରିଥିଲେ । କାରଣ ଚନ୍ଦୁ ଜଣେ ଅଭିନେତା ହେବାକୁ ଚାହୁଁଥିବା ବେଳେ ତାଙ୍କ ପାଖରେ ଟଙ୍କା ନଥିଲା । ଏହାପରେ ସେ କେରଳ ଯାଇଥିଲେ ଓ ସେଠାରେ ହୋଟେଲରେ କାମ କରି ଘରକୁ ପଇସା ପଠାଉଥିଲେ ।

ଏହାସହ ନିଜର ଶରୀର ପ୍ରତି ଧ୍ୟାନ ଦେଇ ଜିମ୍ ମଧ୍ୟ ଜଏନ୍ କରିଥିଲେ । ପୁଅ ଏତେ ଦୂରକୁ ଯାଇଛି ବୋଲି ବାପାମା’ଙ୍କ ମନ ସହୁ ନଥିଲା । ତେଣୁ ସେମାନେ ବାରମ୍ବାର ତାଙ୍କୁ ଘରକୁ ପଳେଇ ଆସିବାକୁ କହୁଥିଲେ । ହେଲେ ଚନ୍ଦୁ ତାଙ୍କ ମା’ଙ୍କୁ ବୁଝାଇ ଥିଲେ କି ତାଙ୍କର ଅଭିନେତା ହେବାକୁ ବହୁତ ଇଚ୍ଛା । ଯେପର୍ଯ୍ୟନ୍ତ ସେ ଅଭିନେତା ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଘରକୁ ଫେରିବେ ନାହିଁ ।

କେରଳରେ ଏକ ହୋଟେଲରେ କାମ କରି ସେ ବେଶ ଭଲରେ ଅଛନ୍ତି ବୋଲି ମା’ଙ୍କୁ ବୁଝାଇଥିଲେ । କେରଳରେ କିଛିଦିନ ରହିବା ପରେ ଚନ୍ଦୁ ମୁମ୍ବାଇ ଯାଇଥିଲେ ଓ ସେଠାରେ ଅଡିସନରେ ସୁଯୋଗ ପାଇବା ମାତ୍ରେ ଏହାକୁ ସେ ହାତଛଡା କରି ନଥିଲେ । ପ୍ରଥମେ ଏକ ରାଧାକୃଷ୍ଣ ସିରିଏଲରେ ତାଙ୍କୁ ସୁଯୋଗ ମିଳିଥିଲା । ଏବେ ହାତରେ ଆହୁରି ଅନେକ ପ୍ରୋଜେକ୍ଟ ରହିଛି । ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ଚନ୍ଦୁ ଅନେକ ସଂଘର୍ଷ କରିଥିଲେ । ଆଉ ଶେଷରେ ତାହା ପୂରଣ ହୋଇଛି ।

ଚନ୍ଦୁଙ୍କ ବାପାମା’ ପୁଅ ଦୂରରେ ଅଛି ବୋଲି ଦୁଃଖିତ ହେଉଥିଲେ ମଧ୍ୟ ପୁଅ ପାଇଁ ଗର୍ବ ଅନୁଭବ କରୁଛନ୍ତି । ତାଙ୍କ ଇଚ୍ଛା ଶକ୍ତି ଆଗରେ ସବୁ ସମସ୍ଯା ସତେ ଯେମିତି ହାର ମାନିଯାଇଛି । ଆଜି ସେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।