ପ୍ରଭୁ ଶିବଙ୍କ ମନ୍ଦିର ଯିବା ସମୟରେ ଆପଣ ଏପରି ଭୁଲ କରୁଛନ୍ତି କି ? ଏପରି ଭୁଲ୍ ଦ୍ଵାରା ମନୋସ୍କାମନା ପୂରଣ ହୋଇ ନଥାଏ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ସୋମବାର ପ୍ରଭୁ ଶିବ ଭଗବାନଙ୍କୁ ସମର୍ପିତ ଏକ ବାର ହୋଇଥାଏ । ବିଶେଷ କରି ଶ୍ରାବଣ ମାସର ସୋମବାର ତ ପ୍ରଭୁ ଭୋଳାଶଙ୍କରର ଅତି ପ୍ରିୟ ବାର ହୋଇଥାଏ । ତେବେ ବନ୍ଧୁଗଣ ସମସ୍ତ ଶିବଭକ୍ତ ପ୍ରତି ସୋମବାର ଶିବ ମନ୍ଦିର ଯାଇ ଭଗବାନଙ୍କର ପୁରା ଅର୍ଚନା କରିଥାନ୍ତି । ହେଲେ ସେହି ଭକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶ ଭକ୍ତ ମନ୍ଦିର ଯିବା ସମୟରେ ଏପରି କିଛି ଭୁଲ କରିଦେଇଥାନ୍ତି । ଯାହାକି ମନ୍ଦିର ଯିବାର ପୁଣ୍ୟଫଳ ତାଙ୍କୁ ମିଳିପାରିନଥାଏ ।

ତେବେ ଚାଲନ୍ତୁ ଶିବ ମନ୍ଦିର ଯିବା ପୂର୍ବରୁ ଆପଣ କେଉଁ ସବୁ ନିୟମ ମାନି ମନ୍ଦିର ଯିବା ଉଚିତ ତାହା ଆଲୋଚନା କରିବା । ଅନେକ ଲୋକ ଅଛନ୍ତି ରବିବାର ଦିନ ଆମିଷ ଭୋଜନ କରି ସୋମବାର ଦିନ ଶିବ ମନ୍ଦିର ଯାଇଥାନ୍ତି । ହେଲେ ସେପରି କରିବା ଜମାରୁ ମଧ୍ୟ ଉଚିତ ହୋଇନଥାଏ । କାରଣ ରବିବାର ଖାଇଥିବା ଆମିଷ ପେଟ ମଧ୍ୟରେ କିଛି ଅଂଶରେ ରହିଥାଏ । ତେଣୁ ରବିବାର ଦିନ ନିରାମିଷ ଭୋଜନ ଗ୍ରହଣ କରି ହିଁ ସୋମବାର ଦିନ ଶିବ ମନ୍ଦିର ଯିବା ଉଚିତ ।

ସୋମବାର ଦିନ ଶିବ ମନ୍ଦିର ଯିବା ପୂର୍ବରୁ ସ୍ନାନ କରୁଥିବା ଜଳରେ ଗୋମୟ ବା ଗଙ୍ଗା ଜଳ ପକାଇ ସ୍ନାନ କରି ଶୁଦ୍ଧପୁତ୍ତ ହୋଇ ସ୍ନାନ କରିବା ଉଚିତ । ମନ୍ଦିର ଯିବା ସମୟରେ ପରିଷ୍କାର ଓ ଧୁଆ ହୋଇ ରଖାଯାଇଥିବା ପୋଷାକ ପିନ୍ଧି ସ୍ନାନ କରିବା ଉଚିତ । ପାଲଟା ପୋଷାକ, ଲୁଗା ଆଦି ବସ୍ତ୍ର ପରିଧାନ କରି ଭୁଲରେ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ ।

ଶିବ ମନ୍ଦିର ଯାଉଥିବା ପୁରୁଷ ମାନେ ଧଳା କିମ୍ବା କୌଣସି ହାଲୁକା ରଙ୍ଗର ବସ୍ତ୍ର ଧାରଣ କରି ଜାଆନ୍ତୁ । ତେବେ ମହିଳା ମାନେ ମଧ୍ୟ କୌଣସି ଗାଢ ରଙ୍ଗର ବସ୍ତ୍ର ପରିଧାନ ନକରି ହାଲୁକା ରଙ୍ଗର ବସ୍ତ୍ର ପିନ୍ଧି ମନ୍ଦିର ଯାଆନ୍ତୁ । ଯଦି ସମ୍ଭବ ତେବେ ଘରୁ ମନ୍ଦିର ଯିବା ସମୟରେ ଖାଲି ପାଦରେ ମନ୍ଦିର ଯାଆନ୍ତୁ । ମାର୍କେଟରେ ମିଳୁଥିବା ପକେଟର କ୍ଷୀର ମହାଦେବଙ୍କ ଉପରେ ଅର୍ପଣ କରିବା ଅନୁଚିତ ।

ଛୁଆ ଜନ୍ମ କରିବାର ୨୧ ଦିନ ହୋଇନଥିବା ବା ଛୁଆ ଜନ୍ମ କରି ଯଦି ବାଛୁରୀ ମରିଯାଇଥାଏ । ତେବେ ସେପରି ଗାଈର କ୍ଷୀର ମଧ୍ୟ ପ୍ରଭୁ ମହାଦେବଙ୍କ ଉପରେ ସମର୍ପଣ କରିବା ଅନୁଚିତ । ୧, ୩, ୫, ୭, ୨୧ ଓ ୧୦୮ ସଂଖ୍ୟାରେ ଚିରାଫଟା ହୋଇନଥିବା ବେଲପତ୍ର ପ୍ରଭୁ ଶଙ୍କରଙ୍କ ଉପରେ ଚଢାନ୍ତୁ ।

ମନ୍ଦିର ମଧ୍ୟରେ ପୂଜା ହେଉଥିବା ସମୟରେ ଆପଣ ଉତ୍ତର ଦିଗକୁ ମୁହଁ କରି ଅନ୍ୟ କୌଣସି ଭାବନା ମନକୁ ନଆଣି ଓମ୍ ନମଃ ଶିବାୟ ମନ୍ତ୍ର ନିଜ ମନରେ ଜପ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ