ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ଖରାପ ଦୃଷ୍ଟି ଥିଲେ ଶରୀରର ଏହି ଅଙ୍ଗ ଉପରେ ପଡିଥାଏ ପ୍ରଭାବ

ଶନି ଗ୍ରହଙ୍କୁ ଗ୍ରହମାନଙ୍କ ମଧ୍ୟରେ ସବୁଠୁ କ୍ରୂର ଦେବତା ବୋଲି କୁହାଯାଏ । ଏମିତି କୁହାଯାଏ କି ଯଦି କୌଣସି ବ୍ୟକ୍ତି ଉପରେ ଶନି ଗ୍ରହର ଖରାପ ପ୍ରଭାବ ପଡିଥାଏ ତେବେ ଏହି କାରଣରୁ ତାହାର ଜୀବନରେ ବହୁତ ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ । ବ୍ୟକ୍ତି ସବୁ ସମୟରେ କୌଣସି ନା କୌଣସି ସମସ୍ୟାରେ ଫସି ରହିଥାଏ । ଆପଣଙ୍କୁ କହିଦେଉଛୁ କି ପୃଥିବୀର ଅଲଗା ଅଲଗା ସ୍ଥାନରେ ଗ୍ରହ ନକ୍ଷତ୍ର ନିଜ ନିଜର ପ୍ରଭାବ ପକାଇଥାନ୍ତି , ଯେଉଁ କାରଣରୁ ଅଲଗା ଅଲଗା ପ୍ରକାରର ପ୍ରଜାତି, ଗଛ ଲତା ଆଦି ଜନ୍ମ ହୋଇଥାଏ । ମନୁଷ୍ୟ ଶରୀର ଉପରେ ବି ଗ୍ରହର ଖରାପ ଓ ଭଲ ପ୍ରଭାବ ପଡିଥାଏ ।

କିନ୍ତୁ ସୂଚନା ଅଭାବରେ ବ୍ୟକ୍ତି ପ୍ରାୟତଃ ଏହି ସମସ୍ତଙ୍କୁ ନଜର ଅନ୍ଦାଜ କରି ଦିଏ । ଯଦି ମନୁଷ୍ୟ ଉପରେ ଗ୍ରହର ଖରାପ ପ୍ରଭାବ ପଡିଥାଏ ତେବେ ଏହା ଦ୍ଵାରା ଆମର ଶରୀରର ଅଙ୍ଗ ଖରାପ ହେବାକୁ ଲାଗିଥାଏ । ଯଦି ଆପଣ ସମୟ ମଧ୍ୟରେ ଏହାକୁ ଜାଣି ନେବେ ତ ଆପଣ ଖରାପ ପରିଣାମ ଠାରୁ ବଞ୍ଛି ପାରିବେ । ଆପଣ ସମୟ ଥାଇ ଏହା ବିଷୟରେ ଜାଣିଲେ ଏହି ଗ୍ରହର ଉପାୟ କରି ପାରିବେ ।

ଆଜି ଆମେ ଆପଣଙ୍କୁ ଶନିଙ୍କର ଖରାପ ପ୍ରଭାବ ପଡିବା ଦ୍ଵାରା ବ୍ୟକ୍ତିର କେଉଁ ଅଙ୍ଗ ଉପରେ ପ୍ରଭାବ ପଡିଥାଏ ? ସେହି ବିଷୟରେ କହିବାକୁ ଯାଉଛୁ । ଏହା ସହିତ ଯଦି ଶନିର ପ୍ରଭାବ ଅଛି ତେବେ ଏହି ସ୍ଥିତିରେ ଆପଣ କଣ ଉପାୟ କରିବେ, ଏହାର ସୂଚନା ବି ଆଜି ଆମେ ଆପଣଙ୍କୁ ଦେବୁ ।
ଆସନ୍ତୁ ଜାଣିବା ଶନିଙ୍କ ଖରାପ ପ୍ରଭାବ ପଡିବା ଦ୍ଵାରା ଶରୀରର କେଉଁ ଅଙ୍ଗ ହୋଇଥାଏ ପ୍ରଭାବିତ ।
ଯେମିତି କି ଆପଣ ସମସ୍ତେ ଜାଣିଛୁ କି ଆମ ଶରୀରରେ ଆମର ନାଭି ଜୀବନର କେନ୍ଦ୍ର ହୋଇଥାଏ । ଯଦି ଶନିଙ୍କ ଦ୍ଵାରା ଆପଣଙ୍କ ଉପରେ ଖରାପ ପ୍ରଭାବ ପଡୁଛି ତେବେ ଏହି ସ୍ଥିତିରେ ନାଭି ସମ୍ବନ୍ଧିତ ରୋଗ ଉତ୍ପନ୍ନ ହେବାକୁ ଲାଗିଥାଏ, ଯଦି ଆପଣଙ୍କ ନାଭିରେ କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇଥାଏ କିମ୍ବା ଆପଣଙ୍କୁ ଅନ୍ୟ କୌଣସି ରୋଗର ଅନ୍ଦାଜ ହୋଇଥାଏ ତେବେ ଆପଣ ଏହାକୁ ତୁରନ୍ତ ସମାଧାନ କରନ୍ତୁ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାଭିର ଆକାରକୁ ଦେଖି ବହୁତ କିଛି ଜାଣି ହେବ । ଯଦି ଆପଣ ନିଜର ନାଭି ଠିକ ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁଦିନ ସୂର୍ଯ୍ୟ ନମସ୍କାର କରନ୍ତୁ । ଏହା ଛଡା ଆପଣ ନାଭିରେ ସୋରିଷ ତେଲ ପକାନ୍ତୁ, ତେବେ ଏହା କୋମଳ ହୋଇଯିବ । ଯଦି ଆପଣ ଘିଅ ପକାଉଛନ୍ତି ତେବେ ଏହା ଦ୍ଵାରା ପେଟର ଅଗ୍ନି ଶାନ୍ତ ହୋଇଥାଏ ଓ ଏହା କେତେକ ରୋଗ ପାଇଁ ବି ବହୁତ ଲାଭଦାୟକ ହୋଇଥାଏ ।

ହାଡ ସମ୍ବନ୍ଧିତ ସମସ୍ୟା

ଆମର ପୁରା ଶରୀରର ସରଞ୍ଚନା ହାଡ ଦ୍ଵାରା ହିଁ ନିର୍ମିତ ହୋଇଛି । ଯଦି ଆମର ହାଡ ମଝବୁତ ନ ଥିବ ତେବେ କିଛି ବି ଠିକ ହେବ ନାହିଁ । ଯଦି ଆପଣ ହାଡ ଗୁଡିକୁ ମଝବୁତ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ରୂପରେ ବ୍ୟାୟାମ କରନ୍ତୁ । ଏହା ସହିତ କ୍ୟାଲସିୟମ ଓ ଆୟରନ ଯୁକ୍ତ ଖାଦ୍ୟ ସେବନ କରନ୍ତୁ । ଏହା ପରେ ଯଦି ଆପଣଙ୍କୁ ହାଡ ସମ୍ବନ୍ଧିତ ସମସ୍ୟା ହେଉଛି ତେବେ ଏହା ଶନିଙ୍କ ଖରାପ ପ୍ରଭାବ ହୋଇପାରେ । ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଶନିବାର ଦିନ ସନ୍ଧ୍ୟା ସମୟରେ ଛାୟା ଦାନ କରନ୍ତୁ ଓ ହନୁମାନ ଚାଳିସାର ପାଠ କରନ୍ତୁ ।