ସଙ୍କଟରେ Shikhar Dhawan ଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ଯାରିୟର, Ishan Kishan ଙ୍କ ଦ୍ଵିଶତକ ପରେ ଶିଖରଙ୍କ ପତ୍ତା କାତିବ BCCI, ମିଳିଲା ବଡ ସୂଚନା

ଇଶାନ କିଶାନଙ୍କ ଡବଲ୍ ସେଞ୍ଚୁରି ପରେ ଶିଖର ଧାବନଙ୍କୁ ଦଳରୁ ବିଦା କରିପାରେ ବିସିସିଆଇ । ଆଜ୍ଞା ହଁ, 2023 ରେ ହେବାକୁ ଥିବା ଦିନିକିଆ ବିଶ୍ଵକପ ଦଳରେ ଧାବନ ସ୍ଥାନ ପାଇବା ନେଇ ସନ୍ଦେହ ଦେଖାଦେଇଛି । ପୂର୍ବରୁ ଗୌତମ ଗମ୍ଭୀର ଏବଂ ସୁରେଶ ରାଇନାଙ୍କ ଭଳି ଏଥର ଶିଖର ଧାବନଙ୍କୁ ଦଳରୁ ଡୋମିନେଟ କରିପାରେ ବିସିସିଆଇ । ଆହତ ସମସ୍ଯା ଯୋଗୁଁ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ସିରିଜରୁ ବାହାରେ ରହିଛନ୍ତି ।

ଯେଉଁଥି ପାଇଁ ଯୁବ କ୍ରିକେଟର କିଶାନ କିଶାନଙ୍କୁ ଦଳରେ ଖେଳିବାକୁ ସୁଯୋଗ ମିଳିଥିଲା । ଆଉ ସିରିଜର ଶେଷ ମ୍ଯାଚରେ ରୋହିତଙ୍କ ସ୍ଥାନରେ ଓପନିଂ କରି ଇତିହାସ ରହିଛନ୍ତି ଇଶାନ । ଇଶାନ କିଶାନଙ୍କ ଏଭଳି ଧୂଆଁଦାର ପ୍ରଦର୍ଶନ ପରେ ଦଳର ଅନୁଭବୀ କ୍ରିକେଟର ଶିଖର ଧାବନଙ୍କ କ୍ଯାରିୟରକୁ ନେଇ ବିସିସିଆଇ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ବର୍ଷ ଭାରତରେ ଖେଳାଯିବ ଦିନିକିଆ ବିଶ୍ଵକପ । ଯେଉଁଥି ପାଇଁ ଦଳକୁ ଏକ ଦମଦାର ଓପନିଂ ଯୋଡିର ଆବଶ୍ୟକତା ରହିଛି ।

ଦୀର୍ଘ ସମୟରୁ ଦିନିକିଆ ଦଳରେ ଖୁବ କମ୍ ମ୍ଯାଚ ଖେଳୁଛନ୍ତି ରୋହିତ ଶର୍ମା । ଯେଉଁଥି ପାଇଁ ଧାବନଙ୍କ ହାତରେ ଅଧିନାୟକତ୍ଵ ରହିଥିଲା । ହେଲେ ଧାବନ ଲଗାତାର ଖରାପ ପ୍ରଦର୍ଶନ କରି ଆସୁଛନ୍ତି । କିନ୍ତୁ ଶୁଭମ ଗିଲ୍ ଓପନିଂ ଆସି ସମସ୍ତଙ୍କୁ ଖୁବ ପ୍ରଭାବିତ କରିଥିବା ବେଳେ ଏବେ ଇଶାନ କିଶାନ ଏଭଳି ପ୍ରଦର୍ଶନ କଲେ ଯେ ବିଶ୍ଵକପରେ ତାଙ୍କ ସ୍ଥାନ ଏକ ପ୍ରକାର ସ୍ଥିର ହୋଇସାରିଛି ବୋଲି କୁହାଯାଉଛି । ବହୁତ ଦିନ ହେବ ଟିମ୍ ରେ ଖେଳିବାକୁ ସୁଯୋଗ ପାଉ ନଥିବା ଇଶାନ କିଶାନ କେବଳ ଗୋଟିଏ ମଉକାକୁ ଅପେକ୍ଷା କରି ରହିଥିଲେ ।

ଆଉ ଏବେ ସୁଯୋଗ ପାଇ ମାତ୍ର 126 ବଲରେ ଦ୍ଵିଶତକ ମାରି ସମସ୍ତଙ୍କ ବୁଦ୍ଧି ହଜେଇ ଦେଇଛନ୍ତି ଇଶାନ କିଶାନ । ସବୁଠାରୁ କମ୍ ବଲରେ ଦ୍ଵିଶତକ ହାସଲ କରିବାର ବିଶ୍ଵ ରେକର୍ଡ ଭାଙ୍ଗି ଦେଇଛନ୍ତି ଇଶାନ କିଶାନ । ତାଙ୍କର ଧୂଆଁଦାର ପ୍ରଦର୍ଶନ ପରେ, ଶୁଭମ ଗିଲ୍ ଏବଂ ଇଶାନଙ୍କ ଯୋଡିକୁ ବିଶ୍ଵକପରେ ଓପନିଂ ଖେଳାଇବା ପାଇଁ ଫ୍ୟାନ୍ସ ମାନେ କହୁଛନ୍ତି । ଅନ୍ୟପଟେ ଶିଖର ଧାବନଙ୍କୁ ନେଇ ଶୀଘ୍ର କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛି ବିସିସିଆଇ ।

ଭାରତୀୟ କ୍ରିକେଟ ଦଳର ବିଶ୍ଵକପ ସ୍କ୍ବାର୍ଡ ଘୋଷଣା କରାଯିବା ବେଳେ ଏହାର ନିଷ୍ପତ୍ତି ଜଣାପଡିବ । ତେବେ ଏହା ଉପରେ କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କହିଛି ବିସିସିଆଇ । ଧାବନ ଟି20 ଓ ଟେଷ୍ଟ ଫର୍ମାଟରୁ ଦୀର୍ଘ ଦିନ ଧରି ବାଦ୍ ପଡିଥିବା ବେଳେ ଏଭଳି ସ୍ଥିତିରେ ଦିନିକିଆ ବିଶ୍ଵକପରୁ ବାହାର ହେଲେ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟ କ୍ଯାରିୟର ସମାପ୍ତ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।