ଚମତ୍କାର ! 13 ମାସ ମଧ୍ୟରେ ଦୁଇ ଯୋଡା ଜାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଏହି ଅଦ୍ଭୁତ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଥରେ ନୁହେଁ ବରଂ ଲଗାତାର ଦୁଇ ଦୁଇଥର ଜାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ମହିଳା । 13 ମାସ ମଧ୍ୟରେ ଚାରି ଶିଶୁଙ୍କୁ ଜନ୍ମ ଦେଲେ ମହିଳା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଦୁନିଆରେ ଏଭଳି ଅନେକ ବିରଳ ଘଟଣା ଦେଖିବାକୁ ମିଳେ ଯାହା ଲୋକଙ୍କର ଚିନ୍ତା ବାହାରେ ହୋଇଥାଏ । 9 ମାସ ପର୍ଯ୍ୟନ୍ତ ଜଣେ ଶିଶୁ ମା’ ଗର୍ଭରେ ରହି ବଢିବା ପରେ ଧରାପୃଷ୍ଠକୁ ଆସିଥାଏ । ହେଲେ କେତେକ ବିଶେଷ ପରିସ୍ଥିତିରେ ପିଲାମାନେ 7 ମାସରେ ମଧ୍ୟ ଜନ୍ମ ହୋଇଥାନ୍ତି ।

ହେଲେ ଏହି ମହିଳାଜଣକ 13 ମାସ ମଧ୍ୟରେ ଚାରି ସନ୍ତାନଙ୍କୁ ଜନ୍ମ ଦେଇ ଡାକ୍ତରଙ୍କ ସମେତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ମହିଳା ଦୁଇ ଦୁଇଥର ଜାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି । ଏହି ବିଶେଷ ପରିସ୍ଥିତିକୁ ମୋମୋ ଟୁଇନ୍ସ ବୋଲି କୁହାଯାଏ । ଆମେରିକାର ଏହି ମହିଳା 13 ମାସ ମଧ୍ୟରେ ଦୁଇଥର ଜାଆଁଳା ଶିଶୁ ଜନ୍ମ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ମୋମୋ ଟୁଇନ୍ସ ଅବସ୍ଥାରେ ଉଭୟ ମା’ ଓ ଶିଶୁଙ୍କ ଜୀବନ ବିପଦରେ ରହିଥାଏ ।

ଏକ ବର୍ଷ ତଳେ ଆଲାବାମାର ଟସ୍କାଲୋସା ଠାରେ ବ୍ରିଟେନି ଏବଂ ଫ୍ରାଙ୍କି ଆଲବାନଙ୍କ ପ୍ରଥମ ଜାଆଁଳା ଶିଶୁ ଜନ୍ମ ହୋଇଥିଲେ । 6 ମାସ ତଳେ ବ୍ରିଟେନି ପୁଣି ଥରେ ଜାଆଁଳା ଶିଶୁଙ୍କୁ ଜନ୍ମ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ସେମାନେ ପ୍ରଥମେ ଜାଆଁଳା ପୁଅ ଲେବି ଓ ଲୁକାଙ୍କୁ ଜନ୍ମ ଦେଇଥିବା ବେଳେ 6 ମାସ ପରେ ଜାଆଁଳା ଝିଅ ଲିଦିଆ ଏବଂ ଲିଲିଙ୍କୁ ଜନ୍ମ ଦେଇଛନ୍ତି ।

ଦ୍ଵିତୀୟ ଗର୍ଭଧାରଣ ଅଧିକ ବିପଦଜନକ ଥିବାବେଳେ ଏହା ଅତ୍ୟନ୍ତ ଦୁର୍ଲଭ ମଧ୍ୟ ଥିଲା । ଏହି ଗର୍ଭଧାରଣ ପାଇଁ ବିଶେଷ ସତର୍କତାର ଆବଶ୍ୟକ ପଡିଥାଏ । ଯେଉଁଥି ପାଇଁ ଉଭୟ ମା’ ଓ ଶିଶୁଙ୍କୁ ପ୍ରାୟ 50 ଦିନ ହସ୍ପିଟାଲରେ ରହିବାକୁ ପଡିଥିଲା । ବ୍ରିଟେନି କୁହନ୍ତି କି ଏହି ଦିନ ଗୁଡିକ ତାଙ୍କ ପାଇଁ ବେଶ ସଂଘର୍ଷମୟ ଥିଲା ।

କାରଣ ତାଙ୍କ ଜୀବନ ସହ ପିଲାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିଲା । କିନ୍ତୁ ଡାକ୍ତରଙ୍କ ଚିକିତ୍ସା ଓ ତାଙ୍କ ପ୍ରାର୍ଥନା ଯୋଗୁଁ ସବୁକିଛି ଠିକ ହୋଇଥିଲା । ତାଙ୍କ ପରିବାର ଏବେ ବେଶ ଖୁସି ଥିବା ସେ କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।