ଡାକ୍ତର ଖୁଲାସା କଲେ Aklant Das ଙ୍କ ହସ୍ପିଟାଲ ଚିକିତ୍ସା ସମୟର ପୁରା ଘଟଣା, ଏମିତି ଯାଇଥିଲା ଅକ୍ଲାନ୍ତଙ୍କ ଜୀବନ, ଦେଖନ୍ତୁ video

ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ଅଚାନକ ଦେହାନ୍ତ ପରେ ଏବେ ସାରା ଓଡିଶାବାସୀ ଏକପ୍ରକାର ସଦମାରେ ଅଛନ୍ତି । କାରଣ ମାତ୍ର ବାପାଙ୍କ ମୃତ୍ୟୁର ମାତ୍ର ଏକ ବର୍ଷରେ ତାଙ୍କ ସାନ ପୁଅ ମଧ୍ୟ ଦୁନିଆ ଛାଡି ଚାଲିଯିବା ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । 26 ବର୍ଷୀୟ ଅକ୍ଲାନ୍ତ ଲିଭର ଜନିତ ରୋଗରେ ପୀଡିତ ହୋଇ ପ୍ରାଣ ହରାଇଥିବା କୁହା ଯାଉଥିବା ବେଳେ ପ୍ରକୃତରେ କଣ ହୋଇଥିଲା ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ତେବେ AIIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଲାନ୍ତ ପ୍ରାଣ ହରାଇଥିବା ବେଳେ ସେଠାକାର ଜଣେ ଡାକ୍ତର ଅକ୍ଲାନ୍ତଙ୍କ ମୃତ୍ୟୁର କାରଣ ଖୁଲାସା କରିଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ଅକ୍ଲାନ୍ତ ଦୀର୍ଘ ଦିନ କ୍ରୋନିକ ଲିଭର ରୋଗରେ ପୀଡିତ ଥିଲେ । ତାଙ୍କ ଲିଭର ଏଭଳି ଅବସ୍ଥାକୁ ଚାଲି ଆସିଥିଲା ଯେଉଁଠି ସେ ନିଜକୁ ଠିକ କରିବା କ୍ଷମତା ହରାଇ ସାରିଥିଲା । ସାଧାରଣତ ଲିଭରର କିଛି ଅଂଶ ଅସୁସ୍ଥ ହୋଇଗଲେ ଖାଦ୍ୟପେୟ ଠିକ ରଖିବା ସହ ବ୍ୟାୟାମ ଦ୍ଵାରା ଏହାକୁ ଭଲ କରିହେବ ।

କିନ୍ତୁ ଯଦି ଏହା ଏଭଳି ଅବସ୍ଥାକୁ ଚାଲିଯାଏ ଯେଉଁଠି ତାହା ପୂର୍ବାବସ୍ଥାକୁ ଆଉ ଫେରି ପାରେନାହିଁ ସେଭଳି ସ୍ଥିତିରେ ଲିଭର ଫେଲ୍ଯୁର ହେବାର ଆଶଙ୍କା ଅଧିକ ରହିଥାଏ । ତେବେ କେବଳ କ୍ରୋନିକ ଲିଭର ରୋଗ ନୁହେଁ ବରଂ ଅକ୍ଲାନ୍ତ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ତାଙ୍କର ଦୁଇଟି ଯାକ ଫୁସଫୁସର କିଛି ଅଂଶ ଲେଖାଏଁ ନିମୋନିଆରେ ଆକ୍ରାନ୍ତ ହୋଇ ସାରିଥିଲା । ଏହାସହ ତାଙ୍କୁ ସେପସିସ ମଧ୍ୟ ହୋଇଥିଲା ଅର୍ଥାତ ତାଙ୍କ ରକ୍ତରେ ଏକପ୍ରକାର ସଂକ୍ରମଣ ମଧ୍ୟ ହୋଇଥିଲା ।

ତାଙ୍କର ରକ୍ତଚାପ ମଧ୍ୟ ବାରମ୍ବାର କମି ଯାଉଥିଲା । ଏହିସବୁ ସମସ୍ଯାରେ ପୀଡିତ ହୋଇ ଅକ୍ଲାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉତ୍ଥାନ ପତନ ଲାଗି ରହିଥିଲା । ତେବେ ମଝିରେ ଅକ୍ଲାନ୍ତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇଥିଲେ ମଧ୍ୟ ତାଙ୍କ ଲିଭର ସମସ୍ଯା ଭଲ ହେବାର ଆଶଙ୍କା ବହୁତ କମ୍ ଥିଲା । ଏହା ଯୋଗୁଁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ଭାବେ କାମ କରୁ ନଥିଲା ।

ICU ରୁ ୱାର୍ଡକୁ ଆସିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡିବାରୁ ତାଙ୍କୁ ଆଉ ଥରେ ICU କୁ ସ୍ଥାନାନ୍ତର କରା ଯାଇଥିଲା । ତାଙ୍କୁ ଯେତେ ସପୋର୍ଟିଭ ଥେରାପି ଦେଲେ ମଧ୍ୟ ତାଙ୍କ ଶରୀର ଆଉ ରେସପଣ୍ଡ କରୁ ନଥିଲା । ଶେଷରେ କାର୍ଡିଆକ ଆରେଷ୍ଟ ହୋଇ ତାଙ୍କର ଜୀବନ ଚାଲି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।