ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତ ଲାଲ କିତାବ ଅନୁସାରେ ଶନିବାର ଦିନ କରନ୍ତୁ ଏହି କାମ, ମିଳିବ ସୁଖ ସମୃଦ୍ଧି

ଶନିବାର ହେଉଛି ଶନି ଦେବତାଙ୍କର ପବିତ୍ର ବାର । ଏହି ଦିନରେ ଶନି ଦେବତାଙ୍କର ବିଶେଷ ପୂଜା ଅର୍ଚନା କରାଯାଇଥାଏ । ଯଦି କୌଣସି ବ୍ୟକ୍ତିର ଜୀବନରେ ସମସ୍ୟା ଥାଏ, ତେବେ ଶନି ଦେବତାଙ୍କୁ ପୂଜା କରି ସେ ନିଜର ସମସ୍ୟାର ସମାଧାନ ପାଇଯାଇଥାଏ । ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ, କାରଣ ଶନି ଦେବତା ସବୁବେଳେ ମଣିଷର କର୍ମ ଦେଖି ଫଳ ଦିଅନ୍ତି ।

ଯଦି କୌଣସି ବ୍ୟକ୍ତିର ଜାତକରେ ଶନିଙ୍କର ଖରାପ ପ୍ରଭାବ ଥାଏ, ତେବେ ସେହି ବ୍ୟକ୍ତିକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ ଆପଣ କିଛି ସରଳ ଉପାୟ କରି ଶନି ଦେବତାଙ୍କୁ ପ୍ରସନ୍ନ କରିପାରିବେ ଓ ଶନି ଦେବତାଙ୍କ କୃପାଦୃଷ୍ଟି ମଧ୍ୟ ପାଇପାରିବେ । ଆସନ୍ତୁ ଜାଣିବା ଲାଲ କିତାବ ହିସାବରେ ଶନିବାର ଦିନ କେଉଁ କାର୍ଯ୍ୟ କରିବା ଉଚିତ


୧. ଯଦି ଆପଣ ଶନି ଦେବତାଙ୍କ ବିଶେଷ କୃପାର ଅଧିକାରୀ ହେବାକୁ ଚାହୁଁଛନ୍ତି, ତେବେ ଆପଣ ଶନିବାର ଦିନ ଓସ୍ଥ ଗଛରେ ସନ୍ଧ୍ୟା ସମୟରେ ଜଳ ଅର୍ପଣ କରନ୍ତୁ ଓ ଏହା ସହିତ ରାସି ତେଲ ମଧ୍ୟ ଅର୍ପଣ କରନ୍ତୁ । କିନ୍ତୁ ଗୋଟେ କଥାର ଧ୍ୟାନ ରଖିବେ, ଆପଣଙ୍କୁ ଏହି କାର୍ଯ୍ୟ ୧୧ ଟି ଶନିବାର ପର୍ଯ୍ୟନ୍ତ କରିବାର ଅଛି ।

୨. ଆପଣ ଶନିବାର ଦିନ ଭୈରବ ମହାରାଜାଙ୍କ ଉପାସନା କରିପାରନ୍ତି । ଏହା ଛଡା ଆପଣ ଶନିବାର ଦିନ ବ୍ରତ ରଖନ୍ତୁ । ଶନିବାର ଦିନ ଆପଣ ଭୁଲସେ ମଧ୍ୟ ମଦ୍ୟ ସେବନ କରନ୍ତୁ ନାହିଁ । ହେଲେ ଶନିବାର ଦିନ ଆପଣ ଭୈରବ ମନ୍ଦିର ଯାଇ ମଦ ଅର୍ପଣ କରନ୍ତୁ ।


୩. ଯେଉଁ ଲୋକମାନେ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କର ସହାୟତା କରିଥାନ୍ତି, ସେମାନଙ୍କ ଉପରେ ସବୁବେଳେ ଶନି ଦେବତାଙ୍କ ବିଶେଷ କୃପା ରହିଥାଏ । ସେଥିପାଇଁ ଯଦି ଆପଣ ଗରିବ ଓ ଦରିଦ୍ର ଲୋକମାନଙ୍କୁ କଳା ଜୋତା ଦାନ କରିବେ, ତେବେ ଏହା ଦ୍ଵାରା ଆପଣଙ୍କୁ ଶନି ଦେବତାଙ୍କର ଆଶୀର୍ବାଦ ମିଳିବ ।


୪. ଆପଣ ଏକ କଂସାର ପାତ୍ରରେ ଅଳ୍ପ ତେଲ ପକାନ୍ତୁ ଓ ଏକ ମୁଦ୍ରା ପକାଇ, ସେହି କଂସାରେ ନିଜର ପ୍ରତିଛବିକୁ ଦେଖନ୍ତୁ । ଦେଖିବା ପରେ ଶନି ଦେବତାଙ୍କ ମନ୍ଦିର ଯାଆନ୍ତୁ ଓ ସେହି କଂସାକୁ ମନ୍ଦିରରେ ରଖିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଶନି ଦେବତାଙ୍କ ବିଶେଷ କୃପା ପ୍ରାପ୍ତି ହେବ ।


୫. ଯଦି ଆପଣ ସବୁବେଳେ ନିୟମିତ ରୂପେ କାଉକୁ ରୁଟି ଖାଇବାକୁ ଦେବେ, ତେବେ ଶନି ଦେବତା ପ୍ରସନ୍ନ ହେବେ ।