ଶାଶୁଘରେ ସ୍ଵାମୀ Ashwini ଙ୍କ ସହ Prerana ଙ୍କ ରୋମାନ୍ସ, ବିବାହ ପରେ ଏମିତି ସମୟ କାଟୁଛନ୍ତି ଏହି ଷ୍ଟାର କପଲ୍, ଦେଖନ୍ତୁ ଦୃଶ୍ୟ

ନିକଟରେ ବିବାହ କରି ଶାଶୁଘର ଚାଲି ଯାଇଛନ୍ତି ଆପଣଙ୍କ ପ୍ରିୟ ଓଡିଆ ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରେରଣା । ଆପଣ ତ ନିଶ୍ଚୟ ଜାଣିଥିବେ କି ପ୍ରେରଣା ଲୋକପ୍ରିୟ ଓଡିଆ ଉପସ୍ଥାପକ ଏବଂ ଅଭିନେତା ତଥା ଲଭ ଗୁରୁ ଅଶ୍ଵିନୀଙ୍କୁ ବିବାହ କରିଛନ୍ତି । ଅଶ୍ଵିନୀ ଓ ପ୍ରେରଣା ମଞ୍ଚ ଉପରେ ଏକାସାଥିରେ ଅନେକ ସମୟରେ ନଜର ଆସନ୍ତି । ସେମାନଙ୍କ ନୋକଝୋକ ଓ ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ ବାନ୍ଧି ରଖେ ଏବଂ ସେହି ମୂହୁର୍ତ୍ତକୁ ସମସ୍ତେ ଖୁବ ଉପଭୋଗ କରନ୍ତି ।

ଦୀର୍ଘ ବର୍ଷ ଧରି ପରସ୍ପରକୁ ଭଲପାଇବା ପରେ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏହି ଦୁଇ ଲୋକପ୍ରିୟ ଓଡିଆ କଳାକାର । ପ୍ରେରଣା ଓ ଅଶ୍ଵିନୀଙ୍କ ବାହାଘର ଅତ୍ୟନ୍ତ ଧୁମଧାମରେ ହୋଇଥିଲା । ହଳଦୀ ସେରିମନି, ବିବାହ ଏବଂ ରିଶେପସନ ପାର୍ଟି ଆଦିରେ ଉଭୟ ବେଶ ଖୁସି ନଜର ଆସୁଥିଲେ । ସେମାନଙ୍କ ବାହାଘରେ ଓଲିଉଡ ଦୁନିଆର ଅନେକ ଲୋକପ୍ରିୟ କଳାକାର ତଥା ଅଭିନେତା, ଅଭିନେତ୍ରୀ, ସଙ୍ଗୀତକାରମାନେ ଯୋଗ ଦେଇଥିଲେ ।

ବିବାହ ଉତ୍ସବକୁ ସମସ୍ତେ ଖୁବ ଉପଭୋଗ କରିବା ସହ ଖୁବ୍ ଠୁକମା ମଧ୍ୟ ଲଗାଇଥିଲେ । ତେବେ ପ୍ରେରଣା ଓ ଅଶ୍ଵିନୀଙ୍କ ବିବାହ କାର୍ଯ୍ୟକ୍ରମ ସବୁ ଶେଷ ହୋଇଯିବା ପରେ ଏବେ ପ୍ରେରଣାଙ୍କ ଶାଶୁଘରେ ସମୟ କାଟୁଥିବା ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

ପ୍ରେରଣା ନିଜ ଜାଆ, ନଣନ୍ଦ ଓ ଦିଅର ମାନଙ୍କ ସହ ଶାଶୁଘରେ ବେଶ ଖୁସି ଅଛନ୍ତି ପ୍ରେରଣା । ପ୍ରେରଣା ଶାଶୁଘରେ ବେଶ ଖୁସିରେ ଥିବା ନଜର ଆସିଛନ୍ତି । ସମସ୍ତଙ୍କ ସହ ମିଶି ଗପସପ କରିବା ସହ ସେଲଫି ମଧ୍ୟ ଉଠାଉଛନ୍ତି । ନବ ବିବାହିତ ଜୀବନକୁ ପ୍ରେରଣା ବେଶ ଉପଭୋଗ କରୁଥିବାର ନଜର ଆସୁଛନ୍ତି । ସେ ଓଲିଉଡରେ ଅନେକ ଲୋକପ୍ରିୟ ରିୟାଲିଟି ଶୋ’ ହୋଷ୍ଟ କରୁଥିବା ଆପଣ ଦେଖିଥିବେ । ତେବେ ନିକଟରେ ପ୍ରେରଣା ଓ ଲଭ ଗୁରୁ ଅଶ୍ଵିନୀଙ୍କ ବିବାହ ଖବର ଓଲିଉଡ ସମେତ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲଗାତାର ଅନେକ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ରିଲ୍ ଲାଇଫରେ ଅଶ୍ଵିନୀ ଓ ପ୍ରେରଣାଙ୍କ ଯୋଡିକୁ ପସନ୍ଦ କରୁଥିବା ଦର୍ଶକ ରିୟଲ ଲାଇଫରେ ମଧ୍ୟ ସେମାନଙ୍କ ଯୋଡିକୁ ନେଇ ବେଶ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।