ଯଦି ଆପଣଙ୍କର ବି ହେଉଛି ସବୁବେଳେ ଅଣ୍ଟା ବିନ୍ଧା, ତେବେ ଆପଣଙ୍କ ପାଇଁ ଏହି ଖବର

ଯଦି ଆପଣ ବି ସବୁଦିନ ହେଉଥିବା ଅଣ୍ଟା ବିନ୍ଧାର ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏମିତିରେ ଆପଣଙ୍କୁ ଏହାର କାରଣ ବିଷୟରେ ଜାଣିବା ଉଚିତ । ସାଧାରଣତଃ ଅଣ୍ଟା ବିନ୍ଧା ହେବାର କାରଣ ଆପଣଙ୍କ ଲାଇଫଷ୍ଟାଇଲ ଅଟେ । ଯାହାର ସିଧା ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ସେଥିପାଇଁ ପ୍ରଥମେ ନିଜର ଲାଇଫଷ୍ଟାଇଲକୁ ଚେଞ୍ଜ କରନ୍ତୁ । ଅଣ୍ଟା ବିନ୍ଧା ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ ।

କାରଣ ଅଣ୍ଟା ବିନ୍ଧା କାରଣରୁ ଆପଣ ନା ବସି ପାରନ୍ତି ଓ ନା ହିଁ ଠିକ ଭାବରେ ଠିଆ ହୋଇ ପାରନ୍ତି ଓ ନା ହିଁ କୌଣସି କାମକୁ ଠିକ ଭାବରେ କରି ପାରନ୍ତି । ଏମିତିରେ ଯଦି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଅଳ୍ପ ଧ୍ୟାନ ଦେବେ ତେବେ ଏଥିରୁ ମୁକ୍ତି ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଜାଣିବା ଉଚିତ କି ଅଣ୍ଟା ବିନ୍ଧା କାହିଁକି ହୋଇଥାଏ ?

ଅଣ୍ଟା ବିନ୍ଧା ହେବାର ବଡ କାରଣ

ଆଜିକାଲି ଲୋକମାନେ ଲଗାତାର ଘଣ୍ଟା ଘଣ୍ଟା ଧରି ବସି କାମ କରୁଛନ୍ତି, ଯେଉଁ କାରଣରୁ ସେମାନଙ୍କ ଅଣ୍ଟା ବିନ୍ଧାର ସମସ୍ୟା ବଢିଯାଏ । ଏମିତିରେ ଆପଣଙ୍କୁ ବହୁତ କଷ୍ଟ ହୋଇଥାଏ ତେବେ ଚାଲନ୍ତୁ ଜାଣିବା ଅଣ୍ଟା ବିନ୍ଧାର କାରଣ କଣ ହୋଇଥାଏ ?

୧. ଟେନସନ

ପ୍ରାୟତଃ ଲୋକମାନଙ୍କୁ ଜଣା ନାହିଁ କି ଟେନସନ କାରଣରୁ ଅଣ୍ଟା ବିନ୍ଧା ହୋଇଥାଏ । ଯଦି ଆପଣ ଅଧିକ ଟେନସନରେ ରହୁଛନ୍ତି, ତେବେ ଏହି କାରଣରୁ ଆପଣଙ୍କ ଅଣ୍ଟା ବିନ୍ଧା ହୋଇଥାଏ । ସେଥିପାଇଁ ସର୍ବ ପ୍ରଥମେ ଟେନସନ ଫ୍ରୀ ରୁହନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ଆପଣଙ୍କୁ କହିଦେଉଛୁ କି ଆପଣ ଯଦି ଅଧିକ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ମାଂସପେଶୀ ଟାଇଟ ହୋଇଯାଏ, ଯାହା ଦ୍ଵାରା ପିଠି, ବେକ ଓ ଅଣ୍ଟା ବିନ୍ଧାର ସମସ୍ୟା ହୋଇଥାଏ, ଏମିତିରେ ଆପଣଙ୍କୁ ଟେନସନରୁ ଦୂରରେ ରହିବା ଉଚିତ ।

୨. ହିଲ ପିନ୍ଧିବା

କହିଦେଉଛୁ କି ଝିଅମାନେ ହାଇ ହିଲ ପିନ୍ଧିବାକୁ ପସନ୍ଦ କରନ୍ତି । ଆପଣଙ୍କୁ କହିଦେଉଛୁ କି ଏହାର ସିଧା ପ୍ରଭାବ ଆପଣଙ୍କ ଅଣ୍ଟାରେ ପଡିଥାଏ । ଏମିତିରେ ଆପଣ କେବେ କେବେ ହିଲ ପିନ୍ଧନ୍ତୁ ଓ ଘଣ୍ଟା ଘଣ୍ଟା ଧରି ହିଲ ପିନ୍ଧି ରୁହନ୍ତୁ ନାହିଁ । ଅଳ୍ପ ସମୟ ପିନ୍ଧନ୍ତୁ ପୁଣି ଖୋଲି ଦିଅନ୍ତୁ ।

୩. ଆପଣଙ୍କ ବିଛଣା

ଆପଣଙ୍କ ବିଛଣା ବି ଆପଣଙ୍କ ଅଣ୍ଟା ବିନ୍ଧାର କାରଣ ହୋଇପାରେ । ଏମିତିରେ ଆପଣଙ୍କୁ ପ୍ରତି ୫ କିମ୍ବା ୭ ବର୍ଷରେ ଗଦି ବଦଳାଇ ଦେବା ଉଚିତ । ଯାହା ଦ୍ଵାରା ଆପଣଙ୍କ ଅଣ୍ଟାର କୌଣସି ବି ସମସ୍ୟା ହୋଇ ନ ଥାଏ ।

୪. ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସିବା

ଆପଣଙ୍କୁ କହିଦେଉଛୁ କି ଘଣ୍ଟା ଘଣ୍ଟା ଗୋଟିଏ ଜାଗାରେ ବସି ରହିବା ଦ୍ଵାରା ଆପଣଙ୍କ ଅଣ୍ଟା ବିନ୍ଧା ବି ହୋଇଥାଏ । ଏମିତିରେ ଆପଣଙ୍କୁ ପ୍ରତ୍ୟେକ ୧ ଘଣ୍ଟାରେ ୫ ମିନିଟ ନିଶ୍ଚିତ ବୁଲିବା ଉଚିତ । ଯାହା ଦ୍ଵାରା ଆପଣଙ୍କ ଶରୀର ପୂରାପୂରି ଠିକ ରହିବ ।