ଶାଶୁଘର ଏବଂ ବିବାହ ପରର ଜୀବନକୁ ନେଇ କହିଲେ ଅଭିନେତ୍ରୀ Lipsa Mishra, ଦେଖନ୍ତୁ video

ଗତ କିଛିଦିନ ତଳେ ବେଶ ଚର୍ଚ୍ଚାରେ ରହିଥିଲା ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ବିବାହ । ବେଶ ଜାକଜକମରେ ବିବାହ କରିବା ସହ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଲିପ୍ସାଙ୍କ ବାହାଘର ଫଟୋ ଘୁରି ବୁଲିଥିଲା । ତେବେ ବାହାଘରକୁ ମାତ୍ର 20 ଦିନ ହୋଇଥିବା ବେଳେ ତରଙ୍ଗ ସିନେ ଉତ୍ସବ 2023ରେ ଲିପ୍ସାଙ୍କୁ ଆଙ୍କରିଂ କରୁଥିବା ଦେଖିବାକୁ ମିଳିଛି । ତେବେ ଏହା ପୂର୍ବରୁ ଲିପ୍ସା ତାଙ୍କ ବାହାଘରର ପରର ଜୀବନ ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି ।

ବାହାଘର ପରେ କେବଳ ଘର ବଦଳିଛି ଆଉ ସେମିତି କିଛି ଖାସ ପରିବର୍ତ୍ତନ ହେଇନି ତାଙ୍କ ଜୀବନରେ ବୋଲି ଲିପ୍ସା କହିଛନ୍ତି । ସେ ତାଙ୍କ ବୈବାହିକ ଜୀବନକୁ ନେଇ ବହୁତ ଖୁସି ଥିବା କହିଛନ୍ତି । ତାଙ୍କ ଶାଶୁ ଶ୍ଵଶୁର ବହୁତ ଭଲ ଏବଂ ତାଙ୍କୁ ବହୁତ ଭଲପାନ୍ତି ବୋଲି ସେ କହିଛନ୍ତି । ବାହାଘରର କିଛିଦିନ ପୂର୍ବରୁ ଲିପ୍ସାଙ୍କ ଫିଲ୍ମ ଆସିଥିଲା “ବୋହୂ ଆମର ବିଛୁଆତି” । ତେଣୁ ଅନେକ ଲୋକ ଲିପ୍ସାଙ୍କୁ କହିଥିଲେ କି ବାହାଘରର ଠିକ ପୂର୍ବରୁ ଏମିତି ଫିଲ୍ମ କାହିଁକି କଲୁ ବୋଲି ।

ଲିପ୍ସା ଏନେଇ କହିଛନ୍ତି କି, ଅଭିନୟ ଟା’ କେବଳ ଅଭିନୟ । ସେ ଯେତେବେଳେ ତୁଳସୀ ଚରିତ୍ରରେ ଅଭିନୟ କରିଥିଲେ ସେତେବେଳେ ତାଙ୍କୁ ସମସ୍ତେ ତୁଳସୀ ଭାବୁଥିଲେ ଆଉ ଏବେ ଯଦି ବିଛୁଆତି ଭାବୁଛନ୍ତି ତେବେ କୌଣସି ଅସୁବିଧା ନାହିଁ । ଲିପ୍ସା କହିଛନ୍ତି କି, ସ୍ଵାମୀ ଆକାଶ କ୍ୟାମେରା ଆଗକୁ ଆସିବା ବିଲକୁଲ ପସନ୍ଦ କରନ୍ତିନି ।

କିନ୍ତୁ ତାଙ୍କ ପାଇଁ ଆକାଶଙ୍କୁ ଏସବୁ ବହୁତ ଝେଲିବାକୁ ପଡୁଛି ଓ ସେ ବେଶ ସୁନ୍ଦର ଭାବେ ଲିପ୍ସାଙ୍କ ସାଥ ଦେଉଛନ୍ତି । ତେବେ କ୍ୟାମେରା ଆଗକୁ ସିନା ବହୁତ କଷ୍ଟରେ ଆସୁଛନ୍ତି ହେଲେ ବ୍ୟକ୍ତିଗତ ଭାବେ ଆକାଶ ବହୁତ ଭଲ ମଣିଷ ବୋଲି ଲିପ୍ସା କହିଛନ୍ତି । ଲିପ୍ସା ବାହାଘର ପୂର୍ବରୁ କହିଥିଲେ କି, ବାହା ହେବା ପରେ ବି ଇଣ୍ଡଷ୍ଟ୍ରିରେ କାମ କରିବି । ଆଉ ସତକୁ ସତ ସେ କାମ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ତାଙ୍କର ସବୁ ନିଷ୍ପତ୍ତିରେ ତାଙ୍କ ଶାଶୁ ଶ୍ଵଶୁର ଏବଂ ସ୍ଵାମୀ ତାଙ୍କୁ ସପୋର୍ଟ କରୁଥିବା କହିଛନ୍ତି ଲିପ୍ସା ।

ତେବେ ସବୁ ଜିନିଷକୁ ସେ ବାଲାନ୍ସ କରି ଚାଳିବେ ପରିବାରଓ ନିଜକୁ ମଧ୍ୟ ସମୟ ଦେବେ ଏବଂ କ୍ଯାରିୟର ପ୍ରତି ମଧ୍ୟ ଧ୍ୟାନ ଦେବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରବନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।