ଶନିବାର ହେଉଛି ଶନି ମହାରାଜାଙ୍କ ବାର । ତେଣୁ ଶନିଙ୍କ କୋପରୁ ବର୍ତ୍ତିବା ପାଇଁ ଶନିବାର ଦିନ ଅନେକ କାର୍ଯ୍ୟ କରିବାକୁ ବାରଣ କରା ଯାଇଥାଏ । ଶନିବାର ଦିନ ଲୁହା, ତେଲ, ଦହି ଅନେକ ଜିନିଷ ଶନିବାର ଦିନ ଘରକୁ ନ ଆଣିବା ପାଇଁ ଲୋକେ କହିଥାନ୍ତି । ଶନିବାରକୁ ନେଇ ଆମ ମନରେ ବହୁତ ଭୟ ଥାଏ । ଏହି ଭୟ ଯୋଗୁଁ ଶନିବାର ଦିନ ଲୋକେ ଅନେକ କାମ ମଧ୍ୟ କରନ୍ତି ନାହିଁ । କିନ୍ତୁ ସବୁ କାମକୁ ନେଇ ଶନିବାର ଦିନ ଯଦି ଏମିତି ଭୟ କରିବେ ତେବେ ସତରେ କଷ୍ଟ ଭୋଗ କରିବାକୁ ହେବ ।

ଶନିବାର ପ୍ରକୃତରେ କିଛି ଅଶୁଭ ବାର ନୁହେଁ । କେବଳ କିଛି ମାତ୍ର ଜିନିଷ ରହିଛି ଯାହା ଶନିବାର ଦିନ କରିବା ଉଚିତ ନୁହେଁ । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ତେଣୁ ଆମେ ଯଦି ଭୁଲ କରୁଛୁ ତେବେ ତା’ର ଫଳ ଭୋଗିବା ଓ ଯଦି ଠିକ କାମ କରିବା ତେବେ ତା’ର ଫଳ ବି ଭୋଗିବା । ସବୁଠୁ ଖାସ କଥା ହେଉଛି ଆପଣ ଶନିବାରରେ ଯେଉଁ କାର୍ଯ୍ୟ କରିବେ ତାହା ବହୁତ ଦିନ ଧରି ରହିଥାଏ ।
ଯଦି ଶନିବାର ଦିନ ହସ୍ପିଟାଲରେ କୌଣସି ଅସ୍ତ୍ରୋପଚାର କରିବାର ଅଛି ଏବଂ ତାହା ସ୍ଥିର ଲଗ୍ନରେ ପଡୁ ନାହିଁ ତେବେ ସେଦିନ ଅସ୍ତ୍ରୋପଚାର କରିବା ଉଚିତ ନୁହେଁ । କିନ୍ତୁ ସ୍ଥିର ଲଗ୍ନରେ ଯଦି ଚନ୍ଦ୍ରମା ଅଛନ୍ତି ଓ ସେଦିନ ଶନିବାର ପଡୁଛି ତେବେ ସେ କ୍ଷେତ୍ରରେ ଆପଣ ହସ୍ପିଟାଲ ଯାଇପାରିବେ ।

ଯଦି ଆପଣଙ୍କର କିଛି ସମସ୍ଯା ପାଇଁ ହସ୍ପିଟାଲ ଯିବାର ଅଛି ଓ ଡାକ୍ତର ଦେଖାଇବାର ଅଛି ତେବେ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ନଚେତ ଏପରି କଲେ ବାରମ୍ବାର ତାହା ଆପଣଙ୍କୁ କରିବାକୁ ପଡିବ । ସେହିପରି ଶନିବାର ଦିନ ଠାରୁ ଆପଣ କୌଣସି ମେଡ଼ିସିନ ଖାଇବା ମଧ୍ୟ ଆରମ୍ଭ କରିବା ଉଚିତ ନୁହେଁ ।
ଯଦି ଆପଣଙ୍କୁ କୌଣସି ଏମିତି ରୋଗ ହୋଇଥିବା ଆପଣ ଜାଣିଲେ ଏଥିପାଇଁ ଦୀର୍ଘ ଦିନ ଧରି ମେଡ଼ିସିନ ଖାଇବାକୁ ପଡିବ ବୋଲି ଆପଣ ଜାଣିଲେ ତେବେ ସେଦିନ ଶନିବାର ହୋଇଥିଲେ କେବେବି ମେଡ଼ିସିନ ଖାଇବା ଉଚିତ ନୁହେଁ । ଶନିବାର ଦିନ ବାହାରେ କାହା ଘରେ ଖାଦ୍ଯ ଖାଇବା ବିଲକୁଲ ଉଚିତ ନୁହେଁ ।

ଅତି ଘନିଷ୍ଠ ସମ୍ପର୍କୀୟଙ୍କ ଘରେ ଖାଇପାରିବେ କିନ୍ତୁ ଅନ୍ୟ କୌଣସି ଜାଗାରେ ଖାଇବେନି । ହୋଟେଲ କାହା ଘର ନୁହେଁ ତେଣୁ ଅତି ଜରୁରୀ ହେଲେ ଆପଣ ହୋଟେଲରେ ଖାଇପାରିବେ । ସେହିପରି ଶନିବାର ଦିନ କେବେବି ଉଦ୍ଧାର ଦେବା ଓ ନେବା ମଧ୍ୟ କରିବେ ନାହିଁ ।
ଶନିବାର ଦିନ ଉଦ୍ଧାର ଦେଲେ ସେହି ଟଙ୍କା ଫେରି ପାଇବା ବହୁତ କଷ୍ଟ ହୋଇଥାଏ ଓ ସେଥିପାଇଁ ଉଦ୍ଧାର ନେଇଥିବା ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମଧ୍ୟ ଦେଖାଦେବା ସହ ସମ୍ପର୍କ ଖରାପ ହୋଇଥାଏ । ତେଣୁ ଶନିବାର ଦିନ ଏହି ତିନୋଟି ବିଷୟକୁ ଭଲଭାବେ ମାନିବା ଦ୍ଵାରା ଅସୁବିଧାରେ ପଡିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।