ସାମ୍ନାକୁ ଆସିଲା ନବ ନିର୍ବାଚିତା ବିଧାୟିକାଙ୍କ ଏକ ଭାଇରାଲ ଭିଡିଓ, ଲୋକେ ଦେଖିବା ପରେ କହୁଛନ୍ତି ଇଏ ସେହି ବର୍ଷା ତ ? ଦେଖନ୍ତୁ video

ନିର୍ବାଚନ ବେଳେ କାନ୍ଦି କାନ୍ଦି ଭୋଟ ମାଗୁଥିଲେ ହେଲେ ବିଧାୟିକା ହେବା ପରେ ତାଙ୍କ ଅସଲ ରଙ୍ଗ ଦେଖାଇ ଦେଇଛନ୍ତି । ବିଧାୟିକାଙ୍କ ପାଖେ କୌଣସି ସମସ୍ଯା ନେଇ ଆସିଲେ ସେ ସରପଞ୍ଚଙ୍କୁ କହିବା ପାଇଁ କହୁଛନ୍ତି । ବାପାଙ୍କ ସ୍ଵପ୍ନ କଥା କହି ଦିନେ ଭୋଟରଙ୍କୁ ଭୋଟ ମାଗିଥିଲେ ହେଲେ ଏବେ ଭୋଟରଙ୍କୁ ଦୂରେଇ ଦେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନବ ନିର୍ବାଚିତା ଏହି ବିଧାୟିକା କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବିଧାୟିକା ସ୍ଥାନୀୟ ଅଞ୍ଚଳକୁ ଆସିବା ଜାଣି ସେଠାକାର ଲୋକେ ତାଙ୍କ ନିକଟରେ ଯାଇ ନିଜ ସମସ୍ଯା ଜଣାଇଥିଲେ । ହେଲେ ବିଧାୟିକାଙ୍କ କଥା ଶୁଣି ମୁହଁ ଶୁଖାଇ ଫେରି ଆସିଲେ ଲୋକେ । ଆମେ କହୁଛୁ ବିଜେଡି ବିଧାୟିକା ବର୍ଷାରାଣୀ ସିଂ ବରିହାଙ୍କ କଥା । ଦିନେ ଅତ୍ୟନ୍ତ ନମ୍ର ହୋଇ କାନ୍ଦି କାନ୍ଦି ଭୋଟ ମାଗୁଥିଲେ ଓ ମନ ପ୍ରାଣ ଲଗାଇ ଲୋକଙ୍କ ସେବା କରିବେ ବୋଲି କହୁଥିଲେ । ହେଲେ ଆଜି ବିଧାୟିକା ହେବା ପରେ ଲୋକଙ୍କୁ ହତାଦର କରୁଥିବା ନଜର ଆସିଛନ୍ତି ।

ନିର୍ବାଚନ ସମୟର ଓ ଆଉ ନିର୍ବାଚିତ ହେବା ପରର ଭିଡିଓ ଦେଖିଲେ ଆପଣ ଫରକ ଜାଣିପାରିବେ । ଗୋଟିଏ ଭିଡିଓରେ ଆଖିରୁ ଧାର ଧାର ଲୁହ ବୋହିପଡୁଛି ଆଉ ଗୋଟିଏ ଭିଡିଓରେ ମନଖୋଲି ହସୁଛନ୍ତି । ନିର୍ବାଚନ ବେଳେ ବାପାଙ୍କ ସ୍ଵପ୍ନ ପୂରଣ କରିବାକୁ ଚାହାନ୍ତି ବୋଲି କାନ୍ଦି କାନ୍ଦି କହିବା ସହ ପଦ୍ମପୁରର ବିକାଶ କଥା କହିଥିଲେ ।

ହେଲେ ଏବେ ବର୍ଷାଙ୍କ ଭାଇରାଲ ଦେଖିଲେ ତାଙ୍କ କାନ୍ଦ ପଛରେ ଯେ ଛଳନା ଲୁଚି ରହିଥିଲା ଏନେଇ ଚର୍ଚ୍ଚା କରୁଛନ୍ତି ଲୋକେ । ନିକଟରେ ବିଧାୟିକା ବର୍ଷା ପଦ୍ମପୁର ବ୍ଲକ ମୋହନପାଲି ଗାଁକୁ ଯାଇଥିଲେ । ସେତିକି ବେଳେ ଗାଁ ଲୋକେ ଏକଜୁଟ ହୋଇ ଡ୍ରେନ ସମସ୍ଯା କଥା ଜଣାଇଥିଲେ । ହେଲେ ସେମାନଙ୍କ ଗୁହାରି ନ ଶୁଣୁନୁ ନବ ନିର୍ବାଚିତା ବିଧାୟିକା ଚିହିଙ୍କି ଉଠିଥିଲେ । ସମସ୍ଯା ପୁରା ନ ଶୁଣି ଲୋକଙ୍କୁ ଉପହାସ କରିବା ଭଳି ଜବାବ ଦେଇଥିଲେ । ସେ କହିଥିଲେ, ସରପଞ୍ଚଙ୍କୁ ଭୋଟ ଦେଇଛ ତାଙ୍କ ନିକଟରେ ସମସ୍ଯା କୁହ ।

ହେଲେ ଆପଣ ବିଚାର କରି କୁହନ୍ତୁ ଜଣେ ଲୋକ ପ୍ରତିନିଧିଙ୍କ ମୁହଁରୁ ଏଭଳି କଥା କେତେ ଶୋଭନୀୟ ଅଟେ ? ତେବେ ବର୍ଷା ଏଭଳି ଉତ୍ତର କାହିଁକି ଦେଲେ ଏନେଇ ତାଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।