ସକାଳୁ ଉଠିବା ପରେ ଏହି 10ଟି କାମ ନିଶ୍ଚୟ କରନ୍ତୁ, ଆଉ ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ସକାଳ ଉଠିଲା ପରେ ତାର ନିତ୍ୟ କାମ ସାରି ଭଗବାନଙ୍କୁ ପୂଜା କରି ଦିନକୁ ପ୍ରାରମ୍ଭ କରିଥାଏ । ତେବେ ଅଜାଣତାରେ ଆମେ ଏମିତି କେତେକ ଭୁଲି କରିଥାଉ ଯାହା ଅନୁଚିତ୍ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ ସକାଳ ଉଠି ଏହି 10 ଟି କାମ ସମ୍ପର୍କରେ କହିବୁ । ଯାହାକୁ କରିବା ନିହାତି ଜରୁରୀ ଓ ଆମ ପାଇଁ ଶୁଭଦାୟକ ଅଟେ । ପ୍ରାୟତ ସମସ୍ତ ବ୍ୟକ୍ତି ଚାହେଁ କି ତାର ଦିନତା ମଙ୍ଗଳମୟ  ହେଉବୋଲି ।

ଦିନର ଆରମ୍ଭ ଯଦି ସଠିକ ଭାବରେ ହୁଏ ତେବେ ବ୍ୟକ୍ତି ଦିନସାରା କରିବାକୁ ଯାଉଥିବା କାର୍ଯ୍ୟ ସଫଳତାପୂର୍ବକ ସମ୍ପର୍ଣ୍ଣ ହୋଇଥାଏ । ତେବେ ମୁଁ ଆଜି କହିବାକୁ ଯାଉଥିବା ଏହି ଦଶଟି କାର୍ଯ୍ୟକୁ ଆପଣ ଓ ପିଲାମାନଙ୍କୁ ଏହାକୁ ଶିଖାନ୍ତୁ । 1-  ମଣିଷକୁ ପ୍ରାତକାଳରୁ ଶଯ୍ୟା ତ୍ୟାଗ କରିବା ଉଚିତ୍ । କାରଣ ଶାସ୍ତ୍ର କୁହେ ଯେ ବ୍ରହ୍ମ ମୂହୁର୍ତ୍ତର୍ରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତିଙ୍କର ପୂଣ୍ୟଫଳ ବୃଦ୍ଧି ହୋଇଥାଏ ,କିନ୍ତୁ ଅଳସୁଆ ହୋଇ ବିଳମ୍ବ ରେ ଶଯ୍ୟା ତ୍ୟାଗ କରୁଥିବା ବ୍ୟକ୍ତିଙ୍କ ପୂଣ୍ୟଫଳ କ୍ଷୟ ହୁଏ ।

ଏଣୁ ଯୁବକ ,ଯୁବତୀ ଓ ପିଲାମାନେ ବ୍ରହ୍ମ ମୂହୁର୍ତ୍ତରୁ ଶଯ୍ୟା ତ୍ୟାଗ କରିବା ଅତ୍ୟଧିକ ଶୁଭ ହୋଇଥାଏ । 2- ଶଯ୍ୟା ତ୍ୟାଗ କରିବା ପରେ ଶଯ୍ୟା ଉପରେ ବସି ଆପଣଙ୍କ କରପନକୁ ଦର୍ଶନ କରିବା ଉଚିତ୍ ।3-  ଏହା ସହିତ ଆପଣ କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ , କରମୂଳେ ସ୍ଥିତୋ ବ୍ରହ୍ମା ପ୍ରଭାତେ କର ଦର୍ଶନମ୍ । ଏହି ମନ୍ତ୍ରକୁ ଜପ କରିବା ଉଚିତ୍ । ଏହା ପରେ ଆପଣ ଆପଣଙ୍କ ଇଷ୍ଟଦେବଙ୍କୁ ସ୍ମରଣ କରିବେ ଏହା ଦ୍ଵାରା ଦିନଟି ଭଗବାନଙ୍କ ଦୟାରୁ ଚାଳିତ ହୋଇଥାଏ ।

4- ଆପଣଙ୍କ ଇଷ୍ଟଦେବଙ୍କ ସ୍ଲୋକ କୁ ଉଚ୍ଚାରଣ କରି ଶଯ୍ୟା ରୁ  ବାହାରକୁ  ବାହାରିବେ   । 5- ପଞ୍ଚମରେ ଆପଣ ପ୍ରାତସମୟରେ ସ୍ନାନ  କରିବେ କାରଣ ପ୍ରାତବେଳରେ ସ୍ନାନ କରିବା ଦ୍ଵାରା ଆମେ ରୋଗମୁକ୍ତ ହୋଇଥାଉ ଏବଂ ଇଶ୍ଵରଙ୍କ ଦୟା ପ୍ରାପ୍ତ କରିଥାଉ । ପ୍ରାତସାନ୍ନ ସବୁଠାରୁ ଶ୍ରେଷ୍ଟ ସ୍ନାନ ଅଟେ । 6- ସ୍ନାନ କରିସାରିବା ପରେ ଆପଣ ଘରେ ଥିବା ବୟସ୍କ ଓ ପିତାମାତାଙ୍କୁ ପ୍ରଣାମ କିମ୍ବା ଅଭିବାଦନ ଜଣାଇ ଉଚିତ୍ ।

ଏହା ଆପଣଙ୍କ ପିଲାମାନଙ୍କୁ ଶିଖାନ୍ତୁ ତହିରେ ସେମାନେ ଧନ ,ସମ୍ମାନ ଓ ଯଶ ରେ ଅଭିବୃଦ୍ଧି ପ୍ରାପ୍ତ କରିଥାନ୍ତି । 7- ସକାଳ ସମୟରେ ଭଗବାନ ସୂର୍ଯ୍ୟଙ୍କୁ ଅଜ୍ଞଦାନ କରିବା ନିହାତି ଜରୁରୀ ଅଟେ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସବୁଦିନ ସୂର୍ଯ୍ୟଙ୍କୁ ଅଜ୍ଞ ପ୍ରଦାନ କରିଥାଏ ସେ ପାପ ରୁ ମୁକ୍ତି ପାଇଁ ମୋକ୍ଷ କୁ ପ୍ରାପ୍ତ କରେ ।

8- ସୂର୍ଯ୍ୟଙ୍କୁ ଦେବା ପରେ ଆପଣ ମାତା ବୃନ୍ଦାବତୀଙ୍କୁ ପୂଜା କରେ । 9- ମା ‘ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଆପଣ ପୂଜା ଘରେ କୋଣସି ଏକ ମନ୍ତ୍ର ଜପ କରନ୍ତୁ । 10 – ପୂଜାକାର୍ଯ୍ୟ ସାରି ଆପଣ ମଥାରେ ତିଳକ ଧାରଣ କରିବେ । ଏହି ଦଶ ଟି କାମ ଆପଣ ସକାଳ ଉଠୁ ଉଠୁ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରନ୍ତୁ ।