ହାର୍ଟଟାକ ଆସିବାର ମାସକ ପୂର୍ବରୁ ଶରୀର ଦେବାକୁ ଲାଗେ ଏହି ସବୁ ସଂକେତ, ପଢନ୍ତୁ ଏହି ଖବର

ଆଜିକାଲିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଟଙ୍କା କମେଇବା ପାଇଁ ରାତି ଦିନ ଏକ କରିଦେଉଛନ୍ତି । ହେଲେ ଏହା ଦ୍ଵାରା ସେମାନେ ନିଜ ଶରୀରର ଧ୍ୟାନ ରଖିପାରୁ ନାହାନ୍ତି । ଯାହାଫଳରେ ସେମାନଙ୍କ ଶରୀର ଆଗାମୀ ଦିନରେ ଅସୁସ୍ଥ ହୋଇଯାଉଛି । ଏହି ପରି ଶରୀର ଦୁର୍ବଳ ହେବା ଦ୍ଵାରା ହାର୍ଟଟାକ ମଧ୍ୟ ଆସିଥାଏ । ଏଥିପାଇଁ ଆଜି ଆମେ ଆପଣମାନଙ୍କୁ କିଛି ସଙ୍କେତ ବିଷୟରେ କହିବୁ । ଯାହା ହାର୍ଟଟାକ ହେବାର ୧ ମାସ ପୂର୍ବରୁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସଙ୍କେତ ବିଷୟରେ ।


ଆମ ଶରୀରରେ ହୃତପିଣ୍ଡର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି ହାର୍ଟଟାକ ଦ୍ଵାରା ଦେଶରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । କିଛି ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଶରୀରରେ ଦେଖା ଦେଇଥାଏ, ତେବେ ଆସନ୍ତୁ ଜାଣିବା ଏହି ସବୁ ସଙ୍କେତ ବିଷୟରେ । ଛାତିରେ କଷ୍ଟ ହେବା, ବାନ୍ତି ଉଠାଇବା, ହାର୍ଟ ବର୍ନ, ପେଟରେ ଯନ୍ତ୍ରଣା ହେବା, ହାତରେ କଷ୍ଟ ହେବା, ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା, ଅଧିକ ଝାଳ ବାହାରିବା, ଗୋଡ ଫୁଲିବା ଓ ମୁଣ୍ଡ ବୁଲାଇବା ଆଦି ହାର୍ଟଟାକ ପୂର୍ବର ସଙ୍କେତ ଅଟେ ।


ଯଦି କୌଣସି ବ୍ୟକ୍ତିର କାନ୍ଧ ବା ଅଣ୍ଟାରେ ଲଗାତାର କଷ୍ଟ ହେଉଛି, ତେବେ ଏହା ହାର୍ଟଟାକ ର ସଙ୍କେତ ହୋଇପାରେ । ଛାତି ଛଡା ହାର୍ଟଟାକ ପୂର୍ବରୁ ବହୁତ ରୋଗୀ ମାନଙ୍କର ହାତ, ଦାନ୍ତ ମାଢି ଓ ଦାନ୍ତ ଆଦିରେ କଷ୍ଟ ଅନୁଭବ ହୋଇଥାଏ । ଛାତି ଜଳା ପୋଡା ହେବା ମଧ୍ୟ ହାର୍ଟଟାକର ଏକ ସଙ୍କେତ ହୋଇପାରେ । ପେଟରେ କଷ୍ଟ ହେବା ଓ ଅଧିକ ଝାଳ ବାହାରିବା ଆଦି ହାର୍ଟଟାକର ମୁଖ୍ୟ ସଙ୍କେତ ହୋଇଥାଏ । ତେଣୁ ଯଦି ଆପଣଙ୍କ ଶରୀରରେ ମଧ୍ୟ ଏହି ସବୁ ସଙ୍କେତ ଦେଖା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।