ଶନିଦେବଙ୍କର ପୂଜା କରିବା ସମୟରେ ଏହି କଥା ପ୍ରତି ଧ୍ୟାନ ରଖନ୍ତୁ , ତେବେ ଯାଇ ହେବ ମନ ଚାହୁଁଥିବା ଫଳପ୍ରାପ୍ତି

ଶନିଦେବଙ୍କୁ ସବୁ ଗ୍ରହମାନଙ୍କ ମଧ୍ୟରୁ ସବୁଠୁ କଠୋର ବୋଲି କୁହାଯାଏ । ଶନିଦେବ ବିଷୟରେ କେତେକ ଖରାପ ଧାରଣ ଅଛି । ଲୋକମାନେ କୁହନ୍ତି କି ଶନିଦେବ ସବୁବେଳେ ଲୋକମାନଙ୍କର ଅହିତ କରିଥାନ୍ତି, କିନ୍ତୁ ଏହିଭଳି କିଛି ବି ହୋଇ ନଥାଏ । ଏମାନଙ୍କୁ କର୍ମର ଦେବତା କୁହାଯାଏ । ସେ ଲୋକମାନଙ୍କୁ ତାଙ୍କର କର୍ମ ହିସାବରେ ଫଳ ଦେଇଥାନ୍ତି । ଯେଉଁ ଲୋକମାନେ ଜୀବନରେ ଭଲ କାମ କରିଥାନ୍ତି, ଶନିଦେବ ତାଙ୍କ ସହିତ କେବେ ବି ଖରାପ କରନ୍ତି ନାହିଁ ।

ଏହାର ଓଲଟା ଯେଉଁ ବ୍ୟକ୍ତି ଜୀବନରେ ପାପ ଏବଂ ଖରାପ କର୍ମ କରିଥାନ୍ତି, ତାଙ୍କୁ ଶନିଦେବଙ୍କର ପ୍ରକୋପରୁ କେହି ରକ୍ଷା କରି ପାରିବେ ନାହିଁ । ଥରେ ଶନିଦେବଙ୍କର ଖରାପ ନଜର କାହା ଉପରେ ପଡିଯାଏ ତେବେ ଜାଣିନିଅନ୍ତୁ କି ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଆସିଗଲା । ସେ ଲୋକମାନଙ୍କୁ ଖରାପ ଏବଂ ଭଲ କର୍ମ ହିସାବରେ ହିଁ ତାଙ୍କୁ ଫଳ ଦେଇଥାନ୍ତି ।

ଶନିଦେବଙ୍କର ପୂଜା ଶନିବାର ଦିନ ହିଁ ହୋଇଥାଏ । ଯେମିତି ସବୁ ଦେବା ଦେବୀଙ୍କର ପୂଜାର ନିୟମ ହୋଇଥାଏ, ଠିକ ସେହିଭଳି ଶନିଦେବଙ୍କର ପୂଜାରେ ବି କିଛି ଖାସ ନିୟମ ଅଛି । ଯିଏବି ଶନିଦେବଙ୍କର ଏହି ନିୟମ ହିସାବରେ ପୂଜା କରେ ନାହିଁ ତାହାକୁ ଶନିଦେବଙ୍କର କ୍ରୋଧର ସାମ୍ନା କରିବାକୁ ପଡେ । ସେଥିପାଇଁ ଶନିଦେବଙ୍କର ପୂଜା କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବକୁ ପଡିବ ।

ପୂଜା ସମୟରେ ରଖନ୍ତୁ ଏହି ଖାସ କଥାର ଧ୍ୟାନ :

ଏହି କଥା କେବେ ବି ଭୁଲିବେ ନାହିଁ କି ଶନିଦେବଙ୍କୁ ମୂର୍ତ୍ତି ସମକ୍ଷରେ ପୂଜା କରିବା ବିଲକୁଲ ପସନ୍ଦ ନୁହେଁ । ସେଥିପାଇଁ ଶନିଦେବଙ୍କର ପୂଜା ସେହି ମନ୍ଦିରରେ କରିବା ଉଚିତ, ଯେଉଁଠି ତାଙ୍କର ମୂର୍ତ୍ତି ଜାଗାରେ ଶିଳା ରଖା ହୋଇଥିବ । ଏହା ସହିତ ଶନିଦେବଙ୍କର ଆରାଧନା ତାଙ୍କର ପ୍ରତୀକ କୁହାଯାଉଥିବା ଓସ୍ଥ ଗଛର ବି କରିବା ଉଚିତ । ସର୍ବଦା ଶନିଦେବଙ୍କର ପୂଜା ଶନିବାର ଦିନ ହିଁ କରିବେ ।

ଶନିବାର ଦିନ ଓସ୍ଥ ଗଛର ମୂଳରେ ଜଳ ଅର୍ପଣ କରନ୍ତୁ । ଏହା ସହିତ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଓସ୍ଥ ଗଛ ସାମ୍ନାରେ ସୋରିଷ ତେଲର ଦୀପ ଜଳାନ୍ତୁ । ଶନିଦେବଙ୍କର ପୂଜା କରିବା ସମୟରେ ନିଜର ଆଚରଣକୁ ଭଲ ଏବଂ ଶୁଦ୍ଧ ରଖିବା ଉଚିତ । ଶନିବାର ଦିନ ସନ୍ଧ୍ୟା ସମୟରେ କୌଣସି ଗରିବକୁ ଭୋଜନ କରାଇବା ଦ୍ଵାରା ଶନିଦେବଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ । ଏହିଭଳି ଭବାରେ ପୂଜା କରିଲେ ଶନିଦେବଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ ।