ଶନିବାର ଦିନ ନିଜ ଘରର ଟଏଲେଟ ପକାଇ ଦିଅନ୍ତୁ କେବଳ ଗୋଟିଏ ମୁଠା ଲୁଣ, ସବୁ କାମରେ ମିଳିବ ସଫଳତା- Vastu Tips

ନମସ୍କାର ବନ୍ଧୁଗଣ , ଆସନ୍ତୁ ଜାଣିବା ଘର ର କିଛି ଜରୁରୀ ଜିନିଷ ଯଥା ଲୁଣ ହଳଦୀ ବିଷୟ ରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା । ବନ୍ଧୁଗଣ ଏହାକୁ କେବଳ ଆମେ ଖାଦ୍ୟ ରେ ବ୍ୟବହାର କରିଥାଉ ତାହା ନୁହେଁ ଏହା ଦ୍ୱାରା ଆମର ଅନେକ ଉପକାର ମଧ୍ୟ ହୋଇଥାଏ । ଏହା ଦ୍ୱାରା ଆମର ଅନେକ ଶୁଭ କାର୍ଯ୍ୟ ମଧ୍ୟ ସମ୍ପନ ହୋଇଥାଏ । ତେବେ ଆସନ୍ତୁ ସେ ବିଷୟରେ କିଛି ଅଧିକ କଥା ଜାଣିବା । ବନ୍ଧୁଗଣ ଘରେ ଲୁଣ ଆଉ ହଳଦୀ ର ଜରୁରୀ ବହୁତ ଅଧିକ ରହିଥାଏ । ଲୁଣ ଆଉ ହଳଦୀ ବହୁତ ମୂଲ୍ୟବାନ ଅଟେ ।

ତେବେ ଆସନ୍ତୁ ଜାଣିବା ଲୁଣ ର ମହତ୍ୱ ବିଷୟରେ । ଯାହାକି ଖାଇବାରେ ଅତ୍ୟନ୍ତ ଜରୁରୀ ହୋଇଥାଏ । ଲୁଣ ର ମାତ୍ରା ଅଧିକ ଖାଇବା ଦ୍ୱାରା ଖରାପ ଲାଗିଥାଏ । ଏବଂ କମ ଖାଇବା ଦ୍ବାରା ଖାଇବା ସ୍ୱାଦ ଖରାପ ଲାଗିଥାଏ ।

ଲୁଣ ଯେମିତି ଖାଇବାରେ ବହୁତ ବ୍ୟବହାର ହୋଇଥାଏ ସେହିପରି ଘରେ କିଛି ଖରାପ ପରିସ୍ଥିତି ରୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଲୁଣ ଖାଇବା ରେ ବ୍ୟବହାର ହେଉଥିବା ସହ ଜ୍ୟୋତିଷ ବିଦ୍ୟା ରେ ବି ବ୍ୟବହାର ହୋଇଥାଏ । ଲୁଣ ବହୁତ ଗୁଡିକ ଅସୁବିଧା ରୁ ରକ୍ଷା କରିବା ସହ ଘରକୁ ଧନ ର ଆଗମନ ମଧ୍ୟ କରିଥାଏ । ଲୁଣ ଭିତରେ ଆକର୍ଷଣ ଶକ୍ତି ମଧ୍ୟ ରହିଥାଏ । ଯାହାଦ୍ୱାରା ସକାରତ୍ମକ ଶକ୍ତି ର ସଂଚାର ହୋଇଥାଏ । ଆଉ ଲୁଣ ର ସାହାଯ୍ୟ ରେ ଆମେ ରାହୁ , କେତୁ , ଆଦି ଅଶୁଭ ଶକ୍ତି କୁ ମଧ୍ୟ ଦୂର କରିପାରିବା ।

ଯଦି ଲୁଣ ର ଆପଣ ସଠିକ ବ୍ୟବହାର କରିପାରିବେ ତେବେ ବହୁତ ଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଲୁଣ ର ସାଧାରଣ ପ୍ରୟୋଗ ଯାହା ଆପଣଙ୍କ ଜୀବନରେ ଖୁସି ବଢ଼ିପାରିବ । ତେବେ ଚାଲନ୍ତୁ ଆମେ ଲୁଣ ର ଛୋଟ ଛୋଟ ବଡ ପ୍ରୟୋଗ ଜାଣିବା ଯାହା ଆମ ଜୀବନରେ ଖୁସି ଏବଂ ଶାନ୍ତି ଆଣିପାରିବ । ଯଦି ଆପଣଙ୍କ ପାଖରେ ବଡ ଲୁଣ ଅଛି ନ ହଲେ ଏହା ଆପଣଙ୍କ ପାଖ ଦୋକାନରେ ମଧ୍ୟ ମିଳିଯିବ ।

ଯଦି ଆପଣଙ୍କୁ ଆପଣଙ୍କ ଘରେ କିଛି ନକରାତ୍ମକ ଶକ୍ତି ର ଆଭାସ ହେଉଚି , ନଚେତ ଆପଣଙ୍କ ଘରେ ଯଦି ସବୁବେଳେ କଳି ଝଗଡା ହେଉଛି , ଘରେ କେହି କାହାକୁ ଭଲପାଉନାହାନ୍ତି ସବୁବେଳେ ଘରେ ଅଶାନ୍ତି ଝଗଡ଼ା କଳି କଜିଆ ହଉଚି , ଆପଣଙ୍କୁ କିଛି ଅଶୁଭ ଶକ୍ତି ର ସ୍ବପ୍ନ ଆସେ , ଆପଣଙ୍କ ବ୍ୟାପାର ରେ ବହୁତ ପ୍ରକାର ଅସୁବିଧା ହୁଏ ,ଏବଂ ଆପଣ ଠିକ ଭାବରେ ଟଙ୍କା ରୋଜଗାର କରିପାରୁନାହାନ୍ତି , ଯେତେବେଳେ ଅସୁବିଧା ବଢିଯିବ ସେତେବେଳେ ଗୋଟେ ଛୋଟ ପ୍ରୟୋଗ କରିବେ ।

ଆପଣ ଦୋକାନରୁ ଯାଇ ଗୋଟା ଲୁଣ କିଣି ଆଣି ତାକୁ ଶନିବାର ଦିନ ଗୋଟେ ନାଲି କପଡ଼ା ରେ ଭଲ ରେ ବାନ୍ଧି ତାକୁ ଆପଣ ନିଜ ଘର ର ମୁଖ୍ୟ ଦ୍ୱାର ରେ ବାନ୍ଧି ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ଯଦି କିଛି ନକରାତ୍ମକ ଶକ୍ତି ଅଛି ତାହା ନଷ୍ଟ ହୋଇଯିବ ଏବଂ ତା ସହିତ ସେହି ନକରାତ୍ମକ ଶକ୍ତି ଦ୍ଵିତୀୟ ଥର ଆପଣଙ୍କର ଘରକୁ ପ୍ରବେଶ କରିପାରିବ ନାହିଁ ।

ଆପଣ କଣ ଜାଣିଛନ୍ତି ଆପଣଙ୍କ ଘରେ ଯେଉଁ ତାୱା ଅଛି ତାହା ସହିତ ମଧ୍ୟ ଲୁଣ ର ସମ୍ବନ୍ଧ ରହିଛି । କେମିତି ? ଯେତେବେଳେ ଆପଣ ରୋଟି କରିବା ପାଇଁ ଚୁଲା ରେ ଯେଉଁ ତାୱା ଚଢ଼ାଉଛନ୍ତି ସେହିଥିରେ କିଛି ମାତ୍ରାରେ ଲୁଣ ପକାଇ ତାକୁ କପଡ଼ା ରେ ଝାଡ଼ି ଦିଅନ୍ତୁ ଏବଂ ତା ପରେ ରୋଟି କରନ୍ତୁ । ଏପରି କରିବା ଦ୍ବାରା ଘରେ ସକାରତ୍ମକ ଶକ୍ତି ର ଆଗମନ ହୁଏ ଏବଂ ରାହୁ କେତୁ ସମ୍ଭନ୍ଧିତ କିଛି ବି ଅଶୁଭ ଶକ୍ତି ଆପଣଙ୍କୁ କିଛି ବି କରିପାରିବ ନାହିଁ । କିମ୍ବା ତାର ଆଗମନ ହୋଇପାରିବ ନାହିଁ ।

ବନ୍ଧୁଗଣ ରାହୁ ଏବଂ କେତୁ ସବୁଠାରୁ ଖରାପ ପ୍ରଭାବ ପକାଇଥାନ୍ତି, ଶାସ୍ତ୍ରରେ ରାହୁ କେତୁଙ୍କୁ ଛାୟା ଗ୍ରହ ମନା ଯାଇଥାଏ । ବାସ୍ତୁ ହିସାବରେ ଲୁଣ ଏବଂ କାଚ ଦୁଇଟି ଯାକ ପଦାର୍ଥ ରାହୁ ସହ ଜଡ଼ିତ ହୋଇଥାଏ , ଅର୍ଥାତ୍ ନକାରାତ୍ମକ ଉର୍ଜା ର କାରକ ମଧ୍ୟ ରାହୁ ଅଟେ । ବନ୍ଧୁଗଣ ଯଦି ଆପଣମାନେ ଏକ ପାତ୍ରରେ ଅଳ୍ପ ମାତ୍ରାରେ ଲୁଣ ନେଇ ଆପଣଙ୍କର ବାଥରୁମ୍ ରେ ରଖୁଛନ୍ତି ତେବେ ରାହୁର ନକରାତ୍ମକ ଉର୍ଜା ଶେଷ ହୋଇଥାଏ ଏବଂ ସକାରାତ୍ମକ ପ୍ରଭାବ ବୃଦ୍ଧି ପାଇଥାଏ ।

ଏହାପରେ ଏହି ଲୁଣକୁ ଆପଣମାନେ ପ୍ରତି ସପ୍ତାହରେ ବଦଳାନ୍ତୁ ଏବଂ ସେହି ଲୁଣକୁ ଆପଣ ଟଏଲେଟ୍ ରେ ଫ୍ଲାସ କରିଦିଅନ୍ତୁ ଏବଂ ଭଲ ଲୁଣକୁ ସେହି ପାତ୍ରରେ ରଖି ଦିଅନ୍ତୁ , ଦେଖିବେ ବନ୍ଧୁଗଣ ଆପଣଙ୍କର ଗୃହରେ ସୁଖ ଶାନ୍ତି ଖେଳିଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।