ଆ ସୁନା ଘରୁ ବାହାରି ଆ… ମ-ଦ ପେଟେ ପିଇ ସ୍କୁଲରେ ନାଚିଲେ ପ୍ରଧାନ ଶିକ୍ଷକ, ଦେଖନ୍ତୁ video

ପେଟେ ପିଇ ଦେଇ ଆସିଲେ ଆଉ କ୍ଳାସରୁମ୍ ଭିତରେ ଢେର ନାଚିଲେ । ଓଡିଆ ଗୀତ “ଆ ସୁନା ଘରୁ ବାହାରି ଆ” ରେ ଗୀତର ତାଳେ ତାଳେ ହେଡ ମାଷ୍ଟରଙ୍କ ନାଚ ଏବେ ଖୁବ ଜୋରରେ ଭାଇରାଲ ହେଉଛି । ନାଲିପାଣି ନିଶାରେ ପ୍ରଧାନ ଶିକ୍ଷକ ଏତେ ମସଗୁଲ ହେଇ ଯାଉଛନ୍ତି ଯେ, ଗୀତ ବାଜିଲେ ମାତ୍ରେ ତାଙ୍କ ଗୋଡ ଆଉ ବୋଲ ମାନୁନି । ଖାଲି ସେତିକି ନୁହେଁ ବରଂ ମଦ ପିଇ ଆସି ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ବୋଲି ସେମାନେ କହିଛନ୍ତି ।

ଇଏ ହେଉଛନ୍ତି ବାଲେଶ୍ଵରର ଜଳେଶ୍ଵର ତୋଟାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋଚିରାମ ମାରାଣ୍ଡି । ମ-ଦ ପିଇ ସ୍କୁଲ ଆସିବା ସହ ଆ ସୁନା ଘରୁ ବାହାରି ଆ ଗୀତରେ ଏଭଳି ଡ୍ୟାନ୍ସ କରିବା ଦେଖି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ମ-ଦ ପିଇ ସ୍କୁଲ ଆସିଛନ୍ତି ବୋଲି ସେମାନେ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିବା ମୋଚିରାମ ମାରାଣ୍ଡି ବାରମ୍ବାର ମ-ଦ ପିଇ ସ୍କୁଲ ଆସିବା ଯୋଗୁଁ ଗାଁ ଲୋକେ ତାଙ୍କୁ ବିରୋଧ କରୁଥିଲେ । ହେଲେ ସତେ ଯେମିତି ତାଙ୍କୁ କିଛି ଫରକ ହିଁ ପଡୁ ନଥିଲା । ନିଶା ଅଧିକ ହେବାରୁ ପିଲାଙ୍କୁ ପାଠ ନପଢେଇ ଶୋଇ ପଡୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଶିକ୍ଷକଙ୍କ ଏଭଳି ଲଜ୍ଜାଜନକ କାରନାମାରେ ଅସନ୍ତୁଷ୍ଟ ହୋଇ ଶୀଘ୍ର ତାଙ୍କୁ ବଦଳି କରିବା ସହ ନୂଆ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଗାଁ ଲୋକେ ଦାବି କରିଛନ୍ତି । ନିଶାରେ ଶିକ୍ଷକ କେମିତି ହେଉଛନ୍ତି ତା’ର ପ୍ରମାଣ ମଧ୍ୟ ଏବିଓ ଏବଂ ବିଓ ଙ୍କୁ ଜଣାଇଅଛନ୍ତି ଗ୍ରାମବାସୀ । ସେମାନେ ପୁରା ଘଟଣା ସମ୍ପର୍କରେ ଅବଗତ ହେବା ପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ମ-ଦ୍ୟ-ପ ଶିକ୍ଷକଙ୍କ ଭିଡିଓ ଚାରିଆଡେ ଭାଇରାଲ ହେବାରେ ଲାଗିଛି ।

ତେବେ ଏନେଇ ଶିକ୍ଷକ ନିଜେ କହିଛନ୍ତି ଯେ, ସେ ବିଦ୍ୟାଳୟକୁ ମ-ଦ ପିଇ ଆସନ୍ତିନି । କେବଳ ପର୍ବପର୍ବାଣି ମାନଙ୍କରେ ମ-ଦ୍ୟ-ପା-ନ କରନ୍ତି । ସେ ଆଜି ମ-ଦ ପିଇ ଆସିନାହାନ୍ତି କି କେବେ ବି ମ-ଦ ପିଇ ସ୍କୁଲ ଆସୁ ନଥିବା ସ୍ପଷ୍ଟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।