ସ୍ଵାମୀ – ସ୍ତ୍ରୀ ଓ ଅନ୍ୟ ଏକ ଝିଅ ଚକ୍କରରେ ଚାଲି ଗଲା ରୋହିତର ଜୀବନ, ଅପୂର୍ବା ସ୍ଵୀକାର କଲା ନିଜର ଦୋଷ, କହିଲା କି…

ଦିବଙ୍ଗତ ଏନଡୀ ତିବାରୀଙ୍କର ପୁଅ ରୋହିତ ଶେଖର ତିବାରୀଙ୍କର ମୁର୍ତ୍ୟୁର ରାଜ ପୋଲିସ ସମାଧାନ କରି ଦେଇଛି । କହିବାକୁ ଗଲେ ରୋହିତଙ୍କର ମୁର୍ତ୍ୟୁ ନେଚୁରଲ ନୁହେଁ, ତାଙ୍କୁ ହତ୍ୟା କରାଯାଇଛି । ଏବଂ ହତ୍ୟା ପଛରେ ତାଙ୍କର ଘର ଲୋକଙ୍କର ହିଁ ହାତ ଅଛି । ଏହା ମଧ୍ୟରେ ରୋହିତଙ୍କର ମୁର୍ତ୍ୟୁ ସବନ୍ଧିତ ବିଭିନ୍ନ ରହସ୍ୟ ସାମନାକୁ ଆସୁଛି, କିନ୍ତୁ ବର୍ତ୍ତମାନ ଦୋଷୀ ରୂପରେ ତାଙ୍କର ପତ୍ନୀଙ୍କର ନାମ ସାମନାକୁ ଆସିଛି ।

ରୋହିତ ଶେଖର ତିବାରୀଙ୍କର ମୁର୍ତ୍ୟୁ ପରେ ତାଙ୍କର ପତ୍ନୀ ଅପୂର୍ବା ଲଗାତାର ନିଜର ବୟାନ ଚେଞ୍ଜ କରୁଥିଲେ । ଯେଉଁ କାରଣରୁ ପୋଲିସକୁ ତାଙ୍କ ଉପରେ ସନ୍ଦେହ ହେଲା ଏବଂ ଶେଷରେ ପୋଲିସକୁ ବୟାନ ଦେଉଥିବା ସମୟରେ ସେ ନିଜେ ହିଁ ନିଜ ଦୋଷକୁ ମାନିଲେ ।

ସ୍ଵାମୀ – ସ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିଙ୍କ ଚକ୍କରରେ ଚାଲିଗଲା ଜୀବନ

ବାହାଘର ପରେ ଦିଲ୍ଲୀର ଡ଼ିଫେନ୍ସ କଲୋନୀରେ ଅପୂର୍ବା ନିଜ ସ୍ଵାମୀ ରୋହିତଙ୍କ ସହ ରହୁଥିଲେ । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । କାରଣ ବାହାଘରର ୧ ବର୍ଷ ପରେ ଅପୂର୍ବାଙ୍କୁ ରୋହିତଙ୍କର ଗର୍ଲଫ୍ରେନ୍ଡ ବିଷୟରେ ଜଣା ପଡିଗଲା । ଯେଉଁ କାରଣରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା । ଅପୂର୍ବାଙ୍କ ଅନୁସାରେ ରୋହିତ ନିଜର ଗର୍ଲଫ୍ରେନ୍ଡଙ୍କ ସହ ପ୍ରାୟତଃ ଦେଖା କରିବାକୁ ଯାଉଥିଲେ, ଯାହାକି ତାଙ୍କୁ ପସନ୍ଦ ନଥିଲା । ଏହା ପରେ ଅପୂର୍ବା ୧ ମାସ ପାଇଁ ନିଜ ପିତାଙ୍କ ଘରକୁ ଚାଲିଗଲେ ।

ଭିଡିଓ କଲ ପରେ ବଢିଗଲା ମାମଲା

ଗତ ୧୧ ଏପ୍ରିଲ ଦିନ ରୋହିତ ନିଜ ଗର୍ଲଫ୍ରେନ୍ଡ ସହ ଭୋଟ ଦେବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ, ଯାହାକି ଅପୂର୍ବାଙ୍କୁ ପସନ୍ଦ ନଥିଲା । ସେହି ସମୟରେ ଅପୂର୍ବା ରୋହିତଙ୍କୁ ଭିଡିଓ କଲ କରିଲେ, ତେବେ ରୋହିତ ମଦ ନିଶାରେ ତାଙ୍କର କଲ ଉଠାଇ ଦେଲେ, ଯେଉଁଥିରେ ତାଙ୍କ ସହିତ ତାଙ୍କର ଗର୍ଲଫ୍ରେନ୍ଡ ବି ଥିଲେ । କୁହାଯାଉଛି କି ରୋହିତ ନିଜର ଗର୍ଲଫ୍ରେନ୍ଡଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ, ଯାହାକୁ ତାଙ୍କର ପତ୍ନୀ ଦେଖି ଦେଲେ । ଏବଂ ତାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା । ଏହା ପରେ ଆପୂର୍ବା ସବୁ ସମାପ୍ତ କରିବା ପାଇଁ ନିସ୍ପତି ନେଲେ ।

ମୁର୍ତ୍ୟୁ ପୂର୍ବରୁ ହୋଇଥିଲା ବଡ ଝଗଡା

ଯେତେବେଳେ ରୋହିତ ଫେରିଲେ ତେବେ ଦୁଇ ଜଣଙ୍କ ମଧ୍ୟରେ ବହୁତ ହଗଡା ହେଲା । ମିଡିୟା ରିପୋର୍ଟ ଅନୁସାରେ ଘଟଣାର ରାତିରେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ଯେଉଁ କାରଣରୁ ଦୁଇ ଜଣ ପରସ୍ପରଙ୍କୁ ମାରିବାକୁ ବି ଚେଷ୍ଟା କରିଲେ । କିନ୍ତୁ ଏହି ସବୁ ମଧ୍ୟରେ ରୋହିତଙ୍କର ମୁର୍ତ୍ୟୁ ହୋଇଗଲା । ଏହି ସବୁ ମାମଲା ପୋସ୍ଟମାର୍ଟମ ପରେ ଜଣା ପଡିଲା ଏବଂ ପୋଲିସଙ୍କୁ ଅପୂର୍ବା ଉପରେ ସନ୍ଦେହ ହେଲା, ଯାହା ପରେ ଘରର ସମସ୍ତ ଚାକରମାନଙ୍କୁ ପଚରାଉଚରା କରାଗଲା ଏବଂ ଶେଷରେ ଅପୂର୍ବା ସ୍ଵୀକାର କରିଲେ କି ସେ ହିଁ ରୋହିତଙ୍କୁ ମାରିଛନ୍ତି ।