ଶୋଇବା ପୂର୍ବରୁ ପାଣି କାହିଁକି ପିଇବା ଉଚିତ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତା

ଜୀବନକୁ ସହଜ ଏବଂ ସୁନ୍ଦର କରିବାକୁ ହେଲେ କିଛି ଶାସ୍ତ୍ରଲିଖିତ ଅନୁଚିନ୍ତା ଓ ନିୟମ ପାଳନ କରିବା ନିହାତି ଆବଶ୍ୟକ । ସକାଳୁ ଉଠିବା ପରେ ଖାଲି ପେଟରେ ତିନି ଗ୍ଳାସ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୁଏ । ଗାଧୋଇ ସାରି ଏକ ଗ୍ଳାସ ପାଣି ପିଇଲେ ବ୍ଲଡ଼ପ୍ରେସର ନିୟନ୍ତ୍ରଣ ହୋଇଥାଏ । ଖାଇବାର ଅଧଘଣ୍ଟା ଆଗରୁ ଦୁଇ ଗ୍ଳାସ ପାଣି ପିଇଲେ ଖାଦ୍ଯ ଭଲ ହଜମ ହୁଏ । ରାତିରେ ଶୋଇବା ପୂର୍ବରୁ ଅଧଗ୍ଳାସ ପାଣି ପିଇଲେ ହୃଦଘାତ ସମ୍ଭାବନା କମ୍ ହୋଇଥାଏ ।

ପାଞ୍ଚଟି ଗୋଲମରିଚ, ଗୋଟିଏ ପିଆଜ ଓ ଅଧାଚାମୁଚ ଲୁଣକୁ ବାଟି କେଶରେ ଲଗାଇଲେ କେଶ ଝଡିବା ବନ୍ଦ ହୁଏ । ମୁହଁରେ କଳା ଦାଗ ଥିଲେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇଲେ ମୁହଁ ସଫା ହୋଇଥାଏ । ମୁହଁର ରଙ୍ଗ ସଫା କରିବା ପାଇଁ ହେଲେ ଆଳୁର ରସ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ । ଦୁଇଟି ଗୁଜୁରାତି ଗୁଣ୍ଡ କରି ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶ ମୂଳ ମଜବୁତ ହୁଏ ।

ଅଣ୍ଟା ଦରଜ ହେଉଥିଲେ ପାଞ୍ଚଟି ଖଜୁରୀ କୋଳି ସହିତ ମେଥି ଗୁଣ୍ଡକୁ ସିଝାଇ ଖାଇଲେ ତାହା ଦୂର ହୁଏ । ପେଟରେ ଗ୍ଯାସ ସମସ୍ଯା ଦେଖା ଦେଲେ ଏକ ଚାମୁଚ ଜୁଆଣୀ ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣିରେ ଖାଆନ୍ତୁ । ରୋଷେଇ କରିସାରିବା ପରେ ଚୁଲାକୁ ଭଲ ଭାବେ ସଫା କରିବା ଉଚିତ, ଏହା ସମୃଦ୍ଧିର ପ୍ରତୀକ ହୋଇଥାଏ ।

ରାତିରେ ରୋଷେଇ ଘରେ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ । ଭଙ୍ଗା ବାସନ କେବେବି ଖାଆନ୍ତୁ ନାହିଁ କିମ୍ବା ରୋଷେଇ କରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ । ରୋଷେଇ ଘରେ କେବେବି ଔଷଧ ଏବଂ ପୂଜାସ୍ଥାନ ରଖନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ । ଘରର ଉତ୍ତର ପୂର୍ବ କୋଣରେ କାଚ ପାତ୍ରରେ ଲୁଣ ରଖିବା ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ଦୂର ହୁଏ ।

ଘର ଭିତରେ ମହାଦେବଙ୍କର ପରିବାର ସହିତ ଫଟୋ ରଖିଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି । ପଇସା ରଖୁଥିବା ସ୍ଥାନରେ କିମ୍ବା ଆଲମାରୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ହୋଇ ନଥାଏ । ଘରର ଗାଧୁଆ ଘର କିମ୍ବା ପାଇଖାନା କବାଟ ସବୁବେଳେ ବନ୍ଦ ରହିବା ଉଚିତ, ଏହା କଲେ ମଙ୍ଗଳ ହୋଇଥାଏ ।

ଶୋଇବା ସମୟରେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରୁହେ । ଯେଉଁ ଲୋକର ନୟନରେ କଳାଜାଇ ଥାଏ ସେ ଚତୁର, ବୁଦ୍ଧିମାନ ଓ ଦୂରଦୃଷ୍ଟି ସମ୍ପନ୍ନ ହୋଇଥାଏ । ଯେଉଁ ଲୋକର ତଳ କିମ୍ବା ଉପର ଓଠରେ ତିଳ ଚିହ୍ନ ଥାଏ ସେ ବିଳାସମୟ ଜୀବନ କାଟିବାକୁ ଭଲ ପାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।