ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି ? କରନ୍ତୁ ଏହି ସବୁ କାର୍ଯ୍ୟ, ଶନିଦେବ ହେବେ ପ୍ରସନ୍ନ, ଦୂର ହେଇଯିବ ସବୁ ଦୁଃଖ କଷ୍ଟ

ଆମ ବ୍ୟସ୍ତ ବହୁଳ ଜୀବନରେ ଦୁଃଖ ଏବଂ ଅସୁବିଧା ସମସ୍ତଙ୍କ ଜୀବନରେ ଲାଗି ରହିଥାଏ । ଆଉ ସମସ୍ତେ ଦୁଃଖ କଷ୍ଟର ସମାଧାନ ଶୀଘ୍ର କରାଇବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଶନିଦଶା ଲାଗିଥିଲେ ଏହା ସହଜରେ ଦୂର ହୋଇ ନଥାଏ । କାରଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦୁଃଖ କଷ୍ଟ ଦୂର କରିବା ପାଇଁ ବ୍ୟକ୍ତିଙ୍କୁ କିଛି କାର୍ଯ୍ୟ କରିବାକୁ ପଡିଥାଏ । ତେବେ ଏହିଭଳି ପରିସ୍ଥିତିକୁ ଦୂର କରିବା ପାଇଁ ତଥା ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ଆପଣଙ୍କ ପାଇଁ କିଛି ଉପାୟ ନେଇ ଆସିଛୁ ।

ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ସେ ଲୋକଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଶନି ଦେବ ଯଦି କାହା ଉପରେ ରୁଷ୍ଟ ହୁଅନ୍ତି ତେବେ ସେହି ବ୍ୟକ୍ତି ଜୀବନରେ ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ଉନ୍ନତି ହୋଇ ନଥାଏ । ବରଂ ସମସ୍ଯା ଉପରେ ସମସ୍ଯା ତାଙ୍କ ଉପରେ ମାଡି ପଡିଥାଏ । କିନ୍ତୁ ଯିଏ ଥରେ ଶନିଦେବଙ୍କ କୃପା ପ୍ରାପ୍ତ କରେ ତା’ ଜୀବନରେ କେବେ କୌଣସି ସମସ୍ଯା ଆସେ ନାହିଁ । ଶନିଦେବଙ୍କ ପୂଜାରେ ସୋରିଷ ତେଲ ବ୍ୟବହାର କରା ଯାଇଥାଏ ।

ଏହି ତେଲ ଶନିଦେବଙ୍କର ବହୁତ ପ୍ରିୟ ହୋଇଥାଏ । ତେଣୁ ଯଦି ଆପଣ ଶନିବାର ଦିନ ସୋରିଷ ତେଲ ଦାନ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହୋଇଥାଏ । ଏପରି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କ ଉପରେ ଶନିଦେବ ନିଶ୍ଚୟ ପ୍ରସନ୍ନ ହେବେ । ଯାହାଫଳରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

ଆପଣ ଶନିବାର ଦିନ ଯେକୌଣସି ଗରିବ ଲୋକଙ୍କୁ ସୋରିଷ ତେଲ ଦାନ କରିପାରିବେ । କିନ୍ତୁ ଏହି ଦାନ କରୁଥିବା ବେଳେ ଆପଣ କଳା ରଙ୍ଗର ବସ୍ତ୍ର ପିନ୍ଧିବା ସହ ଶନିଦେବତାଙ୍କ ସ୍ମରଣ ନିଶ୍ଚୟ କରିବେ । କାଉ ଶନିଦେବଙ୍କର ବହୁତ ପ୍ରିୟ ହୋଇଥାଏ । ତେଣୁ ଶନିବାର ଦିନ କାଉକୁ ଖାଦ୍ଯ ଖାଇବାକୁ ଦେବା ମଧ୍ୟ ବହୁତ ଶୁଭ ବୋଲି ମାନା ଯାଇଥାଏ । ଯଦି ଆପଣ ଶନିଦେବଙ୍କ ପ୍ରିୟ ପକ୍ଷୀ କାଉକୁ ଖାଦ୍ୟ ଖାଇବାକୁ ଦେବେ କୌଣସି ବ୍ୟକ୍ତି ମଧ୍ୟ ଆପଣଙ୍କର କିଚିବି ଅଣିଷ୍ଠ କରିପାରିବ ନାହିଁ ।

ଏହାସହିତ ଆପଣଙ୍କ ଉପରେ ଶନି ମହାରାଜାଙ୍କ ବିଶେଷ କୃପା ଦୃଷ୍ଟି ମଧ୍ୟ ଲାଗି ରହିବ । ସେହିଅପରି ଶନିବାର ଦିନ ଲୁହାରେ ତିଆରି ବସ୍ତୁ କିଣିବା କିମ୍ବା ବିକିବା ମଧ୍ୟ ବହୁତ ଶୁଭ ହୋଇଥାଏ । ଶନିବାର ଦିନ କୌଣସି ଲୁହାରେ ତିଆରି ବସ୍ତୁ ଯଦି ଆପଣ ନିଜ ଘରକୁ ଆଣିବେ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ ।

ଆପଣଙ୍କ ଉପରେ ଶନିଦେବଙ୍କ କୃପା ରହିବ ଓ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ବ୍ୟତୀତ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।